ଆଜିର ରାଶିଫଳ, 26 ଫେବୃୟାରୀ 2019, ମଙ୍ଗଳବାର – ହନୁମାନ ଆଜିଠୁ ଏହି ୫ଟି ରାଶିର ସବୁ ଇଚ୍ଛା ପୂରଣ କରିବେ

ମେଷ

ଆପଣଙ୍କର ଯେମିତି ପରିସ୍ଥିତି ହେଉ ମଧ୍ୟ ଆପଣ ସାହସ ହରାନ୍ତୁ ନାହିଁ । କୌଣସି ପ୍ରକାର ଛୋଟ କଥାରେ ଆପଣଙ୍କର ଝଗଡ଼ା ହେବାରେ ସମ୍ଭାବନା ଅଛି । ଏଥି ପାଇଁ ଅନ୍ୟମାନଙ୍କ ସହିତ ବ୍ୟବହାର ଭଲ ରଖନ୍ତୁ । ଶାରୀରିକ ଏବଂ ମାନସିକ ସୁଖ ମିଳିବ । ଚାକିରି – ବ୍ୟବସାୟରେ ଲାଭର ଯୋଗ ଅଛି । ଅଧିକାରୀ ବର୍ଗଙ୍କର ପ୍ରୋତ୍ସାହନରେ ଆପଣଙ୍କ ଉତ୍ସାହ ବଢ଼ିବ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ । ପାରିବାରିକ ମାହୌଲ ଆନନ୍ଦମୟ ରହିବ । ସରକାରୀ କାର୍ଯ୍ୟ ପୂର୍ଣ୍ଣ ହେବାପାଇଁ ସରଳତା ରହିବ । ଦାମ୍ପତ୍ୟଜୀବନରେ ସୁଖ ଏବଂ ଆନନ୍ଦ ଅନୁଭବ କରିବେ ।   କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବେ ନହେଲେ କାହା ସହିତ ବାଦ-ବିବାଦ ହୋଇପାରେ । କୌଣସି କଥାକୁ ନେଇକରି ଚିନ୍ତିତ ହୋଇପାରନ୍ତି । ଅଚାନକ ହେବାକୁଥିବା ଘଟଣାରେ ନିୟନ୍ତ୍ରଣ ରଖିବେ | ବ୍ୟାପାରୀବର୍ଗଙ୍କୁ ବ୍ୟାପାରରେ ବାଧା ଆସିପାରେ । ନକାରାତ୍ମକତାକୁ ମହତ୍ଵ ଦିଅନ୍ତୁ ନାହିଁ । ପ୍ରତିକାର:- କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ ।

ବୃଷ

ଏହି ସମୟରେ ଆପଣଙ୍କ ସମ୍ପର୍କରେ ବିଶ୍ୱାସ ବଢିଯିବ ।  ଆପଣ ନଜ ଆତ୍ମୀୟଜନଙ୍କ ପାଖକୁ ଆସିବେ ଏବଂ ନିଜ ଜୀବନରେ ସେମାନଙ୍କର ମହତ୍ତ୍ୱ ବୁଝିପାରିବେ । ଆଜି ଆକସ୍ମିକ ଧନ ଲାଭର ଯୋଗ ଅଛି । ବିଦେଶ ଯିବାକୁ ଇଚ୍ଛୁକ ଲୋକମାନଙ୍କର ପ୍ରୟାସ ସଫଳ ହେବ । ଧାର୍ମିକ କାର୍ଯ୍ୟଗୁଡ଼ିକରେ କିମ୍ବା ଯାତ୍ରା ପଛରେ ଧନ ଖର୍ଚ୍ଚ ହେବ । ପରିବାର ଏବଂ ସହକର୍ମିମାନଙ୍କ ସହିତ ସୁଖମୟ ଦିନ କଟିବ । ଚାକିରିପେଶା ଲୋକମାନଙ୍କୁ ମଧ୍ୟ ଲାଭ ମିଳିବ । କୌଣସି ନିର୍ଣ୍ଣୟକୁ କରିବା ସମୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିପାରନ୍ତି । ଆଜି ଆବଶ୍ୟକ କାର୍ଯ୍ୟ ପ୍ରାରମ୍ଭ ପାଇଁ ସମୟ ଉଚିତ ନୁହେଁ । ବସ୍ତୁକୁ ନେଇ କରି ବ୍ୟବହାରିକ ମନୋଭାବ ରଖିବେ । ବ୍ୟବହାରରେ ଅଲଗାପଣ ଛାଡ଼ି ସ୍ନେହଭାବ ରଖିଲେ ପରିଣାମ ସକାରାତ୍ମକ ଆସିବ । ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ ।

ମିଥୁନ

ବିଦେଶରୁ ଆସୁଥିବା ଖବର ଜରୁରୀ ନୁହେଁ ଯେ ଆପଣଙ୍କ ପାଇଁ ଶୁଭ ହେବ । ଯେଉଁ ଖବର ପାଇଁ ଆପଣ ଆଶାୟୀ ଥିଲେ ସେ ଖବର ହୁଏତ ଆପଣଙ୍କୁ ମିଳି ନପାରେ । ଧର୍ଯ୍ୟ ଧରି ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ । ଆଜି ଶାରୀରିକ ଏବଂ ମାନସିକରୂପରେ ଆପଣଙ୍କୁ ପ୍ରସନ୍ନତା ଅନୁଭବ ହେବ । ପରିବାର ସୁଖ-ଶାନ୍ତିର ବାତାବରଣ ରହିବ । ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ସାକ୍ଷାତକରି ଆନନ୍ଦ ଲାଭ ହେବ, ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରି ଆଶୀର୍ବାଦ ଭିକ୍ଷା କରନ୍ତୁ ।

କର୍କଟ

ଏହି କ୍ଷେତ୍ରରେ ଆପଣ ବଢ଼ାଇଥିବା ପାଦ କେବଳ ଆପଣଙ୍କ ମାନସିକ ଯୋଗ୍ୟତା ନୁହେଁ ଆପଣଙ୍କ ବ୍ୟବସାୟିକ ଦିଗରେ ମଧ୍ୟ ବହୁତ ଲାଭଦାୟକ ହେବ । ଆଜି ଆପଣଙ୍କୁ ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ । ସ୍ୱାସ୍ଥ୍ୟ ପଛରେ ଧନ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ବିଚାର ଉପରେ ନିୟନ୍ତ୍ରଣ ରଖିବେ ଏବଂ ଭୁଲ କରନ୍ତୁନାହିଁ । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହୋଇପାରେ । ଅନୈତିକ କାର୍ଯ୍ୟରେ ବଦନାମ ହେବାର ଯୋଗ ଅଛି । ଏଥିରୁ ଦୂରରେ ରହିବାକୁ ଚେଷ୍ଟା କରିବେ । ଦାମ୍ପତ୍ୟଜୀବନରେ ସନ୍ତୋଷ ଏବଂ ଆନନ୍ଦ ରହିବ । ପର୍ଯ୍ୟଟନର ଆୟୋଜନ ହେବ । ବୈବାହିକ ସଂପର୍କ ବନିବାର ଯୋଗ ଅଛି । ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିବ । ଗଭୀର ଚିନ୍ତନଶକ୍ତି ଏହି ବିଷୟରେ ଆପଣଙ୍କୁ ସହାୟତା କରିବ । ଗୂଢ଼ ଏବଂ ରହସ୍ୟମୟ ବିଦ୍ୟା ପ୍ରତି ଆଜି ଆପଣଙ୍କର ଅଧିକ ଆକର୍ଷଣ ରହିବ । ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ ହେବାର ମଧ୍ୟ ଯୋଗ ଅଛି । ତଥାପି ମଧ୍ୟ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ତେବେ ବିପତ୍ତିଗୁଡ଼ିକରୁ ଦୂରରେ ରହି ପାରିବେ । ପ୍ରତିକାର– ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ ।

ସିଂହ

ଆଜି କିଛି ଭୁଲବୁଝାବଣା ହୋଇ ପାରେ ଏଥି ପାଇଁ ସାବଧାନ ରହିବେ । ନିଜ ବିଚ଼ାରକୁ ସ୍ପଷ୍ଟଭାବରେ ଅଭିବ୍ୟକ୍ତ କରନ୍ତୁ ଏବଂ ତା ସହିତ ଅନ୍ୟ ବ୍ୟକ୍ତିର କଥାବାର୍ତ୍ତାକୁ ମଧ୍ୟ ମନଦେଇ ଶୁଣି ବୁଝିବାକୁ ଚ଼େଷ୍ଟା କରନ୍ତୁ । ଜଗନ୍ନାଥଙ୍କର କୃପାରେ ଦାମ୍ପତ୍ୟଜୀବନ ସୁଖଦ କ୍ଷଣର ଅନୁଭବ କରିବେ । ସାମାଜିକ କ୍ଷେତ୍ରରେ ଆପଣ ପ୍ରତିଷ୍ଠା ପ୍ରାପ୍ତ କରିବେ । ମନୋରଞ୍ଜନ ପାଇଁ ସମୟ ବାହାର କରି ପାରିବେ । ବସ୍ତ୍ର, ଗହଣା ଏବଂ ବାହନର କ୍ରୟ କରିବାର ଯୋଗ ଅଛି । ବ୍ୟାପାରରେ ଭାଗୀଦାର ସହିତ ସମ୍ବନ୍ଧ ଭଲ ରହିବ । ଧନ ଲାଭ ହେବ । କାର୍ଯ୍ୟଗୁଡ଼ିକରେ ମଧ୍ୟ ସଫଳତା ପ୍ରାପ୍ତ ହେବ । ପରିଜନମାନଙ୍କର ଏବଂ ସ୍ନେହୀଜନମାନଙ୍କର ସହିତ ସମ୍ବନ୍ଧରେ ମଧୁରତା ରହିବ । ତାଙ୍କର ସହକାର ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ, ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

କନ୍ୟା

ଭ୍ରମଣ ପାଇଁ ଆଜି ଦିନଟି ଶୁଭ । ବନ୍ଧୁ ସମ୍ପର୍କିୟ କିମ୍ବା ଅଫିସକାମରେ ବାହାରକୁ ଯାଇପାରନ୍ତି । ଭ୍ରମଣ ବେଳେ ନୂଆ ଦର୍ଶନ ସ୍ଥାନ ପରିଦର୍ଶନ କରିବେ ଏବଂ ବାର୍ତ୍ତାଳାପ ଉପଭୋଗ କରିବେ । ଏହି ଭଲ ସମୟରେ କୌଣସି ବାଧା ବିଘ୍ନ ଆସିବ ନାହିଁ । ଆଜି ସ୍ଵାସ୍ଥ୍ୟ ଭଲ ରହିବ ଏବଂ ରୋଗାକ୍ରନ୍ତ ବ୍ୟକ୍ତିଙ୍କର ମଧ୍ୟ ସ୍ୱାସ୍ଥ୍ୟରେ ସୁଧାର ହେବ । ଘରେ ସୁଖ-ଶାନ୍ତିର ବାତାବରଣ ରହିବ । କାର୍ଯ୍ୟରେ ସଫଳତା ଏବଂ ଯଶ ମିଳିବାରେ ଉତ୍ସାହ ବଢ଼ିବ । ଚାକିରିରେ ଲାଭଦାୟକ ସମାଚାର ମିଳିବ ଏବଂ ସହକର୍ମିମାନଙ୍କର ସାଥି ମିଳିବ । ମହିଳା ମିତ୍ରମାନଙ୍କ ସହିତ ସାକ୍ଷାତକରିବେ । ବିରୋଧି ଏବଂ ପ୍ରତିଦ୍ୱନ୍ଦ୍ୱୀମାନଙ୍କର ପରାଜୟ ହେବ । ଆଜିର ଦିନ ଲାଭଦାୟୀ ଅଟେ । ସମ୍ବନ୍ଧିମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଆନନ୍ଦଦାୟୀ ଭେଟ ହେବ । ବିବାହୋତ୍ସୁକଙ୍କୁ ଉଚିତ ପାତ୍ର ମିଳିବାରରୁ ଆନନ୍ଦରେ ବୃଦ୍ଧି ହେବ । ବ୍ୟାପାର ଦୃଷ୍ଟିରୁ ମଧ୍ୟ ଲାଭଦାୟୀ ଦିନ ଅଟେ । ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ ।

ତୁଳା

ଆପଣ ଏବଂ ଆପଣଙ୍କର ସାଙ୍ଗ ମଧ୍ୟରେ ଥିବା ସମ୍ପର୍କରେ ଅଧିକ ଦୃଢତା ଆସିବ । ଆପଣଙ୍କ ମଧ୍ୟରେ ଚିନ୍ତାଧାରାରେ ବହୁତ ସାମଞ୍ଜସ୍ୟ ଥିବାରୁ ଏକା ସାଂଗରେ ସମୟ କଟାଇବାକୁ ବହୁତ ଭଲ ଲାଗିବ । ଏହି ସମ୍ପର୍କକୁ ଏହି ଭଳି ବଜାଇ ରଖନ୍ତୁ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତିତ ହୋଇପାରନ୍ତି । ସନ୍ତାନ ସମ୍ବନ୍ଧିତ ସମସ୍ୟା ଆସିପାରେ । ସ୍ଵାଭିମାନ ଭଙ୍ଗ ନ ହେଉ ଏହାର ଧ୍ୟାନ ରଖିବେ । ଅବଶ୍ୟ ବିତ୍ତୀୟ ଆୟୋଜନ ପାଇଁ ସମୟ ଭଲ ଅଛି । ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ଭାଗ ନ ନେବା ଭଲ । ଶେୟାର-ସଟ୍ଟାର ପ୍ରଲୋଭନ କ୍ଷତି କରିବ ।   ମିତ୍ରମାନଙ୍କ ଏବଂ ସନ୍ତାନମାନଙ୍କ ସମ୍ବନ୍ଧିତ କୌଣସି କଥାର ଚିନ୍ତା ଗ୍ରାସ କରିପାରେ । ଆକସ୍ମିକ ଧନଖର୍ଚ୍ଚର ଯୋଗ ଅଛି । କୌଣସି ଭାବରେ ବିବାଦରୁ ଆଜି ଆପଣ ଦୂରରେ ରୁହନ୍ତୁ, ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ ।

ବିଛା

ଏହି ସମୟ ବର୍ତ୍ତମାନ ପରିବାର ଲୋକଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କରିବାର ସମୟ ଅଟେ ଯାହାଦ୍ୱାରା ଆପଣ ନିଜକୁ ପରିବାର ଲୋକଙ୍କ ନିକଟତର ପାଇବେ । ଆଜି ଆପଣ ସେମାନଙ୍କ ସାଙ୍ଗରେ ସମୟ କଟାଇବାକୁ ଚ଼ାହିଁବେ । ଆଜି ଆପଣ ନିଜ ପରିବାର ଲୋକଙ୍କ ସହିତ କୌଣସି କାର୍ଯ୍ୟରେ ଯୋଗଦେବେ , ନହେଲେ ବାହାରକୁ ବୁଲିବାକୁ ଯାଇପାରନ୍ତି ଯାହା ଆପଣଙ୍କୁ ବହୁତ ଖୁସି ପ୍ରଦାନ କରିବ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ବଣଭୋଜିରେ ଯିବା ପାଇଁ ଉଚ଼ିତ୍ ହେବ । କାର୍ଯ୍ୟ-ସଫଳତା ଏବଂ ଯଶ-କୀର୍ତ୍ତି ପ୍ରାପ୍ତ ହେବା ପାଇଁ ଆଜିର ଦିନ ଶୁଭ ଅଟେ । ପରିଜନମାନଙ୍କ ସହିତ ଆପଣ ଆନନ୍ଦ-ଉଲ୍ଲାସପୂର୍ଣ୍ଣ ବାତାବରଣରେ ସୁଖଦପୂର୍ଣ୍ଣ ସମୟ ବିତାଇବେ । ଆର୍ଥିକ ଲାଭର ମଧ୍ୟ ଆଜି ସମ୍ଭାବନା ଅଧିକ ଅଛି । ଆବଶ୍ୟକ ବିଷୟଗୁଡ଼ିକ ପଛରେ ଖର୍ଚ୍ଚ ହେବ । ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ଧନୁ

ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ ମିଳିଯିବ । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ । ଆପଣଙ୍କ ସାହସ ଏବଂ ଉପସ୍ତିତ ବୁଦ୍ଧି ଆପଣଙ୍କୁ ଅନ୍ୟମାନଙ୍କୁ ଠାରୁ ବହୁ ଆଗକୁ ନେଇ ଯିବ । ଆପଣଙ୍କ ଧୀଶକ୍ତି ଏବଂ ସଂପ୍ରେଷଣ କଳା ଆପଣଙ୍କୁ ଲକ୍ଷ୍ୟପ୍ରାପ୍ତି କରିବାରେ ସାହାଯ୍ୟ କରିବ । ମନର ଅସୁସ୍ଥତା କାରଣରୁ ଆପଣ ଆଜି ବ୍ୟଗ୍ର ହୋଇପାରନ୍ତି । ଶରୀରରେ ଆଲସ୍ୟ ଅନୁଭବ ହୋଇପାରେ । ଉଚ୍ଚାଧିକାରିମାନଙ୍କ ସହିତ ସାବଧାନପୂର୍ବକ କାର୍ଯ୍ୟ କରନ୍ତୁ । ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ । ଆବଶ୍ୟକ ନିର୍ଣ୍ଣୟ ନେବା ଆଜି ଉଚିତ ନୁହେଁ, ପ୍ରତିକାର– ଗ୍ରାମ୍ୟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

ମକର

ଆଜି ଆପଣଙ୍କୁ ନିଜର କେହି ଆଶ୍ଚର୍ଯ୍ୟ କରିବ । ବିଷୟଟି ଆପଣଙ୍କ ସମ୍ପର୍କରେ ହୋଇପାରିଥାଏ, ନ ହୋଇ ମଧ୍ୟ ପାରିଥାଏ । କିନ୍ତୁ ସବୁ ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବା ଉଚିତ ହେବ । ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ ମିଳିଯିବ । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ । ପରିଜନମାନଙ୍କର ସହିତ ସାମାଜିକ କାର୍ଯ୍ୟ ଗୁଡ଼ିକରେ ବ୍ୟସ୍ତ ରହିବେ ଅଥବା କୌଣସି ପର୍ଯ୍ୟଟନ-ସ୍ଥଳକୁ ଯାତ୍ରାର ଆନନ୍ଦ ପ୍ରାପ୍ତ କରି ପାରିବେ । ବ୍ୟାପାରୀଗଣଙ୍କୁ ବ୍ୟାପାରରେ ବୃଦ୍ଧି ହେବାର ସମ୍ଭାବନା ଅଛି । ପ୍ରତିକାର– ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ ।

କୁମ୍ଭ

ଆଜି ଆପଣ ବିଶ୍ରାମ କରନ୍ତୁ କାରଣ ଆପଣଙ୍କୁ କିଛି ସମସ୍ୟା ପାଇଁ ଅସୁବିଧା ହୋଇ ପାରେ । ବେଶୀ ଚ଼ିନ୍ତା କରନାହିଁ, ଆପଣଙ୍କର ସମସ୍ତ ସମସ୍ୟା ଶୀଘ୍ରହିଁ ଶେଷ ହୋଇଯିବ । ଆପଣ ଏଭଳି ଜଣେ ବ୍ୟକ୍ତି ଯାହାକୁ ନିଜ ଆଖପାଖ ଲୋକଙ୍କ ସାହାଯ୍ୟ ସହଯରେ ମିଳିଯାଏ । ଆପଣଙ୍କୁ ହୁଏତ ଏହା ଜଣା ନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ତ୍ୱ ଦ୍ୱାରା ପ୍ରଭାବିତ । ଆପଣ କେବେ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ । ଆଜିର ଦିନ ଆପଣ ସାବଧାନ ଏବଂ ସତର୍କତାରେ କଟାଇବାକୁ ଚେଷ୍ଟା କରନ୍ତୁ । ବାଣୀ ବା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ ଏବଂ କୌଣସି ଭାବରେ ବିବାଦରୁ ଦୂରରେ ରୁହନ୍ତୁ । ମାତାଙ୍କ ସହିତ ବିବାଦ ହେବାର ସମ୍ଭାବନା ଅଛି । ନକାରାତ୍ମକତା ନିଜର ମନରେ ଯେପରି ଚାପ ନ ପକାଇବ ସେଥିପାଇଁ ଚେଷ୍ଟା କରିବେ, ପ୍ରତିକାର– ମୁଗଡାଲି ମନ୍ଦିରରେ ଦାନ କରନ୍ତୁ ।

ମୀନ

ଆଜି ଆପଣ ନିଜ କାର୍ଯ୍ୟସ୍ଥଳରେ ବହୁତ ପରିଶ୍ରମ କରିବେ ଏବଂ ଆପଣଙ୍କୁ ନିଜ ଉପଲବ୍ଧି ଉପରେ ଗର୍ବ ହେବ । କିନ୍ତୁ ଆଜି ଆପଣ ନିଜ ପରିବାର ସହିତ କିଛି ସମୟ ଅତିବାହିତ କରିବା ଜରୁରୀ । ଆପଣ ଆଜି ବିଦେଶରୁ ଗୋଟିଏ ଖୁସି ଖବର ପାଇପାରନ୍ତି ଯଦି ଆପଣ ବିଦ୍ୟାର୍ଥି ହୋଇଥାନ୍ତି ତେବେ ଆପଣ ବୃତ୍ତି ପାଇପାରନ୍ତି କିମ୍ବା ଆପଣଙ୍କର ନାମ ଲେଖା ହୋଇପାରେ । ଏହା ମଧ୍ୟ କୌଣସି ଏକ ନୂଆ ଚ଼ାକିରି ହୋଇଥାଇପାରେ । ତେଣୁ ଇମେଲ ଲେଖନ୍ତୁ । ଆଜିର ଦିନ ଶୁଭ ଫଳଦାୟୀ ଅଟେ । ଆଜି ପ୍ରତ୍ୟେକ କାର୍ଯ୍ୟରେ ସରଳତାରେ ସଫଳତା ପ୍ରାପ୍ତି ହେବ । ପରିଣାମ ସ୍ଵରୂପ ଆପଣ ମାନସିକରୂପରେ ପ୍ରଫୁଲ୍ଲିତ ରହିବେ । ଚାକିରିରେ ଉଚ୍ଚାଧିକାରିମାନଙ୍କର ପ୍ରସନ୍ନତା କାରଣରୁ ପଦୋନ୍ନତିର ଯୋଗ ଅଛି|ପ୍ରତିକାର–ରୁଟିଗୁଡ ଗାଈକୁ ଖାଇବାକୁ ଦେବେ ।