ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ତାଙ୍କ ବ୍ୟକ୍ତିତ୍ବ, ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣି ହୋଇଥାଏ । କାରଣ ପ୍ରତ୍ଯେକ ଅକ୍ଷର ସହ ଗ୍ରହ ତଥା ବ୍ୟକ୍ତିଙ୍କ ରାଶିର ସମ୍ବନ୍ଧ ରହିଛି । ତେଣୁ ବ୍ୟକ୍ତିଙ୍କ ନାମରୁ ମଧ୍ୟ ତାଙ୍କ ବିଷୟରେ ଅନେକ କିଛି ଜାଣି ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଇଂରାଜୀ ବର୍ଣ୍ଣମାଳାର ପ୍ରଥମ ଅକ୍ଷର “A” ରେ ନାମ ଥିବା ବ୍ୟକ୍ତିଙ୍କ ଚରିତ୍ର ଓ ସ୍ଵଭାବ କିପରି ହୋଇଥାଏ ତାହା ଜଣାଇବାକୁ ଯାଉଛୁ ।
ଇଂରାଜୀ ଅକ୍ଷର “A” ରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତିବିଶେଷ ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାନ୍ତି ଓ ସର୍ବଦା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ଏମାନଙ୍କ ଶାରୀରିକ ଗଠନ ଏଭଳି ହୋଇଥାଏ କି ଯେକୌଣସି ବ୍ୟକ୍ତି ଏମାନଙ୍କ ପ୍ରତି ସହଜରେ ଆକର୍ଷିତ ହୋଇଯାନ୍ତି । ଏମାନେ ସବର୍ଦା ସୁନ୍ଦରତାକୁ ପସନ୍ଦ କରିଥାନ୍ତି ଓ ବହୁତ ସ୍ମାର୍ଟ ମଧ୍ୟ ହୋଇଥାନ୍ତି । ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତି ବହୁତ ଭାବୁକ ଅଟନ୍ତି ।
ଏମାନଙ୍କର ଇଛା କି ତାଙ୍କ ଘର ପରିବାର ତଥା ଦୁନିଆର ସବୁଲୋକ ସବୁବେଳେ ଭଲରେ ରୁହନ୍ତୁ । ଯଦି କେହି ଏମାନଙ୍କ କଥା ଶୁଣନ୍ତି ନାହିଁ ତେବେ ତାଙ୍କୁ ବହୁତ ଖରାପ ଲାଗିଥାଏ ଓ ନିରାଶ ମଧ୍ୟ ହୋଇଯାନ୍ତି । ଏମାନେ ପଥପଢା ଓ ନିଜ ଭବିଷ୍ୟତକୁ ନେଇ ବହୁତ ଜାଗ୍ରତ ରୁହନ୍ତି । ଏମାନେ କୌଣସି କାର୍ଯ୍ୟ ଆରମ୍ଭ କଲେ ତାକୁ ଶେଷ ନକରିବା ପର୍ଯ୍ୟନ୍ତ ଶାନ୍ତିରେ ନିଃଶ୍ଵାସ ନିଅନ୍ତି ନାହିଁ ।
ଏମାନଙ୍କୁ ଜୀବନରେ ଅବୁ ଜିନିଷ ଟିକେ ଡେରିରେ ବା ଧୀରେ ଧୀରେ ମିଳିଥାଏ । କିନ୍ତୁ ଜୀବନରେ ବହୁତ ସଂଘର୍ଷ ହେଲେ ମଧ୍ୟ ଏମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଥାଆନ୍ତି । ଏହି ନାମର ବ୍ୟକ୍ତିମାନେ ପ୍ରେମକୁ ବିଶେଷ ଗୁରୁତ୍ଵ ଦିଅନ୍ତି ହେଲେ ଏମାନେ ଏତେ ରୋମାଣ୍ଟିକ ନୁହନ୍ତି । ପ୍ରେମ ମାମଲାରେ ଏମାନେ ଖୁବ ଲକି ହୋଇଥାନ୍ତି କାରଣ ଏମାନେ ଯାହା ଚାହିଁଥାନ୍ତି ତାହା ପାଇଥାନ୍ତି । ଯେଉଁ ସମ୍ପର୍କରେ ଏମାନେ ଥରେ ଯୋଡି ହୁଅନ୍ତି ତାକୁ ସାରା ଜୀବନ ବଜାୟ ରଖିବାକୁ ଚେଷ୍ଟା କରନ୍ତି ।
ଏମାନେ ନିଜ ପ୍ରେମକୁ ପାଇବା ପାଇଁ ବଡ ସମସ୍ୟାର ସାମ୍ନା ମଧ୍ୟ କରିବାକୁ ଭୟ କରନ୍ତି ନାହିଁ । ଏହି ନାମର ବ୍ୟକ୍ତିମାନେ ଜନ୍ମରୁ ଅନେକ ବିଶେଷ ଗୁଣର ଅଧିକାରୀ ହୋଇଥାନ୍ତି, ଯେଉଁଥି ପାଇଁ ଏମାନେ ସମଯରେ ମାନ ସମ୍ମାନ ପାଇଥାନ୍ତି ।
ଏମାନେ ନିଜ ଶକ୍ତି କାହାକୁ ଦେଖାନ୍ତି ନାହିଁ କିନ୍ତୁ ଆବଶ୍ୟକ ପଡିଲେ କିଛି ଏପରି କାମ କରି ଦେଖାନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଏମାନେ ନିଜ ମନକଥା ସହଜରେ କାହା ଆଗରେ କୁହନ୍ତି । ଏମାନେ ସାଧାରଣତଃ କ୍ରୋଧୀ ସ୍ଵଭାବର ହୋଇଥାନ୍ତି ତେଣୁ ଥରେ ରାଗିଗଲେ ଏମାନଙ୍କୁ ବୁଝାଇବା ବହୁତ କଷ୍ଟ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।