Amul ଦେଲା ଚୀନକୁ ତଗଡା ଜବାବ, ୨ ଲାଇନର ମେସେଜରେ ଛାଇଗଲା ‘ଅମୁଲ ଗର୍ଲ’, ଦେଖିଲେ ଆପଣଙ୍କ ମନବି ଖୁସି ହେଇଯିବ

ଗଲୱାନ ଘାଟୀରେ ଗତ ୧୫ ଜୁନ ରୁ ଭାରତ ଓ ଚୀନ ସୈନିକମାନଙ୍କ ମଧ୍ୟରେ ବିବାଦ ପରେ ଏଲଏସି ଉପରେ ଯୁଧ୍ୟର ସ୍ଥିତି ସୃଷ୍ଟି ହୋଇ ଯାଇଛି । ଏହି ବିବାଦରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ, ଯାହା ପରେ ଦେଶରେ ବଡ ପରିମାଣରେ ଚିନୀ ଜିନିଷ ଗୁଡିକର ବହିଷ୍କାର କରା ଯାଉଛି । ସରକାର ବି ସୋମବାର ଦିନ ଏକ ବଡ ନିଷ୍ପତି ନେଇଛନ୍ତି । ଏହି ନିଷ୍ପତିରେ ଟିକ ଟକ, ୱିଚ୍ୟାଟ, ୟୁସି ବ୍ରାଉଜର, ହେଲୋ ଓ ଶେୟାରଇଟ ଭଳି ଚୀନର ମୋଟ ୫୯ ଆପକୁ ଭାରତରେ ବ୍ୟାନ କରି ଦିଆ ଯାଇଛି ।

ଚୀନର ଆପ ଗୁଡିକ ଉପରେ ପ୍ରତିବନ୍ଧ ଲଗାଇବା ପରେ ବର୍ତ୍ତମାନ ଦେଶର ପ୍ରସିଦ୍ଧ ଡେରୀ ବ୍ରାଣ୍ଡ ‘ଅମୁଲ’ ଏକ ଡୁଡଲ କରି ସରକାରଙ୍କ ଏହି ନିଷ୍ପତିର ସମର୍ଥନ କରିଛନ୍ତି ।

ଏହା ଅଟେ ଅମୁଲର ସେହି ଡୁଡଲ

ଅମୁଲ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଯେଉଁ ଡୁଡଲ ଶେୟାର କରିଛି, ସେଥିରେ ‘ଅମୁଲ ଗର୍ଲ’ ଏକ ଫ୍ରିଜ ପାଖରେ ଛିଡା ହୋଇଛି ଓ ତାହା ହାତରେ ବଟରର ପ୍ୟାକେଟ ଅଛି । ଫ୍ରିଜ ଭିତରେ ଅମୁଲ କମ୍ପାନୀର ଚିଜ ବି ରଖା ହୋଇଛି । ଏହି ଡୁଡଲ ଉପରେ ଲେଖା ଅଛି କି – STik with this STok, ଅର୍ଥାତ ଏହି ସ୍ଟକ ସହିତ ରୁହନ୍ତୁ । ଏହା ଛଡା ଡୁଡଲର ତଳେ ଲେଖା ହୋଇଛି କି – WeChat over tea, ଅର୍ଥାତ ଆମେ ବସି ଚା ସମୟରେ କଥା ହେବା । ଏହି ଡୁଡଲକୁ ଶେୟାର କରି ଅମୁଲ କ୍ୟାପ୍ସନରେ ଲେଖିଲା କି – ଭାରତ ୫୯ ଚିନୀ ଆପକୁ ବ୍ୟାନ କରିଛି ।

ଲୋକମାନେ କହିଲେ – ଏହା ଅସଲ ଜବାବ ଅଟେ

ଅମୁଲର ଏହି ଡୁଡଲ ବହୁତ ଭାଇରାଲ ହେଉଛି ଓ ଲୋକମାନେ ଏହା ଉପରେ କମେଣ୍ଟ କରି ଅମୁଲର କ୍ରିଏଟିବିଟୀର ପ୍ରଶଂସା ବି କରୁଛନ୍ତି । ଲୋକମାନେ କମେଣ୍ଟ କରି ଲେଖୁଛନ୍ତି କି ଚୀନକୁ ଜବାବ ଦେବା ପାଇଁ ଆମକୁ ସ୍ଵଦେଶୀ ଉତ୍ପାଦକୁ ହିଁ ଆପଣାଇବା ଉଚିତ । ଆପଣଙ୍କୁ କହିଦେଉଛୁ କି ନିଜର ଡେରୀ ଉତ୍ପାଦ ଗୁଡିକ ଛଡା ଅମୁଲ ନିଜର ଡୁଡଲକୁ ନେଇ ବି ବହୁତ ପ୍ରସିଦ୍ଧ ଅଟେ । ପ୍ରାୟତଃ ଅମୁଲ ଦ୍ଵାରା ନିର୍ମିତ ଡୁଡଲ ବହୁତ ଭାଇରାଲ ହୋଇଥାଏ ।

ସରକାର ଚୀନ ଉପରେ କରିଲେ ଡିଜିଟାଲ ସ୍ଟ୍ରାଇକ

ଏହା ପୂର୍ବରୁ ସରକାର ସୋମବାରକୁ ପ୍ରାଇବେସୀର କାରଣ ଦର୍ଶାଇ ଚୀନର ୫୯ ଏପକୁ ବ୍ୟାନ କରିବାର ଆଦେଶ ଜାରି କରିଛନ୍ତି । ସରକାରଙ୍କ ଏହି ଆଦେଶ ଜାରି କରି ଏହି ଏପ ଉପରେ ପ୍ରତିବନ୍ଧିତ କରି କହିଛନ୍ତି କି ଦେଶର ସଂପ୍ରଭୁତା, ଅଖଂଡତା ଓ ସୁରକ୍ଷାକୁ ଧ୍ୟାନରେ ରଖି ଏହିଭଳି ପଦକ୍ଷେପ ଉଠା ଯାଇଛି । ସରକାର ଯେଉଁ ଏପ ଉପରେ ପ୍ରତିବନ୍ଧ ଲଗାଇଛନ୍ତି, ସେଥିରେ ସବୁଠୁ ଚର୍ଚିତ ଏଫ ଟିକଟକ ଅଟେ । ଦେଶରେ ବଡ ସଂଖ୍ୟାରେ ଲୋକମାନେ ଏହି ଏପକୁ ଡାଉନଲୋଡ କରିଥିଲେ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ ।