ଜଣେ ଭିକାରୀ ଘରୁ ମିଳିଲା ଏତେ ଟଙ୍କା ପୋଲିସ ଗଣି ଗଣି ହାଲିଆ ହୋଇଗଲା ଶେଷରେ

ଭାରତ ଏପରି ଏକ ଦେଶ ଯେଉଁଠାରେ ଭିକାରୀମାନଙ୍କର ଅଭାବ ନାହିଁ । ବେଳେବେଳେ ଭିକାରୀଙ୍କ ଏପରି ମାମଲା ସାମ୍ନାକୁ ଆସେ, ଯାହା ଶୁଣିବା ଆଶ୍ଚର୍ଯ୍ୟଜନକ ଅଟେ । ମୁମ୍ବାଇର ଗୋଭାଣ୍ଡି ଷ୍ଟେସନ ନିକଟରେ ଏଭଳି ମାମଲା ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ ଟ୍ରେନ ଦୁର୍ଘଟଣାରେ ଜଣେ ଭିକାରୀଙ୍କର ମୃତ୍ୟୁ ହୋଇଥିଲା । ରେଳ ପୋଲିସ ଭିକାରୀଙ୍କୁ 82 ବର୍ଷିୟ ବିରବିଚାନ୍ଦ ଆଜାଦ ବୋଲି ଚିହ୍ନଟ କରିଛି ।

ହରବର ରେଳ ମାର୍ଗରେ ଗୋଭାଣ୍ଡି ଷ୍ଟେସନରେ ଭିକ ମାଗୁଥିବା ବେରାବିଚାନ୍ଦ ଆଜହାଦ୍ (70 ବର୍ଷ), ଗୋବନ୍ଦୀ ରେଳ ଷ୍ଟେସନ ନିକଟ ରେଳ ଡ୍ରେନ୍ ସଂଲଗ୍ନ ଏକ ବସ୍ତି ର ଏକ ତମ୍ବୁ ରେ ରହୁଥିଲେ । ବିଳମ୍ବିତ ରାତିରେ ରେଳ ଟ୍ରାକ୍ ଅତିକ୍ରମ କରୁଥିବା ବେଳେ ସେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଘାଟକୋପର ରାଜୱାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହାପରେ ପୋଲିସ ଯାଞ୍ଚ ପାଇଁ ପହଞ୍ଚିଥିଲା । ପୋଲିସ ଅନୁସନ୍ଧାନ ରୁ ଏହା ଜାଣିବାକୁ ପାଇଲା କି ଏହି ବ୍ୟକ୍ତି ଜଣେ ରେଳ ଷ୍ଟେସନ ଭିକାରୀ ଅଟନ୍ତି ବୋଲି । ପୋଲିସ ଏହି ମୃତ ବ୍ୟକ୍ତିର ପରିବାର କୁ ଖବର ଦେବା ପାଇଁ ସନ୍ଧାନ ଚଳାଇଲା । ପଚରା ଉଚୁରା ରୁ ପୋଲିସ ଏହି ବ୍ୟକ୍ତିର ଘର ମଧ୍ୟ ପାଇଥିଲା । କିନ୍ତୁ ତା ପରେ ଯାହା ହେଲା ଏଥିରେ ପୋଲିସର ମଧ୍ୟ ହୋସ ଉଡି ଯାଇଥିଲା । ପୋଲିସ ର କହିବା କଥା କି, ଆମେ ବହୁତ ଖୋଜା ଖୋଜି କଲାପରେ ମଧ୍ୟ କିଛି ପାଇଲୁ ନାହିଁ ।

ଏହି ବ୍ୟକ୍ତି ମୁମ୍ବାଇ ରେ ଏକୁଟିଆ ରହୁଥିଲେ । ଏହି ବ୍ୟକ୍ତି ଜଣକ ପ୍ରତିଦିନ ଭିକ ମାଗିବା ପାଇଁ ମୁମ୍ବାଇ ରେଳ ଷ୍ଟେସନ ଯାଇଥାନ୍ତି । ଦିନକୁ ସେ ଭିକ ମାଗି 2000 ରୁ 3000 ପର୍ଯ୍ୟନ୍ତ ରୋଜଗାର କରି ନିଅନ୍ତି । ରେଳରେ ଯାତ୍ରା କରୁଥିବା ଅନେକ ଲୋକ ଙ୍କୁ ମିଛ ସତ କହି 10 ଟଙ୍କା, 20 ଟଙ୍କା, 50 ଟଙ୍କା ଏମିତି ରେ ଅଧିକ ଦୟାଳୁ ଲୋକ ଙ୍କ ଠାରୁ 100 ଟଙ୍କା ପର୍ଯ୍ୟନ୍ତ ଭିକ ବାବଦ କୁ ମାଗି ଆଣନ୍ତି । ଏହିଭଳି ସଞ୍ଚୟ କରି ଏହି ଭିକାରୀ ହୋଇଯାଇଥିଲେ ଲକ୍ଷପତି । ପୋଲିସ ଯେବେ ତାଙ୍କ ତମ୍ବୁ ଭାଙ୍ଗିଲା ସେତେବେଳେ ମାଟି ତଳୁ ମିଳିଲା ଏକ ବସ୍ତା । ଏହାପରେ ଅନ୍ୟ ତିନୋଟି ବସ୍ତା ପୋଲିସ କୁ ମିଳିଥିଲା ।

ସୂଚନାଯୋଗ୍ୟ ଏହା ଯେ ଭିକାରୀ ଜଣକ ମୁମ୍ବାଇର ଗୋଭାଣ୍ଡି ଷ୍ଟେସନରେ ଭିକ ମାଗୁଥିଲା । ଯେତେବେଳେ ପୋଲିସ ତାଙ୍କ ତମ୍ବୁ ଝୋପଡି ଘର ରେ ବହୁତ ଖୋଜାଖୋଜି କରିଥିଲା,ପ୍ରଥମେ ତ ପୋଲିସ ଙ୍କୁ ଏହା ଲାଗିଥିଲା ଯେ ମୃତ ବ୍ୟକ୍ତି ଙ୍କ ଘରେ କିଛି ନାହିଁ ବୋଲି । ପରେ ଯେବେ ଖୋଳା ଗଲା ତାଙ୍କ ଘର ମାଟିତଳୁ ବାହାରିଲା 3 ବସ୍ତା ଭାରତୀୟ ମୁଦ୍ରା ରେ ଭର୍ତ୍ତି ସିମେଣ୍ଟ ବସ୍ତା । ପ୍ରାୟ 1.5 ଲକ୍ଷ ଟଙ୍କା ମୂଲ୍ୟର କଏନ ଭର୍ତିରେ ଫୁଲ୍ ହୋଇଥିବା ଅଖା ବସ୍ତା ତିନୋଟି ଉଦ୍ଧାର ହୋଇଥିଲା ।

ଏହା ଛଡା ପୋଲିସ ଯେବେ ଅଧିକ ଅନୁସନ୍ଧାନ କରିଥିଲା ତାକୁ ଲୋକଟିର ଘରେ,ମୃତ ବ୍ୟକ୍ତିର ପ୍ୟାନ୍ କାର୍ଡ ମିଳିଥିଲା । ଏହି ପ୍ୟାନ୍ କାର୍ଡର ଅନୁସନ୍ଧାନ ପରେ ବ୍ୟକ୍ତିର ବ୍ୟାଙ୍କ ଆକାଉଣ୍ଟ ଏବଂ ଫିକ୍ସ ଡିପୋଜିଟ ବିଷୟରେ ସୂଚନା ପୋଲିସ କୁ ମିଳିଥିଲା । ମୃତ ଭିକାରୀ ର ବ୍ୟାଙ୍କ ଆକାଉଣ୍ଟ ରେ 8.77 ଲକ୍ଷ ଟଙ୍କା ଥିବା ଏଫଡି କାଗଜପତ୍ର ଜବତ କରାଯାଇଥିଲା । ଭିକାରୀଙ୍କ ତମ୍ବୁ ଘରେ ଏତେ ଧନ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

ଚାରି ବ୍ୟାଗରେ ରଖାଯାଇଥିବା ମୁଦ୍ରା ଗଣିବାକୁ ପୋଲିସକୁ 4 ଘଣ୍ଟା ସମୟ ଲାଗିଥିଲା । ବରିଷ୍ଠ ଇନ୍ସପେକ୍ଟର ନନ୍ଦକୁମାର ସାସ୍ତେ କହିଛନ୍ତି ଯେ ଏହି ବସ୍ତି କଲୋନୀରେ ରହୁଥିବା ଲୋକମାନେ କହିଥିଲେ ଯେ ସେ ଜଣେ ଭିକାରୀ । ତାଙ୍କର କିଛି କାଗଜପତ୍ରରେ ତାଙ୍କ ଘର ଠିକଣା ରାଜସ୍ଥାନର ଅଟେ । ସେ ଏକାକୀ ମୁମ୍ବାଇରେ ରହୁଥିଲେ । ଏହି ବ୍ୟକ୍ତି ଅନେକ ବ୍ୟାଙ୍କ ରେ 8 ଲକ୍ଷ ଟଙ୍କାର ଫିକ୍ସଡ଼ ଡ଼ିପୋଜିଟ କରିଥିବା ବେଳେ ତାଙ୍କ ଘରୁ ନଗଦ ଦେଢ଼ ଲକ୍ଷ ଟଙ୍କାର କେବଳ ଖୁଚୁରା ପଇସା ହିଁ ମିଳିଛି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ ।