ଅମ୍ଫାନ ଓ ନିସର୍ଗ ପରେ ଭାରତ ଉପରକୁ ଆସୁଛି ଆଉ ଏକ ବାତ୍ୟାର ଭୟ, ୧୦ଜୁନରେ ହେବ ପ୍ରବଳ ବର୍ଷା

ବର୍ତ୍ତମାନ କରୋନା ଭାଇରସ ପାଇଁ ସାରା ଦେଶ ଚିନ୍ତାରେ ଅଛନ୍ତି । ଏହି ସଙ୍କଟ ସମୟରେ ମଧ୍ୟ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଜାରି ରହିଛି । ଗତ ମାସରେ ବଙ୍ଗୋପସାଗରରେ ହୋଇଥିବା ଅମ୍ଫାନ ଏବଂ ଆରବ ସାଗରରେ ଆସିଥିବା ନିସର୍ଗ ବାତ୍ୟା ପରେ ଆଉ ଏକ ବାତ୍ୟା ଭାରତ ଆଡକୁ ଗତି କରୁଛି । ପାଣିପାଗ ବିଭାଗ ଅନୁସାରେ ବଙ୍ଗୋପ ସାଗରରେ ବାତ୍ୟାର ପରିସ୍ଥିତି ସୃଷ୍ଟି ହେଉଛି । ଆସନ୍ତା ସପ୍ତାହରେ ଏହି ବାତ୍ୟା ଭାରତର ପୂର୍ବ ଉପକୂଳ ଆଡକୁ ଗତି କରିବ ।

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ ବଙ୍ଗୋପସାଗରରେ ନିମ୍ନ ଚାପ ବିଶିଷ୍ଟ ପରିସ୍ଥିତି ସୃଷ୍ଟି ହେଉଛି । ୮ ଜୁନ ପାଖାପାଖି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବ ଭାଗରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହେବାର ସମ୍ଭାବନା ଅଛି । ନିମ୍ନ ଚାପ କାରଣରୁ ଓଡିଶାରେ ୧୦ ଜୁନ ଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଗତ ମାସରେ ବଙ୍ଗୋପସାଗରରେ ଅମ୍ଫାନ ବାତ୍ୟା ସୃଷ୍ଟି ହୋଇ ଥିଲା । ଏହି ବାତ୍ୟା ଓଡିଶା ଏବଂ ପଶ୍ଚିମବଙ୍ଗରେ ଅଧିକ ପ୍ରଭାବ ପକାଇ ଥିଲା । ପାଣିପାଗ ବିଭାଗ ଏହାକୁ ୨୧ ବର୍ଷ ପରେ ଆସି ଥିବା ସବୁଠାରୁ ଭୟଙ୍କର ବାତ୍ୟା ବୋଲି କହିଥିଲେ । ୧୯୯୯ ମସିହାରେ ହୋଇଥିବା ବାତ୍ୟା ପରେ ଏହା ପ୍ରଥମ ମହାବାତ୍ୟା ଥିଲା ।

ଏହା ପରେ ଜୁନ ମାସର ପ୍ରଥମ ସପ୍ତାହରେ ଆରବ ସାଗରରେ ଉଠିଥିବା ବାତ୍ୟା ନିସର୍ଗ ବହୁତ ଧ୍ଵଂସ ଘଟାଇ ଥିଲା । ଜୁନ ୨ ତାରିଖରେ ଏହି ବାତ୍ୟା କାରଣରୁ ମାହାରାଷ୍ଟ୍ର ଏବଂ ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ସହିତ ବର୍ଷା ମଧ୍ୟ ହୋଇ ଥିଲା । ଏହି ବାତ୍ୟା ମୁମ୍ବାଇରେ ମଧ୍ୟ ପହଞ୍ଚି ଥିଲା ଏବଂ ଅନେକ ଘରକୁ ନଷ୍ଟ କରିଦେଇ ଥିଲା ।

ଗତ ୧୨୫ ବର୍ଷ ରେ ମୁମ୍ବାଇରେ ହୋଇଥିବା ଏହା ସବୁଠାରୁ ଭୟଙ୍କର ବାତ୍ୟା ଥିଲା । ବର୍ତ୍ତମାନ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଉ ଏକ ବାତ୍ୟା ଭାରତ ଆଡକୁ ଆସୁଛି ଯାହାର ପ୍ରଭାବରେ ଜୁନ ୧୦ ତାରିଖ ଠାରୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇ ଯିବ । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।