କାହିଁକି ଲାଗିଥାଏ ଷ୍ଟେସନର ନାମ ଶେଷରେ Terminal, Central ଓ Junction? ଜାଣନ୍ତୁ ଏହାର ରହସ୍ୟ

ଭାରତୀୟ ରେଳ ବିଭାଗ ଭାରତର ଯାତାୟାତର ଏକ ପ୍ରମୁଖ ସାଧନ ଅଟେ । ରେଳଗାଡି କାରଣରୁ ଭାରତର ବିକାଶ ବହୁତ ଜଲ୍ଦି ହୋଇଛି । ଟ୍ରେନ କାରଣରୁ ହିଁ ବହୁତ ଲୋକମାନେ ଏକା ସହିତ ନିଜର ବହୁତ ଦୂର ଦୂର ସ୍ଥାନକୁ ଯାଇ ପାରୁଛନ୍ତି । ଏହାର ଭଡା ବି ବହୁତ କମ ହୋଇଥାଏ । ଟ୍ରେନକୁ କେବଳ ଯାତ୍ରୀମାନଙ୍କ ଯିବା ଆସିବା ପାଇଁ ବ୍ୟବହାର କରାଯାଏ ନାହିଁ ଏହା ସହିତ ବହୁତ ବଡ ବଡ ଜିନିଷକୁ ବି ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ପହଞ୍ଚାଇବାରେ ସୁବିଧା ହେଉଛି ।

କିନ୍ତୁ ଆଜି ଆମେ ଆପଣଙ୍କୁ ଟ୍ରେନ ସମ୍ବନ୍ଧିତ ଏକ ରୋଚକପୂର୍ଣ ବିଷୟ କହିବୁ । ଆପଣମାନେ ବିଭିନ୍ନ ରେଲୱେ ଷ୍ଟେସନ ବିଷୟରେ ଶୁଣିଥିବେ । କିନ୍ତୁ କେତେକ ମୁଖ୍ୟ ଷ୍ଟେସନର ମୁଖ୍ୟ ନାମ ସହ ଟର୍ମିନାଲ (terminal), ସେଣ୍ଟ୍ରାଲ (central) ଓ ଜଙ୍କସନ (junction) ଲାଗିଥାଏ । ଉଦାହରଣ ସ୍ୱରୂପ ମୁମ୍ବାଇ ସେଣ୍ଟ୍ରାଲ, ମଥୁରା ଜଙ୍କସନ, ବାନ୍ଦ୍ରା ଟର୍ମିନାଲ, ଝାରସୁଗୁଡା ଜଙ୍କସନ ଇତ୍ୟାଦି ।

କିନ୍ତୁ ଆପଣ କେବେ ଏହି ନାମ ପଛରେ ଥିବା ଅସଲ କାରଣ ବିଷୟରେ ଜାଣିବାକୁ ଚେଷ୍ଟା କରିଛନ୍ତି । ଆଜି ଆମେ ଆପଣଙ୍କୁ ଏହାର କାରଣ ବିଷୟରେ କହିବୁ ।

Terminal (ଟର୍ମିନାଲ)

ଯଦି କୌଣସି ଷ୍ଟେସନର ନାମ ଶେଷରେ ଟର୍ମିନାଲ କାଗିଛି ତେବେ ଏହାର ଅର୍ଥ ଟ୍ରେନ ଯେଉଁ ଡାୟରେକ୍ଶନରୁ ସେହି ଷ୍ଟେସନକୁ ଆସୁଛି ସେହି ଡାୟରେକ୍ଶନରେ ଦେଇ ପୁଣି ଥରେ ଫେରିବ । ଅର୍ଥାତ ଅନ୍ୟ ପଟେ ଡାୟରେକ୍ଶନରେ ରେଲୱେ ଟ୍ରାକ ଶେଷ ହୋଇ ଯାଉଛି । ସେଥିପାଇଁ ଟ୍ରେନ ଯେଉଁ ଡାୟରେକ୍ଶନରୁ ଆସୁଛି ସେହି ଡାୟରେକ୍ଶନ ଦେଇ ହିଁ ଯିବ । ଭାରତରେ ମୋଟ ୨୭ଟି ଏହିଭଳି ଷ୍ଟେସନ ଅଛି ଯାହାର ନାମ ସହିତ ଟର୍ମିନାଲ ଲାଗିଛି ।

Central (ସେଣ୍ଟ୍ରାଲ)

ଷ୍ଟେସନର ନାମ ଶେଷରେ ସେଣ୍ଟ୍ରାଲ ଲଗାଇବାର ଅର୍ଥ ସେ ସହରର ସବୁଠୁ ବ୍ୟସ୍ତ ଷ୍ଟେସନ ଅଟେ । ମାନି ନିଅନ୍ତୁ କି ଯଦି କୌଣସି ସହରରେ ଗୋଟିଏରୁ ଅଧିକ ଷ୍ଟେସନ ଅଛି ତେବେ ସେଠି ଯେଉଁ ଷ୍ଟେସନଟି ଅଧିକ ପୁରୁଣା ଅଟେ ଓ ପ୍ରମୁଖ ଷ୍ଟେସନ ଅଟେ ତାହାର ନାମ ସହିତ ସେଣ୍ଟ୍ରାଲ ଲଗାଯିବ । ଭାରତରେ ମୋଟ ୫ଟି ଏମିତି ଷ୍ଟେସନ ଅଛି । ଯାହାଙ୍କ ନାମ ପଛରେ ସେଣ୍ଟ୍ରାଲ ଲଗା ଯାଇଛି । ଉଦାହରଣ ସ୍ୱରୂପ ମୁମ୍ବାଇ ସେଣ୍ଟ୍ରାଲ, ଚେନ୍ନଈ ସେଣ୍ଟ୍ରାଲ, ତ୍ରିବେନ୍ଦ୍ରେମ ସେଣ୍ଟ୍ରାଲ, ମଂଗଲୋର ସେଣ୍ଟ୍ରାଲ ଓ କାନପୁର ସେଣ୍ଟ୍ରାଲ ।

Junction (ଜଙ୍କସନ)

କୌଣସି ଷ୍ଟେସନର ନାମ ପଛରେ ଜଙ୍କସନ ଲାଗିଥାଏ ଯେତେବେଳେ ସେଠି ଟ୍ରେନ ଯିବା ଆସିବା ପାଇଁ ୩ ରୁ ଅଧିକ ରୁଟ ହୋଇଥାଏ । ସହଜ ଭାଷାରେ କହିବାକୁ ଗଲେ ଟ୍ରେନ ଯେଉଁ ରୁଟ ଦେଇ ପ୍ରବେଶ କରିଛି ତାହା ଛଡା ସେ ୨ ଟି ଅଲଗା ଅଲଗା ରୁଟ ଦେଇ ଷ୍ଟେସନରୁ ବାହାରି ପାରିବେ । ଉଦାହରଣ ସ୍ୱରୂପ ମଥୁରା ଜଙ୍କସନ (୭ଟି ମାର୍ଗ), ସେଲମ ଜଙ୍କସନ (୬ଟି ମାର୍ଗ), ବିଜୟବାଡା ଜଙ୍କସନ (୫ଟି ମାର୍ଗ), ବରେଲୀ ଜଙ୍କସନ (୫ଟି ମାର୍ଗ) । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।