ସୁନା ରୂପା କିଣିବା ପାଇଁ ଏହା ହେଉଛି ଭଲ ସୁଯୋଗ, ମୂଲ୍ୟ ହେଲେ ଏତେ ଟଙ୍କା କମ

ଗତ କିଛି ଦିନ ହେଲାଣି କରୋନା ଭାଇରସର ସଙ୍କଟ ଚାଲିଛି । ଏହି ସଙ୍କଟ ସମୟରେ ଅଧିକାଂଶ ଜିନିଷର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେହି ଜିନିଷ ଗୁଡିକ ମଧ୍ୟରେ ସୁନା ଏବଂ ରୂପା ଅନ୍ୟତମ । ଗତ କିଛି ଦିନ ହେଲାଣି ବଜାରରେ ସୁନା ଏବଂ ରୂପାର ଦାମ ବହୁତ ବୃଦ୍ଧି ପାଇଛି । ଯେଉଁ କାରଣରୁ ଲୋକ ମାନଙ୍କୁ ବହୁତ ଅସୁବିଧା ମଧ୍ୟ ହେଉଛି । ବିଶେଷ କରି ସାଧାରଣ ଲୋକ ମାନଙ୍କୁ ଅଧିକ ଅସୁବିଧାର ସାମନା କରିବାକୁ ପଡୁଛି ।

କିନ୍ତୁ ଗୁରୁବାର ଦିନ ସୁନା ରୂପା ମୂଲ୍ୟରେ ବହୁତ ହ୍ରାସ ପାଇବାର ଦେଖିବାକୁ ମିଳିଛି । ଏଥିପାଇଁ ଯେଉଁ ମାନେ ସୁନା କିଣିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ସବୁଠାରୁ ଭଲ ସୁଯୋଗ ଅଟେ । ଗୁରୁବାର ଦିନ ସୁନା ମୂଲ୍ୟରେ ୨୭୪ ଟଙ୍କା ହ୍ରାସ ପାଇବାର ଦେଖିବାକୁ ମିଳିଛି ଏବଂ ଏହା ୪୭,୧୮୫ ଟଙ୍କା ପ୍ରତି ୧୦ ଗ୍ରାମ ହୋଇ ଯାଇଛି । ବୁଧବାର ଦିନ ସୁନା ୪୭,୪୫୯ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ହୋଇଥିଲା । ସେହି ପରି ରୂପାର ଦାମ ଗୁରୁବାର ଦିନ ୫୪୨ ଟଙ୍କା ହ୍ରାସ ପାଇ ୪୯୫୫୮ ଟଙ୍କା ପ୍ରତି କିଲୋ ଗ୍ରାମକୁ ଆସିଛି । ବୁଧବାର ଦିନ ରୂପା ପ୍ରତି କିଲୋ ଗ୍ରାମର ମୂଲ୍ୟ ୫୦୧୦୦ ଟଙ୍କା ଥିଲା ।

ଦିଲ୍ଲୀରେ ୨୪ କ୍ୟାରେଟ ସ୍ପଟ ସୁନା ମୂଲ୍ୟରେ ୨୭୪ ଟଙ୍କା ହ୍ରାସ ପାଇବାର ଦେଖିବାକୁ ମିଳିଛି । ତେବେ ଡଲାର ତୁଳନାରେ ଟଙ୍କାରେ କ୍ରମାଗତ ଦୁର୍ବଳତା ଦେଖିବାକୁ ମିଳିଛି । ଏଚଡିଏଫସି ସିକ୍ୟୁରିଟିଜ ର ବରିଷ୍ଠ ବିଶ୍ଳେଷକ ତପନ ପଟେଲ କହିଛନ୍ତି କି ବର୍ତ୍ତମାନ ଦେଶରେ ଖୁଚୁରା ଅଳଙ୍କାର ଦୋକାନ ଖୋଲିବାକୁ ଲାଗିଛି ।

ଲକଡାଉନ ସମୟରେ ଦେଶରେ ସମସ୍ତ ଅଳଙ୍କାର ଦୋକାନ ସମ୍ପୂର୍ଣ ଭାବେ ବନ୍ଦ ରହିଥିଲା । ବହୁତ ଦିନ ପରେ ସୋମବାର ଦିନ ସ୍ପଟ ସୁନା ବଜାର ଖୋଲିଛି । ଇଣ୍ଟରନେସନାଲ ବଜାରରେ ସୁନାର ମୂଲ୍ୟ ୧୭୦୪ ଡଲାର ଥିବା ସମୟରେ ସେହିପରି ରୂପାର ମୂଲ୍ୟ ୧୭.୬୨ ଡଲାର ରହିଛି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

ସୌଜନ୍ଯ- ଜି ନ୍ଯୁଜ