ଆମେରିକାରେ ପଢିବା ବେଳେ ଭକ୍ତି ମାର୍ଗରେ ମିଶିଲୁ ତା’ପରେ ବାହା ହେଲୁ, ଓଡିଶାରେ ବିଦେଶିନୀଙ୍କ ନିଆରା ଦୃଶ୍ୟ, ଦେଖନ୍ତୁ video

ଭୁବନେଶ୍ବର ଏୟାରପୋର୍ଟରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ଓଡିଆ ପୁଅଙ୍କୁ ବିବାହ କରିଥିବା ଜଣେ ବିଦେଶିନୀ କିପରି ବୈଷ୍ଣବ ଧର୍ମ ଗ୍ରହଣ କରିବା ସହ ଭକ୍ତିରେ ନିଜକୁ ଲୀନ କରି ଦେଇଛନ୍ତି । କେବଳ ବିଦେଶିନୀ ନୁହେଁ ବରଂ ତାଙ୍କର ପୁରା ପରିବାର ତଥା ଓଡିଆ ସ୍ଵାମୀ ଓ ତିନି ବର୍ଷର ଝିଅ ମଧ୍ୟ ଭକ୍ତ ମାର୍ଗରେ ନିଜକୁ ଉତ୍ସର୍ଗ କରିଛନ୍ତି । ତେବେ ସେମାନେ ନିଜ ଗୁରୁମାଙ୍କୁ ସ୍ଵାଗତ କରିବା ପାଇଁ ଏୟାରପୋର୍ଟ ଆସିଥିବା ଜଣାପଡିଛି । ଯିଏ କି କାଲିଫର୍ଣ୍ଣିଆରେ ରହି ସେମାନଙ୍କୁ ଭକ୍ତି ମାର୍ଗରେ ଯିବାକୁ ଦର୍ଶାନ୍ତି ।

ଗୁରୁମା ବର୍ତ୍ତମାନ ଭାରତ ଭ୍ରମଣରେ ଆସିଛନ୍ତି । କଲିକତାରେ ତାଙ୍କର ସତସଙ୍ଗ ଶେଷ କରିବା ପରେ ବର୍ତ୍ତମାନ ସେ ପୁରୀ ଅଭିମୁଖେ ଆସିଛନ୍ତି । ପୁରୀରେ ସାତ ଦିନ ଧରି ଭଜନ କୀର୍ତ୍ତନ ରହିଛି । ଏହାପରେ ସେ ପୁଣି ନିଜ ଦେଶକୁ ଫେରିଯିବେ । ତେବେ ଓଡିଆ ଯୁବକ ଜଣକ ନିଜେ ଧୋତି ଓ ତୁଳସୀ ମାଳା ପିନ୍ଧିଛନ୍ତି ଓ ତାଙ୍କ ବିଦେଶିନୀ ପତ୍ନୀ ମଧ୍ୟ ଶାଢୀ, ତୁଳସୀ ମାଳା ସହ ମଠାରେ ତିଳକ ମଧ୍ୟ ଲଗାଇଛନ୍ତି ।

ଏନେଇ ଓଡିଆ ଯୁବକ କହିଛନ୍ତି କି, ସେ ଆମେରିକା ପାଠ ପଢିବାକୁ ଯାଇଥିବା ବେଳେ ସେଠାରେ ଭକ୍ତି ମାର୍ଗରେ ଉଭୟ ମିଶିଥିଲେ । ଆଜିକୁ 8 ବର୍ଷ ହେଲା ସେମାନେ ବିବାହିତ ଓ ତାଙ୍କର ତିନି ବର୍ଷର ଝିଅଟିଏ ମଧ୍ୟ ଅଛି । କୁନି ଝିଅଟି ମଧ୍ୟ ବାପାମା’ଙ୍କ ପଥକୁ ଆପେଣଇ ନେଇଛି । କୁନି କୁନି ପାଟିରେ ସେ ଯେପରି ହରେକୃଷ୍ଣ ହରେରାମ କହୁଛି ତାହା ସମସ୍ତଙ୍କ ମନ ମୋହି ନେଉଛି ।

ତେବେ ସେମାନେ ଆମେରିକା ଭଳି ଅତ୍ତ୍ଯନ୍ନତ ଦେଶରେ ରହିଲେ ମଧ୍ୟ ଏଭଳି ଭକ୍ତି ମାର୍ଗରେ ନିଜକୁ ସ୍ଥିର ରଖିଛନ୍ତି । ସେମାନେ ଧୋତି ଓ ଶାଢୀ ପିନ୍ଧିବା ସହ ବୈଷ୍ଣବ ଧର୍ମ ଓ ପରମ୍ପରାକୁ ଆପଣେଇ ନେଇଛନ୍ତି । ସକାଳ ଓ ସନ୍ଧ୍ୟା ସମୟରେ ଜପ କରିବା ସହ ସଂପୂର୍ଣ୍ଣ ବୈଷ୍ଣବ ରୀତିନୀତିରେ ଚଳୁଛନ୍ତି । ଯାହାକି ସତରେ ବେଶ ପ୍ରଶଂସନୀୟ । ସେମାନେ ମଧ୍ୟ କିଛି ଦିନ ପାଇଁ ଓଡିଶା ଆସିଛନ୍ତି ଓ ଏଠାରେ ପରିବାର ସହ ରହୁଛନ୍ତି ।

କିଛିଦିନ ପରେ ପୁଣି ଥରେ ଆମେରିକା ଫେରିଯିବେ । ତେବେ ଯୁବକ ଜଣକ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବେ ଆମେରିକାରେ କାମ କରନ୍ତି । ଏଭଳି ଏକ ନିଆରା ପରିବାର ଦେଖି ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।