Anubhav Mohanty ଓ Rani Panda ଙ୍କୁ ନେଇ ଇଏ କଣ କହିଦେଲେ Bobby Mishra ! ଦେଖନ୍ତୁ video

ଓଲିଉଡ ଦୁନିଆରୁ ପ୍ରତିଦିନ କିଛି ନା କିଛି ଗରମାଗରମ ଖବର ସାମ୍ନାକୁ ଆସେ । କିଛିଦିନ ହେବ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି । ସବୁବେଳେ ବିବାଦରେ ରହିବାକୁ ଏକପ୍ରକାର ପସନ୍ଦ କରୁଥିବା ରାଣୀ ପଣ୍ଡା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ଖୁଲମଖୁଲା ବିବାହ ପ୍ରସ୍ତାବ ଦେଇଥିଲେ । ଏହାପରେ ସେ ବାରମ୍ବାର ଏନେଇ ଗଣମାଧ୍ୟମ ସାକ୍ଷାତକାରରେ ମଧ୍ୟ କହି ଚାଲିଛନ୍ତି । ତେବେ ରାଣୀଙ୍କ ମନ୍ତବ୍ୟକୁ ନେଇ ଅନୁଭବ ନିଜେ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ।

ଅନୁଭବ ଭିଡିଓ ମାଧ୍ୟମରେ କହିଥିଲେ କି, ତାଙ୍କର ବିଶ୍ଵାସ କି ରାଣୀ ପାଖରେ ଜଣେ ଭଲ ବୋହୂ ଓ ସ୍ତ୍ରୀ ହେବାର କ୍ଷମତା ରହିଛି । ଏନେଇ ରାଣୀ ପଣ୍ଡା ବେଶ ଖୁସି ହୋଇ ଯାଇଥିଲେ । ତେବେ ଓଲିଉଡ ଜଗତର ଅନ୍ଯତମ ସୁପରିଚିତ ତଥା ଲୋକପ୍ରିୟ ଅଭିନେତା ହେଉଛନ୍ତି ବବି ମିଶ୍ର । ବବି ମିଶ୍ର ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଥର ବିବାଦ ଘେରକୁ ଆସିଛନ୍ତି । ବବି ମିଶ୍ର ପ୍ରଥମ ଥର ପାଇଁ ଅନୁଭବ ଓ ରାଣୀ ପଣ୍ଡାଙ୍କ ମନ୍ତବ୍ୟକୁ ନେଇ ମୁହଁ ଖୋଲିଛନ୍ତି ।

ଏନେଇ ବବିଙ୍କୁ ପଚରା ଯିବାରୁ ସେ କହିଛନ୍ତି କି, ଅନୁଭବ ବହୁତ ସାଧାରଣ ବ୍ୟକ୍ତିତ୍ବର ପିଲା । ଅନୁଭବ ଯେମିତି ବହୁତ ଭଲ, ରାଣୀ ପଣ୍ଡା ମଧ୍ୟ ସେମିତି ବହୁତ ଭଲ । ରାଣୀ ପଣ୍ଡାର ମୁହଁ ଟା ସିନା ଖରାପ କିନ୍ତୁ ହୃଦୟରୁ ସେ ବହୁତ ଭଲ ପିଲା । ଏହାପରେ ବବିଙ୍କୁ ପଚରା ଯାଇଥିଲା କି, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ସବୁବେଳେ କାହିଁକି ବିବାଦ ଲାଗିଛି ?

ଏନେଇ ବବି କହିଥିଲେ କି, ବିବାଦ ସବୁ ଜାଗାରେ ରହିଛି କିନ୍ତୁ ଯେହେତୁ ଆମେ କଳାକାର ଆମ ଉପରେ ସମସ୍ତଙ୍କ ନଜର ରହିଛି । ଜଣେ ସାଧାରଣ ପିଲାଟେ ଯେତେ ଝିଅଙ୍କୁ ନେଇ ପୁରୀ ଗଲେ ବି ତାକୁ କେହି ଚିହ୍ନିବେ ନାହିଁ । କିନ୍ତୁ ମୁଁ ଯଦି ସେମିତି ନେଇଯିବି ତେବେ ସମସ୍ତେ ଜାଣିବେ ଯେ ବବି ମିଶ୍ର ଆଉ କାହା ସହ ପୁରୀ ଆସିଛି ।

ତେବେ ଅନୁଭବ କାହାକୁ ବାହା ହେବେ କି ରାଣୀ ପଣ୍ଡା କାହାକୁ ବାହା ହେବେ ମୁଁ ଜାଣିନି । କିନ୍ତୁ ଉଭୟ ବେଶ ଭଲ ମଣିଷ ବୋଲି ବବି ମିଶ୍ର କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।