ବରଫ ପାହାଡ ଉପରୁ ଝରି ଆସୁଛି ରକ୍ତର ଝରଣା ! ବୈଜ୍ଞାନିକ ମାନେ ବି ଆଶ୍ଚର୍ଯ୍ୟ କେମିତି ରକ୍ତ ପାଲଟିଲା ବରଫ !

ଆମକୁ ଆଶ୍ଚର୍ଯ୍ୟ କରିଦେବା ଭଳି ଅନେକ ଘଟଣା ଦୁନିଆରେ ଦେଖିବାକୁ ମିଳେ । ଦୁନିଆରେ ଏମିତି ଅଦ୍ଭୁତ ସ୍ଥାନ ରହିଛି ତାହା ଦେଖିବାକୁ ଲୋକକୁ ବିଶ୍ବାସ ହେବା କଷ୍ଟକର ହୋଇପଡେ । ଯାହାର କାରଣ ବୈଜ୍ଞାନିକ ମାନେ ମଧ୍ୟ ଖୋଜି ପାଆନ୍ତି ନାହିଁ । ଆଜି ଆମେ ଆପଣଙ୍କୁ କହିବୁ ବରଫ ଉପରେ ଯେପରି ରକ୍ତର ନଦୀ ସୃଷ୍ଟି ହୋଇଛି । ରକ୍ତର ଝରଣାରୁ ସୃଷ୍ଟ ଏହି ନଦୀକୁ ଦେଖି ଲୋକଙ୍କ ମନରେ ଭୟ ଜାତ ହୁଏ । ଏହି ନଦୀ ବୈଜ୍ଞାନିକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରେ । ଆଣ୍ଟାର୍କଟିକାରେ ତାପାମାତ୍ରା -57॰ ସେଲସିୟସ ତଳେ ରହିଥାଏ ।

ସେଠାରେ ଗରମ ପାଣି ଆଖି ପିଛୁଳାକେ ବରଫ ପାଲଟିଯାଏ । ଯେଉଁଠି ଦେଖିବ ସେଇଠି ବରଫ । ଏତେ ଥଣ୍ଡାରେ ସେଠାରେ ରକ୍ତ ଭଳି ବୋହୁଥିବା ଲାଲ ରଙ୍ଗର ଝରଣା କିପରି ସୃଷ୍ଟି ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ରକ୍ତ ଭଳି ନଦୀ ଥିବା ଏହି ସ୍ଥାନର ନାମ ହେଉଛି ଟେଲର । ଏହା ପୂର୍ବ ଆଣ୍ଟାର୍କଟିକା ଭିକ୍ଟୋରିଆ ଲ୍ୟାଣ୍ଡରେ ରହିଛି । ତେବେ କାହିଁ କେତେ କାଳରୁ ବୋହୁଥିବା ଏହି ଲାଲ ରଙ୍ଗର ଝରଣାର କାରଣ ଏବେ ଜଣାପଡିଛି । ଯାହାକି କେବଳ ଅନୁମାନ କରାଯାଉଛି ତଥା ସଠିକ କାରଣ ନହୋଇ ଥାଇପାରେ ।

ଟେଲର ନାମକ ଏହି ବରଫ ଚଟାଣ ତଳେ ଏକ ବହୁ ପ୍ରାଚୀନ ସ୍ଥାନ ରହିଛି । ସେଠାରେ ଜୀବନ ବଞ୍ଚିବା ସମ୍ଭବ ବୋଲି ଅନୁମାନ କରାଯାଉଛି । ସେହି ରକ୍ତ ନଦୀ ପାଖକୁ ଯାଇ ଦେଖିଥିବା ବୈଜ୍ଞାନିକ ମାନେ କହିଛନ୍ତି କି ଏହି ପାଣିର ସ୍ଵାଦ ଲୁଣିଆ । ଆଣ୍ଟାର୍କଟିକାରେ ଏତେ ଥଣ୍ଡା ଯେ ସେଠାରେ ରକ୍ତ ଜମାଟ ବାନ୍ଧିଦେବ । ତେବେ ଏହି ରକ୍ତ ନଦୀର ଆବିଷ୍କାର ପ୍ରଥମେ 1911ରେ ବ୍ରିଟିଶ ଅନୁସନ୍ଧାନକାରୀ ଥମ୍ସ ଗ୍ରିପ୍ସ ଟେଲର କରିଥିଲେ । ଏହାପରେ ୟୁରୋପର ବୈଜ୍ଞାନିକ ପ୍ରଥମେ ଏହି ସ୍ଥାନରେ ପହଞ୍ଚିଥିଲେ ।

1960ରେ ଜଣା ପଡିଥିଲା କି ଏହି ବରଫ ଚଟାଣ ତଳେ ଲୌହ ଲୁଣ ବା ପେରିକ ହାଇଡ୍ରୋକସାଇଡ ରହିଛି । ଯାହାକି ବରଫର ମୋଟ ଚାଦର ତଳୁ ବାହାରୁଛି । ସେହିପରି 2009ରେ ଏକ ଅଧ୍ୟୟନରୁ ଜଣା ପଡିଥିଲା କି ବରଫ ଚଟାଣ ତଳେ ସୂକ୍ଷ୍ମ ଜୀବମାନ ରହିଛନ୍ତି । ଏମାନେ ବରଫ ତଳେ 15ରୁ 40ଲକ୍ଷ ବର୍ଷ ହେବ ରହିଛନ୍ତି । ଯାହାକି ଏକ ବଡ ଇକୋସିଷ୍ଟମ ର ଏକ ଛୋଟ ଅଂଶ ଅଟେ । ଏହା ଏତେ ବଡ ଯେ ଏହାର ଗୋଟିଏ ପାର୍ଶ୍ଵରୁ ଅନ୍ୟ ଏକ ପାର୍ଶ୍ଵକୁ ଯିବା ପାଇଁ ବର୍ଷ ବର୍ଷ ଲାଗିଯିବ ।

ଏହି ଝରଣା ପାଣିକୁ ଲ୍ୟାବରେ ଟେଷ୍ଟ କରିବା ପରେ ଜଣାପଡିଲା କି, ଏହା ଏକ ବିରଳ ସବଗ୍ଲାସିଆଲ ଇକୋସିଷ୍ଟମ ର ବ୍ୟାକ୍ଟେରିଆ । ଯାହା ବିଷୟରେ କାହାରିକୁ ଜଣାନାହିଁ । ଅମ୍ଳଜାନ ନଥିବା ସ୍ଥାନରେ ଏହି ଜୀବାଣୁମାନେ ବଞ୍ଚି ରହିଛନ୍ତି । ତେବେ ରକ୍ତର ଝରଣାକୁ ବରଫ ତଳୁ କିଏ ବାହାରକୁ ଠେଲୁଛି ବୈଜ୍ଞାନିକମାନେ ତାହା ଏପର୍ଯ୍ୟନ୍ତ ଜାଣିପାରିଲେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।