“ମୁଁ ବାପା ପଇସାରେ ନୁହେଁ ନିଜ ଦମ୍ ର ପାଇଲଟ ବନିଛି”- Sura Routray ଙ୍କ ପୁଅ Manmath Routray ଙ୍କ ସ୍ଵତନ୍ତ୍ର ସାକ୍ଷାତକାର

କଂଗ୍ରେସ ବିଧାୟକ ସୁର ରାଉତରାୟ ଓଡିଶାର ଘରେ ଘରେ ସୁର ଭାଇ ଭାବେ ପରିଚିତ । ସେ ତାଙ୍କ ଜୀବନ ଆରମ୍ଭରୁ କଂଗ୍ରେସ ପାଇଁ କାମ ଆରମ୍ଭ କରିଥିଲେ, ଆଉ ଆଜି ବି ତାହା ଜାରି ରଖିଛନ୍ତି । ସୁର ଭାଇ ବିଭିନ୍ନ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାର ପରିସର ମଧ୍ୟରେ ରୁହନ୍ତି, କିନ୍ତୁ ତାଙ୍କ ପିଲାମାନଙ୍କୁ ଗଣମାଧ୍ୟମରେ ବହୁତ କମ୍ ଦେଖିବାକୁ ମିଳେ । ତେବେ ପ୍ରଥମ ଥର ପାଇଁ ସୁର ଭାଇଙ୍କ ପୁଅ ମନ୍ମଥ ରାଉତରାୟ ଗଣମାଧ୍ୟମରେ ଏକ ସୁନ୍ଦର ସାକ୍ଷାତକାର ଦେଇଛନ୍ତି ଯାହା ଓଡିଶାବାସୀଙ୍କ ମନକୁ ବେଶ ଛୁଇଁ ପାରିଛି ।

ସୁର ଭାଇ ତାଙ୍କର ପୁରା ଜୀବନ ରାଜନୀତିକୁ ସମର୍ପଣ କରିଛନ୍ତି । କିନ୍ତୁ ତାଙ୍କ ପୁଅମାନେ କେହି ବି ରାଜନୀତିରେ ନାହାନ୍ତି । ବରଂ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ସୁର ଭାଇଙ୍କ ପୁଅ ମନ୍ମଥ ପେଶାରେ ଜଣେ ପାଇଲଟ । ସେ ଏୟାର ଇଣ୍ଡିଆ ପାଇଁ ଅନେକ ବର୍ଷ ଧରି କାମ କରି ଆସୁଛନ୍ତି । ସେ ରାଜନୀତିରେ ସିନା ନାହାନ୍ତି ହେଲେ ବାପାଙ୍କ ଠାରୁ ଲୋକଙ୍କ ସେବା କରିବା ଶିଖିଛନ୍ତି । ପାଇଲଟ ଭାବେ କାମ କରିବା ସହ ସମୟ ମିଳିବା ମାତ୍ରେ ଗରିବ ଲୋକଙ୍କ ପାଖେ ପହଞ୍ଚି ଯାଆନ୍ତି ଓ ପାରୁ ପର୍ଯ୍ୟନ୍ତ ତାଙ୍କର ସାହାଯ୍ୟ କରନ୍ତି ।

ସୁର ଭାଇ କେବେବି ଚାହୁଁ ନଥିଲେ କି ତାଙ୍କ ପୁଅମାନେ ରାଜନୀତିରେ ପଶନ୍ତୁ । ବାକି ସେମାନଙ୍କ ଇଚ୍ଛାରେ ସେମାନେ ଦେଶ ପାଇଁ ଯାହା ସେବା କରିବାକୁ ଚାହୁଁଛନ୍ତି କରନ୍ତୁ ବୋଲି ସେ ଚାହୁଁଥିଲେ । ପିଲାମାନଙ୍କୁ ରାଜନୀତି ଠାରୁ ଦୂରେଇ ରଖିବା ପାଇଁ ସମସ୍ତଙ୍କୁ ବାହାରେ ପାଠ ପଢାଉଥିଲେ ।

ସବୁଠୁ ବଡ କଥା ହେଲା ମନ୍ମଥ ବାପାଙ୍କ ପଇସାରେ ନୁହେଁ ବରଂ ନିଜ ପଇସାରେ ପାଇଲଟ ବନିଥିଲେ । ଦ୍ଵାଦଶ ପାଠପଢା ଶେଷ ହେବା ପରେ ତାଙ୍କର ଇଚ୍ଛା ଥିଲା କି ଯାହା ପାଠ ପଢିବେ ସେ ନିଜ ଦମ୍ ରେ ପଢିବେ । ଦ୍ଵାଦଶ ପରେ ସେ ଜଣେ ସିନିୟରଙ୍କ ଗାଇଡାନ୍ସରେ ପାଇଲଟ କୋର୍ସ ପାଇଁ ଆବେଦନ କରିଥିଲେ ଓ ପ୍ରବେଶିକା ପରୀକ୍ଷାରେ ପାସ ମଧ୍ୟ କରିଥିଲେ । ଏହାପରେ ସେଠାରୁ ତାଙ୍କୁ କିଛି ଲୋନ୍ ନେବାକୁ ସୁଯୋଗ ମିଳିଥିଲା ।

ଏତିକି ବେଳେ ସେ ଜାଣିବାକୁ ପାଇଥିଲେ ଯେ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକ ମଧ୍ୟ ପାଇଲଟ ପଢିବାକୁ ଚାହୁଁଥିବା ପିଲାଙ୍କ ପାଇଁ କିଛି ସ୍କୋଲାରଶିପ ବ୍ୟବସ୍ଥା ରଖିଛନ୍ତି । ହେଲେ ତା’ ବିଷୟରେ ଅନେକ ଲୋକ ଜାଣି ନଥିଲେ ।

ସେ ସୁର ଭାଇଙ୍କୁ ଏକଥା ଜଣାଇବା ପରେ ସେ ସିଧା ତାଙ୍କୁ ନବୀନ ନିବାସ ନେଇ ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା ହୋଇ ଏ ବିଷୟରେ ଜଣାଇଥିଲେ । କିଛିଦିନ ପରେ ଟଙ୍କା ସହ ଲେଟର ଡ୍ରାଫ୍ଟ ମାଧ୍ୟମରେ ତାଙ୍କ ଏକାଡେମିରେ ପହଞ୍ଚି ଯାଇଥିଲା । ଏହିପରି ଭାବେ ସେ ନିଜ ପଇସାରେ ପାଠ ପାଢୀ ପାଇଲଟ ହୋଇଥିଲେ ।

ଆଉ ଆଜି ତାଙ୍କ ସେବା ମନୋବୃତ୍ତି ସମସ୍ତଙ୍କୁ ଆକୃଷ୍ଟ କରୁଛି । ସତରେ ଖୁବ କମ୍ ରାଜନେତାଙ୍କ ପୁଅ ଏଭଳି ବ୍ୟକ୍ତିତ୍ବର ଅଧିକାରୀ ହୋଇଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।