ଶସ୍ତାରେ 5G ଡାଟା ଯୋଗାଇଲା ଜିଓ, 4G ଠାରୁ 10 ଗୁଣା ଅଧିକ ସ୍ପିଡରେ ଚାଲୁଛି ଇଣ୍ଟରନେଟ, ଏମିତି କରନ୍ତୁ ଅପଗ୍ରେଡ

ନୂଆ ପ୍ଳାନ ଘୋଷଣା କଲା ଜିଓ, ଯେଉଁଥିରେ ସବୁଠୁ ଶସ୍ତାରେ ମିଳିବ 5ଜି ଡାଟା । ଏହି ପ୍ଳାନ ର ଦାମ୍ ମାତ୍ର 61 ଟଙ୍କା । ଏହି ପ୍ଳାନ ଅନୁଯାୟୀ ୟୁଜର୍ସଙ୍କୁ 5ଜି ଡାଟା ମିଳିବ । ଯେଉଁ ଗ୍ରାହକମାନେ 5ଜି କୁ ଅପଗ୍ରେଡ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏଭଳି ପ୍ଳାନ ଘୋଷଣା କରିଛି ଜିଓ । ଏମିତିରେ ଜିଓ ର ଅଧିକାଂଶ ପ୍ଳାନ 5ଜି ଏଲିଜିବିଲିଟି ସହ ଆସେ । କିନ୍ତୁ କିଛି ରିଚାର୍ଜରେ ୟୁଜର୍ସଙ୍କୁ କେବଳ 4ଜି ଡାଟା ହିଁ ମିଳୁଛି । ଏହି ୟୁଜର୍ସ ମାନେ ଜିଓର ନୂଆ ପ୍ଳାନ କିଣି 5ଜି କୁ ଅପଗ୍ରେଡ କରିପାରିବେ ।

ଦେଶରେ 5ଜି ଲଞ୍ଚ ହେବା ପରେ ଗ୍ରାହକ ଏହାର ସୁବିଧା ଉପଭୋଗ କରିବାକୁ ଅପେକ୍ଷା କରି ବସିଛନ୍ତି । ହେଲେ କମ୍ପାନୀ ଏନେଇ କିଛି ଅଲଗା ପ୍ଳାନ ଲଞ୍ଚ କରିନାହିଁ । ହେଲେ କିଛି ରିଚାର୍ଜ ସହ ଗ୍ରାହକଙ୍କୁ 5ଜି ଏଲିଜିବିଲିଟି ମିଳୁଛି । ଏପରି ସ୍ଥଳେ ଯେଉଁମାନଙ୍କୁ 5ଜି ଏଲିଜିବିଲିଟି ମିଳୁନାହିଁ ସେମାନଙ୍କ ପାଇଁ ଏହି 61 ଟଙ୍କିଆ ରିଚାର୍ଜ ପ୍ଳାନ ଆଣିଛି କମ୍ପାନୀ । ଜିଓ ର 61 ଟଙ୍କିଆ ପ୍ଳାନ ଫାଇଦା 119 ଟଙ୍କା, 149 ଟଙ୍କା, 189 ଟଙ୍କା, 199 ଟଙ୍କା 0 209 ଟଙ୍କାରେ ହୋଇପାରିବ ।

ଏହାଠାରୁ ଅଧିକ ରିଚାର୍ଜ ପ୍ଳାନରେ ଗ୍ରାହକଙ୍କୁ 5ଜି ଏଲିଜିବିଲିଟି ମିଳିବ । ଦେଶର ବିଭିନ୍ନ ସହରରେ 5ଜି ଲଞ୍ଚ ହୋଇ ସାରିଥିବା ବେଳେ ଏହାର ଅର୍ଥ ନୁହେଁ କି ସମସ୍ତଙ୍କ ଫୋନରେ 5ଜି ସୁବିଧା ଉପଲବ୍ଧ ରହିଛି । ଯଦି ଆପଣଙ୍କ ପାଖରେ 5ଜି ସ୍ମାର୍ଟଫୋନ ଅଛି ଏବଂ 5ଜି ସୁବିଧା ମିଳୁଥିବା ଏରିଆ ଭିତରେ ଆପଣ ଅଛନ୍ତି ତେବେ ଯାଇ 5ଜି ନେଟୱାର୍କର ଫାଇଦା ଆପଣ ଉଠାଇ ପାରିବେ ।

କମ୍ପାନୀର 5ଜି ସର୍ଭିସ ବ୍ୟବହାର କରିବା ପାଇଁ ଆପଣଙ୍କ ପାଖେ ଜିଓ ୱେଲକମ୍ ଅଫର୍ ଥିବା ଆବଶ୍ୟକ । ଏହି ଅଫର୍ ରେ କମ୍ପାନୀ ଅନଲିମିଟେଡ 5ଜି ଡାଟା ଆକସେସ ଦେଉଛି । ଏଥିପାଇଁ ଆପଣ “ମାଈ ଜିଓ ଆପ୍” କୁ ଯାଇ ରେଜିଷ୍ଟର କରିପାରିବେ । 4ଜି ତୁଳନାରେ 5ଜି ର ସ୍ପିଡ 5ରୁ 10ଗୁଣା ଅଧିକ ।

4ଜି ର ସ୍ପିଡ ସେକେଣ୍ଡ ପିଛା 10ରୁ 100mbps ଥିବାବେଳେ 5ଜି ର ସ୍ପିଡ ସେକେଣ୍ଡ ପିଛା 300ରୁ 1000mbps ରହିଛି । ତେବେ 5ଜି ସେବା ଲଞ୍ଚ ହେବା ପରେ ଏହାକୁ ନେଇ ଯୁବପିଢିଙ୍କ ଉତ୍ସାହ ବଢି ଯାଇଥିବା ଦେଖିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।