ଆମର ବି ଇଜ୍ଜତ ଅଛି, ଯଦି ଭାରତ ପାକିସ୍ତାନ ଗସ୍ତରେ ନ ଆସିବ ତେବେ ପାକିସ୍ତାନ ବି… ଧମକ ଦେଲେ ପାକିସ୍ତାନର ଏହି ପୂର୍ବତନ କ୍ରିକେଟର

ଖୁବ ଶୀଘ୍ର ଏସିଆ କପ୍ ଆରମ୍ଭ ହେବାକୁ ଥିବାବେଳେ ଟିମ୍ ଇଣ୍ଡିଆ କେଉଁ ଜାଗାରେ ମ୍ଯାଚ ଖେଳିବ ଏହାକୁ ନେଇ ଏବେବି ଅନେକ ପ୍ରଶ୍ନ ଉଙ୍କିମାରୁଛି । ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ଭାରତ ପାକିସ୍ତାନ ନଯିବାକୁ ନେଇ ପୂର୍ବତନ ପାକିସ୍ତାନ କ୍ରିକେଟର ଏହାକୁ ନେଇ ବଡ ବୟାନ ଦେଇଛନ୍ତି । ପୂର୍ବତନ ପାକିସ୍ତାନୀ କ୍ରିକେଟର ତଥା ୱିକେଟ କିପର କାମରାନ ଆକମଲ କହିଛନ୍ତି, ଯଦି ଭାରତ ଏସିଆ କମ୍ ଖେଳିବା ପାଇଁ ପାକିସ୍ତାନ ଆସିବନି ତେବେ ପାକିସ୍ତାନ ମଧ୍ୟ ବିଶ୍ଵକପ ଖେଳିବାକୁ ଭାରତ ଯିବା ଠିକ ହେବନାହିଁ ।

କାରଣ ପାକିସ୍ତାନର ମଧ୍ୟ ଇଜ୍ଜତ ଅଛି । କାମରାନଙ୍କ କହିବା କଥା ପାକିସ୍ତାନ କ୍ରିକେଟ ଟିମ୍ ମଧ୍ୟ ଏକ ଚାମ୍ପିୟାନ ଟିମ୍ । ବିଗତ ଦିନ ମାନଙ୍କରେ ଅନେକ ଥର ଚାମ୍ପିୟାନ ହେବା ସହ ଟ୍ରଫି ମଧ୍ୟ ଜିତିଛି ପାକିସ୍ତାନ । ତେଣୁ ଏଭଳି ଟିମ୍ ସହ ଯଦି ମ୍ଯାଚ ଖେଳିବା ପାଇଁ ପାକିସ୍ତାନ ଗସ୍ତରେ ଟିମ୍ ଇଣ୍ଡିଆ ଆସୁନି ତେବେ ପାକିସ୍ତାନ ମଧ୍ୟ ଦିନିକିଆ ବିଶ୍ଵକପ ଖେଳିବା ପାଇଁ ଭାରତ ଯିବା ଉଚିତ ନୁହେଁ ବୋଲି କାମରାନ କହିଛନ୍ତି । ଚଳିତ ବର୍ଷ ଏସିଆ କପ ପାକିସ୍ତାନରେ ଆୟୋଜିତ ହେବାକୁ ଅଛି ।

ହେଲେ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ଗସ୍ତରେ ଯିବାକୁ ଟିମ୍ ଇଣ୍ଡିଆ ମନା କରିଦେଇଥିଲା । ବିସିସିଆଇ ସମ୍ପାଦକ ଜୟ ଶାହା ଏନେଇ ସ୍ପଷ୍ଟ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏକଥା ଶୁଣିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଏବଂ ବର୍ତ୍ତମାନ ଅଧ୍ୟକ୍ଷ ମଧ୍ୟ ଭାରତକୁ ଏକ ପ୍ରକାର ଧମକ ଦେଇଥିଲେ ।

ଭାରତ ଯଦି ପାକିସ୍ତାନ ନ ଆସିବ ତେବେ ପାକିସ୍ତାନ ମଧ୍ୟ ଦିନିକିଆ ବିଶ୍ଵକପ ଖେଳିବାକୁ ଭାରତ ଯିବନାହିଁ ବୋଲି ସେମାନେ ଧମକ ଦେଇଥିଲେ । ଏସବୁ ବାଦବିବାଦ ମଧ୍ୟରେ ଏକ ନିରବଚ୍ଛିନ୍ନ ସ୍ଥାନରେ ଏସିଆ କପ ଖେଳିବାକୁ ନେଇ କଥା ଉଠିଲାଣି । ଭାରତ ତା’ର ସମସ୍ତ ମ୍ଯାଚ ଦୁବାଇରେ ଖେଳିବା ସହ ଅନ୍ୟ ସମସ୍ତ ଟିମ୍ ପାକିସ୍ତାନରେ ଖେଳି ପାରନ୍ତି ବୋଲି ଆଲୋଚନା କରାଯାଉଛି ।

ଏସିଆ କପରେ ଭାରତ ଓ ପାକିସ୍ତାନ ସମେତ ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଆଦି ଟିମ୍ ଖେଳିବେ । ହେଲେ କେଉଁ ଦଳ କେଉଁଠି ମ୍ଯାଚ ଖେଳିବ ସେନେଇ ଏବେ ଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।