ସ୍ତ୍ରୀ’ର କିଡନୀ ଖରାପ ଜାଣିବା ପରେ ମୁଁ ପାଗଳ ହେଇଗଲି, ବି-ଷ ଖାଇବା ଛଡା ଆଉ କିଛି ବାଟ ନାହିଁ… ଏହି ବ୍ୟକ୍ତିଙ୍କ କଥା ଶୁଣିଲେ କାନ୍ଦି ପକାଇବେ, ଦେଖନ୍ତୁ video

ଜୀବନରେ ସବୁ ଠିକ ଚାଲିଥିବା ବେଳେ କେତେବେଳେ କେଉଁ ଦୁଃଖର ପାହାଡ ଲଦି ହୋଇଯାଏ ତାହା କେହି ଚିନ୍ତା ସୁଦ୍ଧା କରି ନଥାନ୍ତି । ସେତେବେଳେ ହସଖୁସିରେ ଚାଲିଥିବା ସଂସାର ଏକଦମ ଭୁଷୁଡି ପଡିବା ଭଳି ଲାଗେ । ପରିବାର ଲୋକଙ୍କ ମୁହଁରୁ ହସ ଲିଭେଇ ଦିଏ ଏହିଭଳି ଅକସ୍ମାତ ଆସୁଥିବା କିଛି ପରୀକ୍ଷା । ଯାହା ଦେଖିବାକୁ ମିଳିଛି ଭୁବନେଶ୍ବର ବରମୁଣ୍ଡା ଅଞ୍ଚଳର ଭାସ୍କର ଦାସଙ୍କ ପରିବାରରେ । ଭାସ୍କରଙ୍କ ପତ୍ନୀ ଚିନ୍ମୟୀ ଦାସ ବର୍ତ୍ତମାନ କିଡନୀ ରୋଗରେ ପୀଡିତ ହୋଇଛନ୍ତି ।

ତାଙ୍କର 7ରୁ 8 ବର୍ଷର ଛୋଟ ପିଲାଟିଏ ଅଛି । ପତ୍ନୀଙ୍କର ଏଭକି ଅବସ୍ଥା ସହ ଚିକିତ୍ସା ପାଇଁ ଅନେକ ଅର୍ଥ ଖର୍ଚ୍ଚ ହେଉଛି । ଖାଲି ସେତିକି ନୁହେଁ ବରଂ ସେ ଭଲ ହେବ ପାଇଁ ଅନେକ ଅର୍ଥର ଆବଶ୍ୟକତା ମଧ୍ୟ ରହିଛି । ଏନେଇ ଭାସ୍କର କହିଛନ୍ତି କି, ସେ ଯେତେବେଳେ ଜାଣିବାକୁ ପାଇଲେ କି ତାଙ୍କ ପତ୍ନୀଙ୍କ କିଡନୀ ଖରାପ ହୋଇଯାଇଛି ବୋଲି ସେ ପାଗଳ ହୋଇ ଯାଇଥିଲେ । କଣ କରିବେ ତାଙ୍କ ମୁଣ୍ଡ କାମ କରି ନଥିଲା । ତେଣୁ ପରିବାର ଲୋକଙ୍କୁ ଫୋନ କରିଥିଲେ ଓ ଏକଥା ଜଣାଇଥିଲେ ।

ତିନି ଚାରି ମାସ ଧରି ଚିନ୍ମୟୀଙ୍କ ଡାଇଲିସିସ ଚାଲିଥିବା ବେଳେ ଡାକ୍ତର ଏବେ ତାଙ୍କୁ ଯଥାଶୀଘ୍ର କିଡନୀ ଟ୍ରାନ୍ସପ୍ଳାଣ୍ଟ ପାଇଁ ପରାମର୍ଶ ଦେଇଛନ୍ତି । ହେଲେ ପତ୍ନୀଙ୍କ ଚିକିତ୍ସା କରିବାରେ ସବୁଠୁ ବଡ ବାଧକ ସାଜିଛି ଅର୍ଥ । ଭାସ୍କର ଯାହା ଦରମା ପାଉଛନ୍ତି ସେସବୁ ପତ୍ନୀଙ୍କ ଚିକିତ୍ସାରେ ଶେଷ ହୋଇଯାଉଛି । ଘରଖର୍ଚ୍ଚ ତୁଲାଇବା ମଧ୍ୟ ମୁସ୍କିଲ ହୋଇପଡୁଛି ।

ପତ୍ନୀଙ୍କ ଚିକିତ୍ସା ପାଇଁ ଭାସ୍କର ପୂର୍ବରୁ ଭିଡିଓ ମାଧ୍ୟମରେ ଜନ ସାଧାରଣଙ୍କୁ ସାହାଯ୍ୟ ମାଗିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆବଶ୍ୟକକୀୟ ଅର୍ଥ ଯୋଗାଡ ହୋଇ ପାରିନାହିଁ । ମାତ୍ର 50 ହଜାର ଟଙ୍କା ଯୋଗାଡ ହୋଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଆଉ ମାତ୍ର ଲକ୍ଷେ ଟଙ୍କା ପଡିଛି । ଯାହାକି ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ସେ କହିଛନ୍ତି ।

ପତ୍ନୀଙ୍କୁ କେମିତି ବଞ୍ଚାଇବେ ସେନେଇ ତାଙ୍କ ମୁଣ୍ଡ କାମ କରୁ ନଥିବା ବେଳେ ଏଭଳି ସ୍ଥିତିରେ ପୁରା ପରିବାର ବି-ଷ ଖାଇଦେବା ଛଡା ଆଉ କିଛି ବାଟ ନାହିଁ ବୋଲି ସେ ଦୁଃଖର ସହ କହିଛନ୍ତି । ତେବେ ଓଡିଶାବାସୀ ସାହାଯ୍ୟ କଲେ ତାଙ୍କ ଉଚିତ ସମୟରେ ସ୍ତ୍ରୀଙ୍କର କିଡନୀ ଟ୍ରାନ୍ସପ୍ଳାଣ୍ଟ ହୋଇପାରିବ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।