କ୍ଷମା ମାଗିଲେ ଦିଲ୍ଲୀ ଡାକ୍ତର, Pintu Nanda ଙ୍କ ଚିକିତ୍ସା ନେଇ ଖୁଲାସା କଲେ ବଡ କଥା, କହିଲେ, ଶୀଘ୍ର ତାଙ୍କୁ ଏଠାରୁ ନେଇଯାଅ ନହେଲେ…

ଦିନ ଗଡିବା ସହ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରେ ଲାଗିଛି । ଆଉ ଏବେ ଦିଲ୍ଲୀର ଡାକ୍ତର ମଧ୍ୟ ନିରାଶା କରି ପିଣ୍ଟୁଙ୍କୁ ଫେରାଇ ଦେଇଛନ୍ତି । ଯାହାପରେ ପିଣ୍ଟୁ ସୁସ୍ଥ ହୋଇ ଫେରିବେ ବୋଲି ଆଶା ରଖିଥିବା ପ୍ରତ୍ଯେକ ବ୍ୟକ୍ତିଙ୍କ ଆଶା ମଉଳି ଯାଇଛି । ପିଣ୍ଟୁ ନନ୍ଦ ଲିଭର ରୋଗରେ ପୀଡିତ ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେଉଥିବା ବେଳେ ଉନ୍ନତମାନର ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ଦିଲ୍ଲୀ ଯିବାକୁ ପରାମର୍ଶ ଦେଇଥିଲେ ।

ଏଥିପାଇଁ ପଇସା ମଧ୍ୟ ଯୋଗାଡ ହୋଇଥିଲା ଓ ପିଣ୍ଟୁ ଶେଷରେ ଦିଲ୍ଲୀ ଯାଇଥିଲେ । ସେଠାରେ ଏବେବି ଲିଭର ଡୋନରଙ୍କ ଅପେକ୍ଷାରେ ରହିଛନ୍ତି ପିଣ୍ଟୁ । ଆଉ ଅନ୍ୟପଟେ ପିଣ୍ଟୁଙ୍କ ଲିଭରର ପ୍ରାୟ 80 ପ୍ରତିଶତ ଖରାପ ହୋଇ ଯାଇଥିବା ବେଳେ ତାଙ୍କ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ସମସ୍ତେ ଭାବିଥିଲେ ପିଣ୍ଟୁ ନନ୍ଦ ଦିଲ୍ଲୀରୁ ଏକଦମ ସୁସ୍ଥ ହୋଇ ଫେରିବେ । କିନ୍ତୁ ଏବେ ସମସ୍ତଙ୍କୁ ନିରାଶ କରି ଦେଇଛନ୍ତି ଦିଲ୍ଲୀର ଡାକ୍ତର ।

ପିଣ୍ଟୁଙ୍କ ଅବସ୍ଥା ଗୁରୁତର ହେଉଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଆହୁରି ଅତ୍ୟାଧୁନିକ ଡାକ୍ତରୀ ଯନ୍ତ୍ରପାତିର ଆବଶ୍ୟକତା ପଡୁଛି । ସେଥିପାଇଁ ଦିଲ୍ଲୀ ଡାକ୍ତର ପିଣ୍ଟୁଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ଯିବା ପାଇଁ ପରାମର୍ଶ ଦେଇଛନ୍ତି । ଯାହା ଶୁଣିବା ପରେ ପିଣ୍ଟୁ ଆଉ ସୁସ୍ଥ ହେବେ କି ନାହିଁ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି । ପିଣ୍ଟୁ ଦିଲ୍ଲୀ ଯିବା ପରେ ତାଙ୍କ ସୁସ୍ଥ ହେବାକୁ ମନରେ ଯେତିକି ଆଶା ଥିଲା ତାହା ଏବେ ଧୋଇ ହୋଇଯାଇଛି । ଦିଲ୍ଲୀ ଡାକ୍ତରଙ୍କ କଥା ଶୁଣିବା ପରେ ସମସ୍ତେ ଚିନ୍ତିତ ହୋଇ ପଡିଛନ୍ତି ।

ପିଣ୍ଟୁଙ୍କ ଲିଭରର ଯେଉଁ 20 ପ୍ରତିଶତ ଭଲ ଅଛି ସେତିକିରେ ହିଁ ତାଙ୍କ ସ୍ୱାସ୍ଥ୍ୟ ଚାଲିଛି ବୋଲି ଡାକ୍ତର କହିଥିଲେ । ଏହାପରେ ପୁଣି ସମସ୍ଯା ପରେ ସମସ୍ଯା ଦେଖିବାକୁ ମିଳୁଛି । ପିଣ୍ଟୁଙ୍କୁ ଯଥାଶୀଘ୍ର ହାଇଦ୍ରାବାଦ ନେଇଯିବା ପାଇଁ କହିବା ସହ ଟଣକ ଲିଭର ଯେତେ ଶୀଘ୍ର ଟ୍ରାନ୍ସପ୍ଳାଣ୍ଟ ହୋଇଯିବ ଭଲ ବୋଲି କହିଛନ୍ତି ଦିଲ୍ଲୀ ଡାକ୍ତର । ନଚେତ ତାଙ୍କ ବିପଦ ପ୍ରତି ଏହା ସୃଷ୍ଟି କରିପାରେ ବୋଲି ସେ ସିଧା ସିଧା କହି ଦେଇଛନ୍ତି ।

ଦିଲ୍ଲୀ ଡାକ୍ତର ଦିନେ ନିଜେ ପ୍ରତିଶ୍ରୁତି ଦେଇଥିଲେ କି ଲିଭର ମିଳିଗଲେ ଚିକିତ୍ସା କରି ପିଣ୍ଟୁଙ୍କୁ ସୁସ୍ଥ କରିଦେବି । କିନ୍ତୁ ଡାକ୍ତର ଏବେ ନିଜେ କ୍ଷମା ମାଗି ସାରିଲେଣି । ଅନ୍ୟପଟେ ପିଣ୍ଟୁଙ୍କ ଚିକିତ୍ସାରେ ବହୁ ଅର୍ଥ ଖର୍ଚ୍ଚ ହେଉଥିବା ତାଙ୍କ ଭାଇ କହିଛନ୍ତି । ଅର୍ଥ ବାଧକ ସାଜିଥିବା ବେଳେ ପିଣ୍ଟୁ ହାଇଦ୍ରାବାଦରେ ପହଞ୍ଚି ସାରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।