ନାଚରେ ମତୁଆଲା ଥିଲେ ବରଯାତ୍ରୀ, ହଠାତ ପଛରୁ ଆସି ଚକଟି ଦେଲା ବରର କାର୍, ଦୃଶ୍ୟ ଦେଖିଲେ ଭୟରେ ଥରିବେ, ଦେଖନ୍ତୁ video

ବାହା ହେବା ପାଇଁ ମଣ୍ଡପକୁ ରୋଷଣୀ କରି ଆସୁଥିଲା ବର । ବରଯାତ୍ରୀ ବି ଖୁବ ଜମେଇକି ଡ୍ୟାନ୍ସ କରୁଥିଲେ । ହେଲେ ଏତିକି ବେଳେ ଘଟିଗଲା ବଡ ଅ-ଘ-ଟ-ଣ । ବର ଗାଡି ଆଗରେ ନାଚୁଥିବା ବରଯାତ୍ରୀଙ୍କ ଉପରେ ବରର କାର୍ ମା-ଡି-ଗ-ଲା । ଯାହାଫଳରେ 11 ଜଣ ବରଯାତ୍ରୀ ଗୁରୁତର ଆ-ହ-ତ ହେବା ସହ ଜଣଙ୍କର ମୃ-ତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି । ବଲାଙ୍ଗୀରର ଖପରାଖୋଲ ବ୍ଲକ ବାଘଝରଣ ଗାଁରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସମସ୍ତେ ଖୁସିରେ ଝୁମୁଥିବା ବେଳେ ହଠାତ କାଳ ମାଡି ଆସିଥିଲା । ଉକ୍ତ ଗାଁର କୃତାସନ ବରିହାଙ୍କ ବିବାହ ଥିଲା ଓ ସେଥିପାଇଁ ବରଯାତ୍ରୀ ନେଇ ଘରୁ ବାହାରିଥିଲେ । ଗାଁର ଦେବାଦେବୀଙ୍କୁ ପୂଜା କୃ ବୈଦିକ ରୀତିନୀତି ଅନୁସାରେ କନିଆଁକୁ ବିବାହ କରି ଘରକୁ ଆଣିବାକୁ ବାହାରିଥିଲେ ବର । ଗାଁ ପୁଅର ବାହାଘରରେ ଖୁସିରେ ବେଶ ମସଗୁଲ ଥିଲେ ବରଯାତ୍ରୀ । ଗାଁ ଦାଣ୍ଡରେ ବରଯାତ୍ରୀ ମାନେ ନାଚୁଥିବା ବେଳେ ପଛରୁ ବରର ଗାଡିତି ଖୁବ ଜୋରରେ ଆସି ବରଯାତ୍ରୀଙ୍କ ଉପରେ ମାଡି ଯାଇଥିଲା ।

ଏହି ଘଟଣାରେ ଜଣେ ମୃ-ତ୍ୟୁ-ବ-ର-ଣ କରିଥିବା ବେଳେ ଅନ୍ୟ 11 ଜଣ ଗୁରୁତର ଭାବେ ଆ-ହ-ତ ହୋଇଛନ୍ତି । କନ୍ୟା ଘରକୁ ଯିବା ପାଇଁ ସଜବାଜ ହେଉଥିବା କାର୍ ରେ ବର ବସିବା ପୂର୍ବରୁ ହିଁ ଏଭଳି ଅ-ଘ-ଟ-ଣ ଘଟିଥିବା କୁହାଯାଉଛି । ଏହି ଅଘଟଣ ଯୋଗୁଁ ରାଜା ବରିହା ନାମକ ଜଣେ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଜଣାପଡିଛି ।

ଅନ୍ୟ 11 ଜଣ ଗୁରୁତରଙ୍କୁ ନିକଟସ୍ଥ ପାଟଣାଗଡ ଏବଂ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଓ ସେ ସମସ୍ତଙ୍କର ମଧ୍ୟ ଚିକିତ୍ସା ଚାଲିଛି । ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଖପରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଗାଡିଚାଳକ ଦୁର୍ଜ୍ୟୋଧନ ନାଗଙ୍କୁ ଅଟକ ରହିଛି । ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ହସଖୁସିର ମାହୋଲ ମଧ୍ୟରେ ଏଭଳି ଏକ ଅଭାବନୀୟ ଘଟଣା ଯୋଗୁଁ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି ।

ମୃ-ତ-କ-ଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଏ ଘଟଣା ନେଇ ଆଉ ଅତ୍ୟଧିକ ସୂଚନା ମିଳି ପାରି ନାହିଁ । ଆ-ହ-ତ-ଙ୍କ ଆଶୁ ଆରୋଗ୍ଯ ପାଇଁ ଭଗବାନଙ୍କ ନିକଟରେ ଆମର ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।