ନ୍ୟୁଜଲ୍ୟାଣ୍ଡ ଟୁର ପୂର୍ବରୁ ଟିମ ଇଣ୍ଡିଆର ଟେଂସନ, ରାହାଣେ କହିଲେ ଏମିତି କଥା

କଣ ଭାରତୀୟ ବ୍ୟାଟ୍ସମ୍ୟାନ ନ୍ୟୁଜଲ୍ୟାଣ୍ଡ ଟୁର ପୂର୍ବରୁ ଚିନ୍ତିତ, କାହିଁକି ରାହାଣେଙ୍କୁ ଲାଗିଲା ଡର । ଟେଷ୍ଟ ରାଙ୍କିଂରେ ନଂ ୧ ଟିମ ଇଣ୍ଡିଆ ନିଜର ନ୍ୟୁଜଲ୍ୟାଣ୍ଡ ଟୁର ପାଇଁ ଅଣ୍ଟା ଭିଡୁଛନ୍ତି । ଭାରତୀୟ ଟିମ ଏଠାରେ ୨୧ ଫେବୃୟାରିରୁ ୨ଟି ଟେଷ୍ଟ ସିରିଜ ଖେଳିବେ । ଆଜିଙ୍କ୍ୟ ରାହାଣେ କହିଥିଲେ ଏହି ଟୁର ସହ ଜଡିତ ଟିମର ରଣନୀତି । ଭାରତୀୟ ଟିମକୁ ଏଠାରେ ପାଞ୍ଚଟି ଟି20 ଇଣ୍ଟରନାସନାଲ ଓ ତିନୋଟି ୱାନ ଡେ ମ୍ୟାଚ ପରେ 21 ଫେବୃୟାରିରୁ ୨ଟି ଟେଷ୍ଟ ସିରିଜ ଖେଳିବାକୁ ହେବ ।

ଭାରତୀୟ ଟେଷ୍ଟ ଟିମର ଆଜିଙ୍କ୍ୟ ରାହାଣେ ଟିମ ପାଇଁ ଚିନ୍ତିତ ନାହାନ୍ତି ହେଲେ ରାହାଣେଙ୍କ ମତରେ ଟିମକୁ ଵେଲିଙ୍ଗଟନ ଓ କ୍ରାଇଷ୍ଟଚର୍ଚର ପବନରୁ ବଞ୍ଚିବା ପାଇଁ ପ୍ରସ୍ତୁତ ରହିବାକୁ ପଡିବ, ଯେଉଁମାନେ ସବୁବେଳେ ବୋଲିଂରେ ନିଜର ପ୍ରଭାବ ପକାଇଥାନ୍ତି ।


ଧୋନୀଙ୍କ ପରେ ପୁଣି ଇତିହାସ ଦୋହରେଇବାର ମଉକା

ଟେଷ୍ଟ କ୍ରିକେଟରେ ଟିମ ଇଣ୍ଡିଆର କାମ ଦେଖି ଲାଗୁଛି କି ଏଥର ଟିମ ପାଖରେ ପୁନର୍ବାର ଇତିହାସ ଦୋହରେଇବାର ମଉକା ଅଛି, ଯାହା ୨୦୦୯ରେ ମହେନ୍ଦ୍ର ସିଂହ ଧୋନୀଙ୍କ ସମୟରେ ହୋଇଥିଲା ।


ନ୍ୟୁଜଲ୍ୟାଣ୍ଡରେ ବଲ ଉପରେ ରହିଥାଏ ଖାସ ପ୍ରଭାବ

ଏହି ଟୁରକୁ ନେଇ ଆଜିଙ୍କ୍ୟ ରାହାଣେ କହିଛନ୍ତି ‘ଆମେ ସେଠାରେ ୨୦୧୪ରେ ଖେଳିଥିଲୁ । ସେଠାରେ ପବନର ଫ୍ୟାକ୍ଟର ଥିଲା ଯାହା ସବୁଠୁ ଖାସ ଥିଲା । ମୁଁ ମାନେ କି ପରିସ୍ଥିତି ସହ ଅଭ୍ୟସ୍ତ ହେବା ସବୁଠୁ ମହତ୍ଵପୂର୍ଣ୍ଣ ଅଟେ, କାରଣ ପବନ କାରଣରୁ ଏଠାରେ ଅତିରିକ୍ତ ସ୍ଵୀଙ୍ଗ ହେବ ।


ନୀଲ ବ୍ୟାଗନର ଓ ଟ୍ରେଣ୍ଟ ବୋଲ୍ଟ ହେବ ଟିମ ଇଣ୍ଡିଆ ପାଇଁ ପରୀକ୍ଷା

ଏହି ଟୁର ପାଇଁ ଅଣ୍ଟା ଭିଡୁଥିବା ରାହାଣେ ଏଠାରେ ଫାଷ୍ଟ ବୋଲର ନୀଲ ବ୍ୟାଗନରଙ୍କୁ ନଜର ପ୍ରତିଦ୍ଵନ୍ଦି ରୂପେ ଦେଖୁଛନ୍ତି । କାରଣ କିଛି ଦିନ ତଳେ ସେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନଙ୍କୁ ବହୁତ ହଇରାଣ କରିଥିଲେ ଓ ଇଂଲଣ୍ଡର ଖେଳାଳିମାନଙ୍କୁ ମଧ୍ୟ ସମସ୍ୟାରେ ପକାଇ ଦେଇଥିଲେ ।