ଖରାପ କଥାକୁ ଯେତେ ଜଲ୍ଦି ହେଇପାରୁଛି ଭୁଲିଯିବା ଦରକାର ଓ ଜୀବନରେ ଆଗକୁ ବଢିବା ଦରକାର

ସମସ୍ତଙ୍କ ଜୀବନରେ କେବେ କେବେ କିଛି ଖରାପ ଘଟଣା ଘଟିଥାଏ । ସେହି ଘଟଣାକୁ ଆମେ ଆମ ମନ ଭିତରେ ରଖିଥାଉ ଓ ଖରାପ ଭାବନାରେ ରହିଯାଉ । ଯାହାକି ବହୁତ ଖରାପ ଅଟେ । କାରଣ ଏହି ସବୁ ଘଟଣା ବିଷୟରେ ଭାବି ଆମେ ଆମର ବର୍ତ୍ତମାନ ଓ ଭବିଷ୍ୟତ ଖରାପ କରିଥାଉ । ସେଥିପାଇଁ ଜୀବନରେ ଯେତେବେଳେ କିଛି ଖରାପ ହେଉଛି ତାହାକୁ ଶୀଘ୍ର ଭୁଲିବା ଦରକାର । ଏହି ବିଷୟ ସହିତ ଏକ କଥା ମଧ୍ୟ ଜଡିତ ଅଛି ।

ଥରେ ଗୌତମ ବୁଦ୍ଧ ଏକ ଗାଁକୁ ପ୍ରବଚନ ଦେବା ପାଇଁ ଯାଇଥିଲେ । ବୁଦ୍ଧଙ୍କର ପ୍ରବଚନ ଶୁଣିବା ପାଇଁ ଗାଁ ଲୋକ ଉପସ୍ଥିତ ହୋଇଥିଲେ ହେଲେ ଗାଁର ଜଣେ ଲୋକ ବୁଦ୍ଧଙ୍କୁ ପସନ୍ଦ କରୁନଥିଲା । ବୁଦ୍ଧ ଗାଁ ଲୋକଙ୍କୁ କହୁଥିଲେ କି ବ୍ୟକ୍ତିକୁ ତା’ ଜୀବନରେ କେବେବି କ୍ରୋଧ କରିବା କଥା ନୁହେଁ । କ୍ରୋଧ ଦ୍ଵାରା ଜୀବନ ବର୍ବାଦ ହୋଇଥାଏ । କ୍ରୋଧ ଏକ ପ୍ରକାରର ଅଗ୍ନି ଅଟେ । ଯାହା ଦ୍ଵାରା କ୍ରୋଧ କରୁଥିବା ବ୍ୟକ୍ତି ତ ଜଳିଥାଏ ସାଥିରେ ଅନ୍ୟ ଲୋକଙ୍କୁ ମଧ୍ୟ ଜଳାଇଥାଏ ।

ଏହି ସମୟରେ ବୁଦ୍ଧଙ୍କୁ ପସନ୍ଦ ନ କରୁଥିବା ବ୍ୟକ୍ତି ଜଣକ ଠିଆ ହୋଇ ବୁଦ୍ଧଙ୍କୁ ଅପଶବ୍ଦ କହିଲା । କ୍ରୋଧରେ ସେହି ବ୍ୟକ୍ତି ଜଣକ ବୁଦ୍ଧଙ୍କ ସହ ବହୁତ ଖରାପ ବ୍ୟବହାର କଲା । ଏହା ପରେ ସେ ନିଜ ଘରକୁ ଚାଲିଗଲା । ଘରକୁ ଯାଇ ସେ ତା’ର ଭୁଲ ସ୍ଵୀକାର କରିଥିଲା ଓ ପରଦିନ ସେ ବୁଦ୍ଧଙ୍କୁ ଭୁଲ ମାଗିବା ପାଇଁ ଘରୁ ବାହାରିଥିଲା  ।

ହେଲେ ବୁଦ୍ଧ ଅନ୍ୟ ଗାଁକୁ ଯାଇଥିଲେ, ବ୍ୟକ୍ତି ଜଣକ ବୁଦ୍ଧଙ୍କୁ ଦେଖା କରିବା ପାଇଁ ଅନ୍ୟ ଗାଁକୁ ମଧ୍ୟ ଯାଇଥିଲା । ଶେଷରେ ସେ ବୁଦ୍ଧଙ୍କୁ ଦେଖି ତାଙ୍କର ଗୋଡ ଧରି ଭୁଲ ମାଗିଥିଲା । ସେହି ସମୟରେ ବୁଦ୍ଧ ସେହି ବ୍ୟକ୍ତିକୁ ପଚାରିଲେ ତୁମେ କିଏ ଓ ମତେ ଭୁଲ କାହିଁକି ମାଗୁଛ । ସେହି ସମୟରେ ବ୍ୟକ୍ତି ଜଣକ ତା ଭୁଲକୁ ସ୍ଵୀକାର କରିଥିଲା ଯାହା ସେ ପ୍ରବଚନ ସମୟରେ କରିଥିଲା ।


ଏହି କଥା ବୁଦ୍ଧ ଶୁଣି ହସି କରି କହିଲେ ସେହି କଥା ମୁଁ କାଲି ସେହି ସ୍ଥାନରେ ହିଁ ଛାଡିଦେଇଛି । ସେହି ଖରାପ ମନୋଭାବକୁ ମନରେ ରଖିବା ଠିକ ନୁହେଁ । ସେଥିପାଇଁ ତୁମେ ତୁମର ଆଜିର ଦିନକୁ ବ୍ୟର୍ଥ କରିଦେଲ । ଜୀବନରେ ଖରାପ ମନୋଭାବକୁ ସବୁବେଳେ ଭୁଲିଯିବା ଦରକାର । ଏହା ଦ୍ଵାରା ଆପଣ ନିଜର ବର୍ତ୍ତମାନ ଓ ଭବିଷ୍ୟତକୁ ବ୍ୟର୍ଥ କରିପାରନ୍ତି । ସେଥିପାଇଁ ପୁରୁଣା କଥାକୁ ଭୁଲି ଜୀବନରେ ଆଗକୁ ବଢିବା ଦରକାର ।