ଯଦି ପାଇବାକୁ ଚାହୁଁ ଛନ୍ତି ଆର୍ଥିକ ଉନ୍ନତି, ତେବେ ବାସ୍ତୁଶାସ୍ତ୍ରର ଏହି କଥା ପ୍ରତି ରଖନ୍ତୁ ଧ୍ୟାନ, ମା ଲକ୍ଷ୍ମୀଙ୍କ ରହିବ ଆଶୀର୍ବାଦ

ବ୍ୟକ୍ତି ତା’ର ଜୀବନରେ ବହୁତ କଷ୍ଟ କରିଥାଏ, ଯାହା ଦ୍ଵାରା ସେ ଅଧିକ ଟଙ୍କା କମେଇ ପାରିବ । ସବୁ ବ୍ୟକ୍ତି ଚାହାଁନ୍ତି ତାଙ୍କ ପାଖରେ ସବୁ ପ୍ରକାରର ସୁଖ ସୁବିଧା ରହୁ । କିନ୍ତୁ କୌଣସି କାରଣରୁ ଲୋକମାନଙ୍କର ଏହି ସ୍ଵପ୍ନ ପୂରଣ ହୋଇପାରେ ନାହିଁ । କିନ୍ତୁ ବାସ୍ତୁ ଶାସ୍ତ୍ରରେ ଟଙ୍କା ଓ ସମ୍ପତ୍ତି ବଢାଇବାର ବହୁତ ଟିପ୍ସ କୁହାଯାଇଛି । ଯଦି ଆପଣ ବାସ୍ତୁଶାସ୍ତ୍ରର ଏହି ସବୁ ନିୟମ ମାନିବେ ତେବେ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହେବେ । ଯାହାଫଳରେ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯିବ ।

ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଘରର ଉତ୍ତର-ପୂର୍ବ ଦିଗରେ ଦେବୀ ଦେବତା ରହିଥାନ୍ତି । ଯଦି ଏହି ଦିଗରେ କୌଣସି ପ୍ରକାରର ଦୋଷ ନଥିବ ତେବେ ଆପଣଙ୍କ ଘରେ ପ୍ରଚୁର ଧନର ଆଗମନ ହେବ । ଆଜି ଆମେ ଆପଣଙ୍କୁ ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ଟିପ୍ସ କହିବୁ ଯାହା ପ୍ରତି ଆପଣ ଧ୍ୟାନ ଦେଲେ ଆପଣଙ୍କର ଆର୍ଥିକ ଉନ୍ନତି ହେବ ।

୧. ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗର କବାଟ ନୀଳ ରଙ୍ଗ ହେବା ଦରକାର । ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ ।

୨. ଯଦି ଆପଣଙ୍କ ଘରେ କୌଣସି ସଜାସଜି ସାମଗ୍ରୀ ଅଛି ତେବେ ତାହାକୁ ଆପଣ ଉତ୍ତର ଦିଗରେ ରଖନ୍ତୁ ।

୩. ଆପଣ ନିଜ ଘରର ତିଜୋରିକୁ ଉତ୍ତର ଦିଗରେ ରଖନ୍ତୁ ।

୪. ଆପଣ ନିଜ ଘରର ପୂର୍ବ ଉତ୍ତର କୋଣକୁ ସବୁ ବେଳେ ସଫା ରଖନ୍ତୁ ।

୫. ଯଦି ଆପଣ ନିଜ ଘରେ ତୁଳସୀ ଗଛ ଲଗାଉଥିବେ ତେବେ ଏହାକୁ ଉତ୍ତର ଦିଗରେ ଲଗାଇବେ ।

୬. ଯଦି ଆପଣ ନିଜ ଘରର ଉତ୍ତର ଦିଗରେ ନୀଳ ରଙ୍ଗର ପିରାମିଡ ରଖିବେ ତେବେ ଆପଣଙ୍କୁ ସମ୍ପତି ଲାଭ ହୋଇପାରେ ।

୭. ଆପଣ ନିଜ ଘରେ ଲକ୍ଷ୍ମୀ ଓ ଗଣେଶଙ୍କ ମୂର୍ତ୍ତିକୁ ସବୁବେଳେ ପୂର୍ବ ଓ ଉତ୍ତର ଦିଗରେ ରଖି ପୂଜା କରନ୍ତୁ ।

୮. ଆପଣ ନିଜଘରେ ଥିବା ପାଣି ଟାଙ୍କିରେ ଚାନ୍ଦିର ମୁଦ୍ରା, ଶଙ୍ଖ ଓ ଚାନ୍ଦିର କଇଁଛ ରଖନ୍ତୁ । ଏହା ଆପଣଙ୍କ ଘର ପାଇଁ ବହୁତ ଶୁଭ ଅଟେ ।

ଯଦି ଆପଣ ବାସ୍ତୁଶାସ୍ତ୍ରର ଏହି ନିୟମ ଗୁଡିକୁ କାର୍ଯ୍ୟକାରୀ କରିବେ ତେବେ ଏହା ଦ୍ଵାରା ଆପଣଙ୍କୁ ଆର୍ଥିକ ଉନ୍ନତି ହେବ ଓ ଘର ପରିବାରରେ ସୁଖ ସମୃଦ୍ଧି ରହିବ ।