ଜାଣନ୍ତୁ କାଳସର୍ପ ଦୋଷ କ’ଣ ଓ ଏଥିରୁ ବଞ୍ଚିବାର ଅଚୁକ ଉପାୟ

ଜାତକରେ କାଳସର୍ପ ଦୋଷ ରହିଲେ ସବୁବେଳେ ଜୀବନ ଦୁଃଖମୟ ହୋଇଥାଏ ଓ ସବୁ କାମରେ ତାକୁ ଅସଫଳତା ମିଳିଥାଏ | ଏହି ଦୋଷରେ ମଧ୍ୟ ଦେହ ଅସୁସ୍ଥ ରହିଥାଏ ଓ ଯାହାର ଭାଗ୍ୟରେ ଏହି ଦୋଷ ଥାଏ ସେମାନଙ୍କର ଦେହ ବାରମ୍ବାର ଖରାପ ହୋଇଥାଏ | ଜ୍ୟୋତିଷ ଶାସ୍ତ୍ରରେ ଏହା ବିଷୟରେ ବିସ୍ତାର ରୂପରେ ବର୍ଣ୍ଣିତ ଅଛି । ତେବେ ଆମେ ଆପଣଙ୍କୁ ଆଜି କହିବୁ କି କାଳସର୍ପ ଦୋଷ କଣ ଅଟେ ଓ ଆପଣ କିପରି ଏହାର ପ୍ରତିକାର କରିବେ । ତେବେ ଚାଲନ୍ତୁ ଜାଣିବା । 

କାଳସର୍ପ ଦୋଷ କଣ ଅଟେ

ଜୋତିଷଶାସ୍ତ୍ର ଅନୁସାରେ ରାହୁ ଗ୍ରହକୁ ଅଧିଦେବତା ‘କାଳ’ର ମାନ୍ୟତା ଦିଆଯାଇଛି | କେତୁକୁ ଅଧିଦେବତା ‘ସର୍ପ’ କୁହାଯାଏ ଓ ଏହି ଦୁଇଟି ଗ୍ରହ ନାମ ଅନୁସାରେ ଏହି ଦୋଷର ନାମ’ କାଳସର୍ପ’ ରଖାଯାଇଛି | ଯେତେବେଳେ ଗୋଟିଏ ମଣିଷର ଜାତକରେ ରାହୁ ଓ କେତୁ ଗ୍ରହ ମଝିରେ ଅନ୍ୟ ଗ୍ରହ ଆସିଯାଏ ସେତେବେଳେ କାଳସର୍ପ ଦୋଷ ଦେଖାଯାଏ । ଏମିତି ବି କୁହାଯାଏ କି ଏହି ଦୁଇଟି ଗ୍ରହ ମଝିରେ ଅନ୍ୟ କୌଣସି ଗ୍ରହ ଆସିଲେ ,ମଣିଷକୁ ସେହି ଗ୍ରହ ଦ୍ଵାରା ମଧ୍ୟ କିଛି ଲାଭ ମିଳେନାହିଁ | ଯାହାପାଇଁ ମଣିଷକୁ ଜୀବନରେ ବହୁ  ଅସୁବିଧାର ସାମ୍ନା କରିବାକୁ ପଡିଥାଏ । 

କାଳସର୍ପ ଦୋଷରୁ ମୁକ୍ତି ପାଇବାର ଉପାୟ

ଯଦି ଆପଣଙ୍କ ଜାତକରେ କାଳସର୍ପ ଦୋଷ ଅଛି , ଏହି ଦୋଷରୁ ମୁକ୍ତି ପାଇବା ପାଇଁ ତଳେ ଦିଆଯାଇଥିବା ଉପାୟ ଗୁଡିକୁ ପାଳନ କରନ୍ତୁ |

ଶିବଙ୍କୁ ପୂଜା କରନ୍ତୁ

କାଳସର୍ପ ଦୋଷରୁ ମୁକ୍ତି ପାଇବା ପାଇଁ ସବୁ ସୋମବାର ରେ ଶିବଙ୍କୁ ପୂଜା କରନ୍ତୁ ଓ ଶିବଲିଙ୍ଗ ଉପରେ ଜଳ ଢାଳନ୍ତୁ | ସୋମବାର ଦିନ ଏହି  ଉପାୟ କରିବା ଦ୍ଵାରା ଏହି ଦୋଷ ଦୂର ହୋଇଯାଏ |

ବ୍ରତ ରଖନ୍ତୁ

କାଳସର୍ପ ଦୋଷ ଥିଲେ ଆପଣ ନାଗପଞ୍ଚମୀ ଦିନ ବ୍ରତ ରଖନ୍ତୁ ଓ ମନ୍ଦିର ଯାଇ ଶିବଲିଙ୍ଗ ଉପରେ କ୍ଷୀର ଢାଳନ୍ତୁ | ଏହା ଛଡା ଆପଣ ସେହିଦିନ ନାଗ ଦେବତାଙ୍କର ପୂଜା କରନ୍ତୁ | କାରଣ ଏମିତି ବି କୁହାଯାଏ କି ସାପକୁ ମାରିଥିବାରୁ ବା ହଇରାଣ କରିଥିବାରୁ ମଧ୍ୟ ଜାତକରେ ଏହି ଦୋଷ ଆସିଥାଏ | ସେଥିପାଇଁ ଯଦି ଆପଣ ନାଗପଞ୍ଚମୀ ଦିନ ସାପକୁ ପୂଜା କରିବେ , ତେବେ ଆପଣଙ୍କୁ କାଳସର୍ପ ଦୋଷରୁ ମୁକ୍ତି ମିଳିଯିବ |

ଚାନ୍ଦିର ନାଗ ଦିଅନ୍ତୁ

ଜାତକରେ କାଳସର୍ପ ଦୋଷ ଥିଲେ ମନ୍ଦିର ଯାଇ ସେଠାରେ ଚାନ୍ଦିର ନାଗସାପ ଦିଅନ୍ତୁ | ଏହା କରିବା ଦ୍ଵାରା ଆପଣଙ୍କୁ କାଳସର୍ପ ଦୋଷରୁ ମୁକ୍ତି ମିଳିଥାଏ । 

ହନୁମାନଙ୍କ ପୂଜା କରନ୍ତୁ

ହନୁମାନଙ୍କୁ ପୂଜା କରିବା ଦ୍ଵାରା ମଧ୍ୟ ଏହି ଦୋଷ ସମାପ୍ତ ହୋଇଯାଏ । ଏହି ଉପାୟରେ ଆପଣ ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିର ଯାଇ ତାଙ୍କ ନାମର  ୧୦୮ ଥର ଜପ କରନ୍ତୁ | ଏହା କରିବା ଦ୍ଵାରା ହନୁମାନ ଖୁସି ହେବେ ଓ ଆପଣଙ୍କ ଉପରେ କିଛି ବି ସଙ୍କଟ ଆସିବ ନାହିଁ | ୧୦୮ ଥର ହନୁମାନଙ୍କର ନାମ ଜପ କରିବା ଛଡା ଆପଣ ରାମଚରିତ ମାନସ ମଧ୍ୟ ପାଠ କରି ପାରିବେ । ଏହି ସବୁ ଉପାୟ ପାଳନ କରିବାଦ୍ଵାରା କାଳସର୍ପ ଦୋଷରୁ ମୁକ୍ତି ମିଳିଥାଏ ।