ଟିମ୍ ଇଣ୍ଡିଆରେ ବିରାଟ ପରିବର୍ତ୍ତନ, ଅଲଗା ଅଲଗା 4 ଟି ସ୍କ୍ବାର୍ଡ ର ଘୋଷଣା କଲା BCCI, କାହା ବିପକ୍ଷରେ କେଉଁ ସ୍କ୍ବାର୍ଡ ଖେଳିବ ? ଦେଖନ୍ତୁ ପୁରା ଅପଡେଟ

ବର୍ତ୍ତମାନ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ବେଳେ ଟି-20 ସିରିଜରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିନିଧିତ୍ଵ କରିଥିଲେ । ନ୍ୟୁଜିଲାଣ୍ଡ ଗସ୍ତରୁ ଫେରିବା ପରେ 2023 ଜାନୁୟାରୀରେ ବାଂଲାଦେଶ ସହ ମ୍ଯାଚ ଖେଳିବ ଭାରତ । ତେବେ ଏନେଇ BCCI ଟିମ୍ ଇଣ୍ଡିଆରେ ଏକ ବିରାଟ ପରିବର୍ତ୍ତନ କରିଛି । ଏଥିପାଇଁ ଅଲଗା ଅଲଗା ଚାରୋଟି ସ୍କ୍ବାର୍ଡ ର ଘୋଷଣା କରିଛି BCCI । ସବୁଠୁ ବଡ କଥା ହେଲା, BCCI ଚାରୋଟି ସ୍କ୍ବାର୍ଡରେ ଅଲଗା ଅଲଗା କ୍ଯାପଟେନ ମଧ୍ୟ ନିଯୁକ୍ତି କରିଛି ।

ନ୍ୟୁଜିଲାଣ୍ଡ ସହ ଚାଲିଥିବା ଟି20 ସିରିଜ ର ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ । ଟି20 ଦଳ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ଯାପଟେନ ନିଯୁକ୍ତି କରା ଯାଇଥିଲା । ତେବେ ନ୍ୟୁଜିଲାଣ୍ଡ ପକ୍ଷରେ ହେବାକୁ ଥିବା ଦିନିକିଆ ମ୍ଯାଚରେ ଶିଖର ଧାବନଙ୍କୁ କ୍ଯାପଟେନ ନିଯୁକ୍ତି କରାଯାଇଛି । ଶିଖର ଧାବନଙ୍କ ଟିମ୍ ରେ ଅଛନ୍ତି ଶୁଭମାନ ଗିଲ୍, ଦୀପକ ହୁଡା, ସୂର୍ଯ୍ୟକୁମାର। ଶ୍ରେୟସ ଆୟର, ରିଷଭ ପନ୍ତ, ସାଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଦୀପକ ଚହର ଏବଂ ଉମରାନ ମଲିକ ।

ସେହିପରି ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଦିନିକିଆ ମ୍ଯାଚରେ ପ୍ରତିନିଧିତ୍ଵ କରିବେ ରୋହିତ ଶର୍ମା । ରୋହିତଙ୍କ ଦଳରେ ଅଛନ୍ତି କେ.ଏଲ ରାହୁଲ, ଶିଖର ଧାବନ, ବିରାଟ କୋହଲି, ରଜତ ପଟିଦାର, ଶ୍ରେୟସ ଆୟର, ରାହୁଲ ତ୍ରିପାଠୀ, ରିଷଭ ପନ୍ତ, ଇଶାନ କିଶାନ, ଶାହାବାଜ ଅହମ୍ମଦ, ଅକ୍ସର ପଟେଲ, ୱାଶିଙ୍ଗଟନ ସୁନ୍ଦର, ଶାରଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଦୀପକ ଚହର ଓ କୁଲଦୀପ ସେନ ।

ଏହା ବ୍ଯତୀତ ବାଂଲାଦେଶ ବିପକ୍ଷରେ ଯେଉଁ ପ୍ରଥମ ଚାରିଦିନିଆ ମ୍ଯାଚ ହେବ ସେଥିରେ କ୍ଯାପଟେନ ରଖାଯାଇଛି ଅଭିମନ୍ୟୁ ଈଶ୍ବରନଙ୍କୁ । ଅଭିମନ୍ୟୁଙ୍କ ଦଳରେ ଅଛନ୍ତି ରୋହନ କୁନୁମ୍ମଲ, ୟଶଶ୍ଵୀ ଜଇଶ୍ବାଲ, ୟଶ ଧୁଲ, ସରଫରାଜ ଖାନ, ତିଲକ ବର୍ମା, ଉପେନ୍ଦ୍ର ଯାଦବ, ସୌରଭ କୁମାର, ରାହୁଲ ଚହର, ଜୟନ୍ତ ଯାଦବ, ମୁକେଶ କୁମାର, ନବଦୀପ ସାଇନି ଓ ଅତୀତ ଶେଠ ।

ସେହିପରି ବାଂଲାଦେଶ ବିପକ୍ଷରେ ଦ୍ଵିତୀୟ ଚାରିଦନିଆ ମ୍ଯାଚ ପାଇଁ ମଧ୍ୟ ନୂଆ ଟିମ୍ ଘୋଷଣା କରିଛି BCCI । ଏହି ଟିମ୍ ରେ ମଧ୍ୟ ଅଧିନାୟକତ୍ଵ କରିବେ ଅଭିମନ୍ୟୁ ଈଶ୍ବରନ । ଏହି ଟିମ୍ ରେ କିଛି ନୂଆ ଖେଳାଳିଙ୍କୁ ନିଆଯାଇଛି । ଟିମ୍ ଅଭିମନ୍ୟୁଙ୍କ ସମେତ ଅଛନ୍ତି ରୋହନ କୁନୁମ୍ମଲ, ୟଶଶ୍ଵୀ ଜଇଶ୍ବାଲ, ୟଶ ଧୁଲ, ସରଫରାଜ ଖାନ, ଉପେନ୍ଦ୍ର ଯାଦବ ସୌରଭ କୁମାର, ରାହୁଲ ଚହର, ଜୟନ୍ତ ଯାଦବ, ମୁକେଶ କୁମାର, ନବଦୀପ ସାଇନି, ଅତୀତ ଶେଠ, ଚେତେଶ୍ଵର ପୂଜାରା, ଉମେଶ ଯାଦବ ଓ କେଏସ ଭରତ ।

ତେବେ ୟଶ ଦୟାଲ ଓ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ କୁଲଦୀପ ସେନ ଓ ଶାହାବାଜ ଅହମ୍ମଦଙ୍କୁ ନିଆଯାଇଛି ବୋଲି BCCI ସୂଚନା ଦେଇଛି । ତେବେ BCCI ଏଭଳି ଚାରୋଟି ଅଲଗା ଅଲଗା ସ୍କ୍ବାର୍ଡ ବନେଇବାର ପ୍ରକୃତ କାରଣ କଣ ହୋଇପାରେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।