ଶୋଇବା ବେଳେ ଏମିତି ସ୍ଵପ୍ନ ଆସୁଛି କି ? ଡରିବାର ନାହିଁ, ଏହି ସ୍ଵପ୍ନ ହୋଇଥାଏ ଅଚାନକ ଧନ ପ୍ରାପ୍ତିର ସଙ୍କେତ (Astrology)

ବନ୍ଧୁଗଣ ପ୍ରତେକ ସ୍ଵପ୍ନ ସତ ନ ହେଲେ ମଧ୍ୟ ପ୍ରତେକ ସ୍ଵପ୍ନ ର ବିଶେଷ ମହତାବ ରହିଥାଏ ଯାହା ସ୍ଵପ୍ନ ଶାସ୍ତ୍ର ରେ ବର୍ଣ୍ଣିତ ଅଛି । ଏହାର ପ୍ରଭାବ ମଣିଷ ଜୀବନ ଓ ଜୀବିକା ଉପରେ ନିଶ୍ଚିନ୍ତ ପଡିଥାଏ । ଏହି ସ୍ଵପ୍ନ ଅନୁଯାୟୀ ଶୁଭ ଓ ଅଶୁଭ ଫଳ ଅଛି । ପ୍ରାୟତ ମଣିଷ ଦିନରେ ଯାହା କରିଥାଏ ବା ପରିବେଶରେ ରହିଥାଏ ସେହି ପ୍ରକାରର ସ୍ଵପ୍ନ ସବୁ ରାତିରେ ଦେଖିଥାଏ । ତଥାପି ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ପ୍ରତେକ ସ୍ଵପ୍ନର ଶୁଭ ଅଶୁଭ ସଙ୍କେତ ଲୁଚି ରହିଥାଏ । ଆଜି ଆମେ ଆପଣଙ୍କୁ କେଉଁ ସ୍ଵପ୍ନ ଦେଖିଲେ କେଉଁ ସବୁ ସଂକେତ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଗାଈ କୁ ସ୍ଵପ୍ନ ଦେଖିଲେ ଅତ୍ୟନ୍ତ ଶୁଭଂକର ହୋଇଥାଏ । ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ଗାଈଙ୍କୁ ଦେଖନ୍ତି ତେବେ ଯଶ ପ୍ରାପ୍ତି ହୋଇଥାଏ । ସେହି ବ୍ଯକ୍ତିର ବୈଭବ ଓ ଧନ ବୃଦ୍ଧି ହେବ ସହ ଅଟକି ରହିଥିବା କାର୍ଯ୍ୟ ଆରମ୍ଭ ହୋଇଯାଏ ।

୨- ବ୍ୟକ୍ତି ସ୍ଵପ୍ନରେ ନିଜକୁ ଆକାଶରେ ଉଡୁ ଥିବାର ଦେଖିଲେ ସେହି ସ୍ଵପ୍ନକୁ ସ୍ଵପ୍ନ ଶାସ୍ତ୍ରରେ ଶୁଭ ମାନାଯାଏ । ଏଭଳି ବ୍ୟକ୍ତିଙ୍କୁ ଜୀବନ ଜୀବିକାରେ ଉନ୍ନତି ମିଳିବ ସହ ପରିବାର, ବ୍ୟାପାର, ଚାକିରି ରେ ଯଶ ବୃଦ୍ଧି ହୋଇଥାଏ ।

୩- ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ କଳା ବିଛା, କଙ୍କଡା ବିଛା ଦେଖିଲେ ଏହା ଧନକୁ ଦର୍ଶାଇଥାଏ । ଏହା ଭବିଷ୍ୟତରେ ଧନ ପ୍ରାପ୍ତିର ଭାଗ୍ୟ ଖୋଲିଥାଏ ।

୪- ସ୍ଵପ୍ନ ରେ ନିଜକୁ ପର୍ବତ ଉପରେ ଚଢି ଥିବାର ଦେଖିଲେ ଜୀବନରେ ଶ୍ରେଷ୍ଠ ସଫଳତା ମିଳିବାର ସୂଚନା ମିଳିଥାଏ । ବେପାର ଓ ଅଫିସରେ ଉନ୍ନତି ମଧ୍ୟ ହୋଇଥାଏ ଏପରି ସ୍ଵପ୍ନ ଦେଖିଲେ ।

୫- ଯଦି ସ୍ଵପ୍ନ ରେ ନିଜକୁ ମନ୍ଦିର ଯିବାର ଦେଖିଲେ କିମ୍ବା ଦେବୀ ଦେବତା ଙ୍କ ଦର୍ଶନ କରୁ ଥିବାର ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ସ୍ଵପ୍ନ ଦେଖିଲେ ବ୍ଯକ୍ତିର ସବୁ ଇଚ୍ଛା ପୂରଣ ହେବା ସହ ଧନ ଲାଭର ଅଧିକାରୀ ହୋଇଥାନ୍ତି ।

୬- ସ୍ଵପ୍ନରେ ଜଳୁଥିବା ଦୀପ ଦେଖିଲେ ଶାସ୍ତ୍ର ଅନୁଯାୟୀ ଏହା ଅତ୍ୟନ୍ତ ଶୁଭ ହେବା ସହ ଜୀବନରେ ସବୁ ଅନ୍ଧାର ଦୂର ହୋଇଥାଏ । ଜୀବନ ଆଲୋକିତ ହେବ ସହ ସବୁ କଷ୍ଟରୁ ମୁକ୍ତି ମିଳିଥାଏ ।

୭- ସ୍ଵପ୍ନରେ ଦୌଡୁଥିବା ଘୋଡା ଦେଖିଲେ ଧନ ପ୍ରାପ୍ତିର ଯୋଗ ସହ ଭବିଷ୍ୟତରେ ସଫଳତାର ପ୍ରାପ୍ତି ହୋଇଥାଏ । ସ୍ଵପ୍ନରେ କଳା ସାପ ଦେଖିଲେ ରାଜ ସମାନ ମିଳିଥାଏ । ସ୍ଵପ୍ନରେ ସାପ ଦେଖିଲେ ଯଶ, ଧନ, ପ୍ରତିଷ୍ଠା, ମାନ ପ୍ରାପ୍ତି ହୋଇଥାଏ ।

୮- ସ୍ଵପରେ ଯଦି ଶୁଆ ପକ୍ଷୀ ଦେଖନ୍ତି ତେବେ ଧନ ଲାଭର ସଂକେତ ମିଳିଥାଏ । ଏହା ଅତ୍ୟନ୍ତ ଶୁଭଂକର ହୋଇଥାଏ । ସ୍ଵପ୍ନରେ ମୟୂର କଥା କହୁଥିବାର ଦେଖିଲେ ଜୀବନରେ ବହୁତ ବଡ ଖୁସି ହବାର ମିଳିବାର ସଂକେତ ମିଳିଥାଏ ।

୯- ସ୍ଵପ୍ନରେ କ୍ଷୀର, ଦହି, ଚିନୀ, ମିଶ୍ରି ଆଦି ଖାଉଥିବାର ଦେଖିଲେ ଧନ ଲାଭର କାରକ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।