ବିଶ୍ଵ କ୍ରିକେଟରେ SKY ଙ୍କ ଜଲୱା, କିଏ କହୁଛି Suryakumar ଙ୍କୁ କିଣିବାକୁ ଆମର ଔକାତ୍ ନାହିଁ ତ ଆଉ କିଏ ବତାଉଛି Surya ଙ୍କୁ ରୋକିବାର ମନ୍ତ୍ର…

ବିଶ୍ଵ କ୍ରିକେଟ ଜଗତରେ ବର୍ତ୍ତମାନ ଗୋଟିଏ ନାମର ଜୟ ଜୟକାର ଶୁଣିବାକୁ ମିଳୁଛି । ଆଉ ସେହି ନାମଟି ହେଉଛି ସୂର୍ଯ୍ୟକୁମାର ଯାଦବ । ସାରା ବିଶ୍ବରେ ନିଜର ଚମକ ଦେଖାଇଛନ୍ତି ଟିମ୍ ଇଣ୍ଡିଆର ନମ୍ବର ୱାନ ବ୍ୟାଟର ସୂର୍ଯ୍ୟ । ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଦେଶ ବିଦେଶର କ୍ରିକେଟର ଓ କ୍ରିକେଟ ବିଷାରଦମାନେ ଯେଉଁ ସବୁ ବୟାନ ଦେଉଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ଯେ ବିଶ୍ଵ କ୍ରିକେଟରେ କିଭଳି ରହିଛି ସୂର୍ଯ୍ୟଙ୍କ ପ୍ରଭାବ ।

କାରଣ ଦିଗଜ କ୍ରିକେଟର ଗ୍ଲେନ ମ୍ୟାକ୍ସୱେଲ କହିଛନ୍ତି, “ଆମେ ବିଗ୍ ବାସ୍ ଲିଗ୍ (BBL) ରେ ସୂର୍ଯ୍ୟକୁମାର ଯାଦବଙ୍କୁ କିଣି ପାରିବୁ ନାହିଁ । କାରଣ ତାଙ୍କୁ କିଣିବା ପାଇଁ ଆମ ପାଖରେ ଯଥେଷ୍ଟ ଟଙ୍କା ନାହିଁ ।” ମ୍ୟାକ୍ସୱେଲ ଏଭଳି କହିବାର ଅର୍ଥ, ସୂର୍ଯ୍ୟ ଏତେ ମହଙ୍ଗାରେ ବିକ୍ରି ହେବେ ଯେ ତାଙ୍କୁ କିଣିବାକୁ ଆମ ପାଖେ ଟଙ୍କା ନାହିଁ । ଗ୍ଲେନ ମ୍ୟାକ୍ସୱେଲ କ୍ରିକେଟ ଦୁନିଆର ନିଜେ ଜଣେ ପ୍ରଭାବଶାଳୀ ଖେଳାଳି ହୋଇ ମଧ୍ୟ ହୃଦୟ ଖୋଲି ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଶଂସା କରିଛନ୍ତି ।

ସେ ଆହୁରି କହିଛନ୍ତି କି, ଯଦି ଅନ୍ୟ ସବୁ ଖେଳାଳିଙ୍କୁ ଦଳରୁ ହଟେଇ କିଛି ଟଙ୍କା ବଞ୍ଚେଇବୁ ତେବେ ଯାଇ ସୂର୍ଯ୍ୟଙ୍କୁ ଏକା କିଣିପାରିବୁ । ଏଭଳି କହି ହସି ପକାଇଥିଲେ ମ୍ୟାକ୍ସୱେଲ । ତାଙ୍କର ଏଭଳି ବୟାନରୁ ଜଣାପଡୁଛି କି, ଇଣ୍ଡିଆରୁ ଅଷ୍ଟ୍ରେଲିଆ ଯାଏଁ ସୂର୍ଯ୍ୟଙ୍କ ପ୍ରଭାବ କେତେ ତେଜ ପଡିଛି । ଅଷ୍ଟ୍ରେଲିଆ କଥା ଛାଡନ୍ତୁ, ଟିମ୍ ଇଣ୍ଡିଆର ପ୍ରତିଟି ଖେଳାଳି ସୂର୍ଯ୍ୟଙ୍କ ଭଳି ବନିବାକୁ ଚାହୁଁଛନ୍ତି । ଏଭଳି କିଛି ବୟାନ ଦେଇଛନ୍ତି କ୍ରିକେଟର ଇଶାନ କିଶାନ । ସେ କହିଛନ୍ତି, “ବ୍ୟାଟିଂକୁ ଖୁବ ସହଜ କରି ଦେଖାଉଛନ୍ତି ସୂର୍ଯ୍ୟକୁମାର ଯାଦବ ।

ଟିମ୍ ଇଣ୍ଡିଆର ପ୍ରତିଟି ଖେଳାଳି ସୂର୍ଯ୍ୟଙ୍କ ଭଳି ବ୍ୟାଟିଂ କରିବାକୁ ଚାହୁଁଛୁ ।” ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ ଲେବୁଲକୁ ଏତେ ଉଚ୍ଚକୁ ନେଇ ଯାଇଛନ୍ତି ଯେ ବର୍ତ୍ତମାନ କ୍ରିକେଟ ସହ ଜଡିତ ପ୍ରତିଟି ଖେଳାଳି ତାଙ୍କରି ଭଳି ବ୍ୟାଟିଂ କରିବାକୁ ଚାହୁଁଛନ୍ତି । ସେହିଭଳି ନ୍ୟୁଜିଲାଣ୍ଡର ପ୍ରତିଭାବାନ ଖେଳାଳି ରସ୍ ଟେଲର୍ ଏକ ଭିନ୍ନ ବୟାନ ଦେଇଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କୁ ରୋକିବାର ବାଟ ବଟେଇଛନ୍ତି ରସ୍ ଟେଲର । ଆଉ ତାଙ୍କ କଥା ଶୁଣିଲେ ଆପଣଙ୍କ ଦିଲ୍ ଖୁସ୍ ହୋଇଯିବ ।

ସେ କହିଛନ୍ତି, ଯଦି ସୂର୍ଯ୍ୟଙ୍କୁ ରୋକିବାର ଅଛି ତେବେ ଅନ୍ୟ ବ୍ୟାଟରଙ୍କୁ ବୋଲିଂ କର ଅର୍ଥାତ ସୂର୍ଯ୍ୟଙ୍କୁ ଅଧିକତର ସମୟ ନନ-ଷ୍ଟ୍ରାଇକର ଏଣ୍ଡ ରେ ରଖ । MCG ଭଳି ମଇଦାନରେ ଯିଏ ଏତେ ଲମ୍ବା ଲମ୍ବା ଛକା ମାରୁଛି ସେ ଅନ୍ୟ ମଇଦାନରେ ବୋଲରଙ୍କ ହାଲାତ ଖରାପ କରିଦେବ । ଏଥିରୁ ଆପଣ ବୁଝି ପାରୁଥିବେ ବିଶ୍ଵ କ୍ରିକେଟରେ ସୂର୍ଯ୍ୟଙ୍କର ଜଲୱା କେତେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।