Mihir Das ଙ୍କ ସାନ ପୁଅ Aklant Das ପରିବାର ସହ ବିତେଇବା କିଛି ଖୁସିଭରା ସ୍ମୃତି, ଆଖି ଛଳଛଳ ହୋଇଯିବ, ଦେଖନ୍ତୁ…

ବଡ ପୁଅ ଓ ବୋହୂ ଏବଂ ସାନ ପୁଅକୁ ନେଇ ଥିଲା ବର୍ଷିୟାନ ଓଲିଉଡ ଅଭିନେତା ମିହିର ଦାସଙ୍କ ପରିବାର । ପୂର୍ବରୁ ମିହିର ଦାସଙ୍କ ପତ୍ନୀଙ୍କ ସଙ୍ଗୀତା ଦାସଙ୍କର ଦେହାନ୍ତ ହୋଇ ସାରିଥିବା ବେଳେ ଗତ ବର୍ଷ ଜାନୁୟାରୀ ମାସରେ ମିହିର ଦାସ ମଧ୍ୟ ଇହକାଳ ତ୍ୟାଗ କରିଥିଲେ । ତେବେ ଏହାର ମାତ୍ର ବର୍ଷେ ପୁରୁଣୁ ମିହିର ଦାସଙ୍କ ପରିବାରରେ ଆଉ ଏକ ଦୁଃଖଦ ଘଟଣା ଘଟିଯାଇଛି । ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇଥିବା ଜଣାପଡିଛି ।

ମୃତ୍ୟୁ ବେଳେ ଅକ୍ଲାନ୍ତଙ୍କ ବୟସ ମାତ୍ର 26 ବର୍ଷ ହୋଇଥିବା ବେଳେ ବଡ ଭାଇ ତଥା ଓଲିଉଡ ଅଭିନେତା ଅମ୍ଳାନ ଦାସ ସାନ ଭାଇକୁ ମୁଖାଗ୍ନି ଦେଇ ଦୁନିଆରୁ ବିଦାୟ ଦେଇଛନ୍ତି । କଟକ ସତୀଚଉରା ସ୍ଥିତ ଶ୍ମଶାନରେ ଅକ୍ଲାନ୍ତଙ୍କ ଶେଷକୃତ୍ୟ ଅନୁଷ୍ଠିତ ହୋଇଛି । ତେବେ ବାପା ଚାଲିଯିବା ପରେ ଅକ୍ଲାନ୍ତ ମାନସିକ ଭାରସାମ୍ୟ ହରାଇ ବସିଥିଲେ ବୋଲି ଶୁଣିବାକୁ ମିଳୁଛି । ବାପାଙ୍କର ଅତି ଗେହ୍ଲା ଥିବାବେଳେ ବାପାଙ୍କ ମୃତ୍ୟୁକୁ ସେ ସହଜରେ ଗ୍ରହଣ କରି ପାରି ନଥିଲେ ।

ତେବେ ଗତ ଏକ ମାସ ଧରି ତାଙ୍କ ଲିଭର ଜନିତ ସମସ୍ଯା ମଧ୍ୟ ବଢିବାରେ ଲାଗିଥିଲା । ଯେଉଁଥି ପାଇଁ ସେ ଭୁବନେଶ୍ଵର AIIMS ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଗତ ରାତିରେ ସେ ପ୍ରାଣତ୍ୟାଗ କରିଛନ୍ତି । ପରକୁ ପର ମା, ବାପା ଓ ସାନ ଭାଇକୁ ହରାଇ ଅମ୍ଳାନ ଏକଦମ ଭାଙ୍ଗି ପଡିଛନ୍ତି ।

ଛାତିରେ ଅଜସ୍ର ଯନ୍ତ୍ରଣା ଚାପି ରଖି ସେ ସାନ ଭାଇ ମୁହଁରେ ମୁଖାଗ୍ନି ଦେଇଛନ୍ତି । ତେବେ ଓଡିଆ ଦର୍ଶକଙ୍କୁ ଏହି ଖବର ବେଶ ମର୍ମାହତ କରିଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଅକ୍ଲାନ୍ତଙ୍କର କିଛି ଫଟୋ ଓ ଭିଡିଓ ଘୁରି ବୁଲୁଛି । ପରିବାର ସହ ତାଙ୍କର ଅନେକ ଖୁସିର ମୂହୁର୍ତ୍ତକୁ ଲୋକେ ମନେ ପକାଉଛନ୍ତି । ଆପଣା ମଧ୍ୟ ଏହି ଫଟୋ ସବୁ ଦେଖିଲେ ଭାବବିହ୍ଵଳ ହୋଇଯିବେ ।

ବାପା ଓ ଭାଇ ଭାଉଜଙ୍କ ସହ ଅକ୍ଲାନ୍ତଙ୍କ ଖୁସି ଭରା ମୂହୁର୍ତ୍ତର କିଛି ସ୍ମୃତି ହିଁ କେବଳ ରହିଯାଇଛି । ଚିରଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ମିହିର ଦାସଙ୍କ 26 ବର୍ଷୀୟ ସାନ ପୁଅ ଅକ୍ଲାନ୍ତ ଦାସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।