ସ୍ଵାମୀର ରାଗ ସ୍ତ୍ରୀ ଉପରେ ସୁଝାଇଲେ ଦୁର୍ଦ୍ଦାନ୍ତ ଯୁବକମାନେ, ଘରେ କେହି ନଥିବା ବେଳେ ପଶି ଆସି ମହିଳାଙ୍କ ସହ ଯାହା କଲେ ନା… ଦେଖନ୍ତୁ video

ସ୍ଵାମୀଙ୍କ ଉପରେ ରାଗ ଶୁଝାଇବାକୁ ଯାଇ ପତ୍ନୀଙ୍କୁ ଗ-ଣ-ଦୁ-ଷ୍କ-ର୍ମ କରିଛନ୍ତି କିଛି ଯୁବକ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦରଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ରାତି ପ୍ରାୟ ସାଢେ 8ଟା ସମୟରେ ମହିଳା ଘରେ ଏକୁଟିଆ ଥିବାବେଳେ ଅ-ଭି-ଯୁ-କ୍ତ ଯୁବକମାନେ ଘରେ ପଶିଥିଲେ ଓ ତାଙ୍କ ଘରେ ଥିବା କାରକୁ ଭଙ୍ଗାରୁଜା କରିଥିଲେ । ଏହା ଦେଖି ମହିଳାଜଣକ ବାହାରକୁ ଧାଇଁ ଆସିଥିଲେ ଓ ସେମାନଙ୍କୁ ପ୍ରତିବାଦ କରିଥିଲେ ।

ଆଉ ଏତିକି ବେଳେ ଦୁ-ର୍ବୃ-ତ୍ତ ମାନେ କହିଥିଲେ, ତୋ ସ୍ଵାମୀ ଆମ ସହ ଲାଗିଲା ଆଉ ଆମେ ତୋ ସହ ଟିକେ ଲାଗିବୁ । ତୋ ସ୍ଵାମୀ ଭୁଲ କଲା ହେଲେ ଦଣ୍ଡ ତୁ ପାଇବୁ । ଦେଖିବୁ କିଏ ଆମର କଣ କରିବ । ଏମିତି କିଛି କହି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଆରମ୍ଭ କରି ଦେଇଥିଲେ । ଆଉ ଏଭଳି କିଛି ଘଟିଯିବା ପରେ ଏବେ ମହିଳାଜଣକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ମହିଳାଜଣକ ପୋଲିସ ସାମ୍ନାରେ ସମସ୍ତ କଥା ଜଣାଇବା ସହ ଉକ୍ତ ଯୁବକମାନଙ୍କ ନାଁ ମଧ୍ୟ ନେଇଛନ୍ତି ।

ପ୍ରାୟ 7 ଜଣ ଯୁବକ ମହିଳାଙ୍କ ଘରକୁ ଆସିଥିଲେ । ତାଙ୍କ ଗାଡିକୁ ଭଙ୍ଗାରୁଜା କରିବା ଦେଖି ମହିଳାଜଣକ ଏହାର ପ୍ରତିବାଦ କରିଥିଲେ । କିନ୍ତୁ ଦୁର୍ଦ୍ଦାନ୍ତ ଯୁବକମାନେ ତାଙ୍କ ଚୁଟି ଘୋଷାଡ଼ି ତଳେ ପକାଇବା ସହ ତାଙ୍କୁ ଛୁରି ଦେଖାଇ ଜୀବନରୁ ମା-ରି ଦେବାକୁ ଧମକ ଦେଇଥିଲେ । ଏହାପରେ ରବି ଦିଗାଲଙ୍କ ପୁଅ ପ୍ରବୀଣ ଦିଗାଲ ତାଙ୍କ ସହ ଦୁ-ଷ୍କ-ର୍ମ କରିଥିବା କହିଛନ୍ତି ମହିଳା ।

ସୂଚନା ମୁତାବକ ଦୁଇ ମାସ ତଳେ ସଦର ଥାନା ଅନ୍ତର୍ଗତ ଏକ ଗ୍ରାମର କିଛି ବ୍ୟକ୍ତି ବିଚ୍ ରାସ୍ତାରେ ନି-ଶା-ସ-କ୍ତ ଅବସ୍ଥାରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ନେଇ ଗା-ଳି-ଗୁ-ଲ-ଜ କରୁଥିଲେ । ଅ-ଭି-ଯୋ-ଗକାରିଣୀ ମହିଳାଙ୍କ ସ୍ଵାମୀ ଏହାର ପ୍ରତିବାଦ କରିଥିଲେ ଓ ଉଭୟ ପକ୍ଷ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା । ଆଉ ସେଦିନର ରାଗ ଶୁଝାଇବାକୁ ଯାଇ ଅ-ଭି-ଯୁ-କ୍ତ ଯୁବକମାନେ ସନ୍ଧ୍ୟା 6ଟା ସମୟରେ ତାଙ୍କ ଘରେ କୌଣସି ପୁରୁଷ ଲୋକ ନଥିବା ସମୟରେ ପଶି ଆସିଥିଲେ ।

ଆଉ ଘରର କାର୍ ଭଙ୍ଗାରୁଜା କରିବା ସହ ମହିଳାଙ୍କୁ ଗ-ଣ-ଦୁ-ଷ୍କ-ର୍ମ କରିଥିବା ଅ-ଭି-ଯୋ-ଗ ହୋଇଛି । ଏନେଇ ମହିଳାଜଣକ ଥାନାର ଦ୍ଵାରସ୍ଥ ହୋଇଥିବା ବେଳେ ଉକ୍ତ ଗାଁରେ ମଧ୍ୟ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।