ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଲେ ଏହି ସ୍ଥାନକୁ ଯେଉଁ ହରେ ପ୍ରଭୁ ରାମଙ୍କ କୋଳରେ ଜୀବନ ଯାଇଥିଲା ….

କାହିଁକି ଜଟାୟୁ ଙ୍କ ଆଶୀର୍ବାଦ ନେଲେ ମୋଦୀ ? ଆନ୍ଧ୍ରପ୍ରଦେଶକୁ କାହିଁଙ୍କି ଗଲେ ମୋଦୀ ? ପ୍ରଥମେ ଜଟାୟୁ ଙ୍କୁ ପ୍ରଣାମ ତା ପରେ ହେବ ପ୍ରତିଷ୍ଠା । ହଁ ଦର୍ଶକ ବନ୍ଧୁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବ କିନ୍ତୁ ଜଟାୟୁ ଙ୍କୁ ଭୁଲି ହେବ ନାହିଁ । ଜଟାୟୁ ଙ୍କ ଆଶୀର୍ବାଦ ନେବାକୁ ଆନ୍ଧ୍ର ର ଏହି ସ୍ଥାନକୁ ଗଲେ ମୋଦୀ । ତେବେ ମୋଦୀ ଜଟାୟୁ ଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି । ତେବେ ଏହି ମନ୍ଦିର ଓ ଜଟାୟୁ ଙ୍କ ସହ ଜଡିତ ରହିଛି ରାମାୟଣର ଅନେକ ଗୁପ୍ତ ରହସ୍ୟ ।

ଯାହା କି ଗୋଟେ ବଡ ରହସ୍ୟ । ପ୍ରଧାନମନ୍ତ୍ରୀ ମୋଦୀ ଜାଣିଛନ୍ତି ଏହି ସ୍ଥାନ ବିଷୟରେ ଓ ରାମାୟଣ ରେ ଜଟାୟୁ ଙ୍କ ଭୂମିକା କଣ ରହିଥିଲା । ଅନ୍ୟ ପଟେ ଯେବେ ରାମ ମନ୍ଦିରର ପ୍ରତିଷ୍ଠା ହେବାକୁ ଯାଉଛି ଓ ପ୍ରଭୁ ରାମ ବିରାଜମାନ କରିବାକୁ ଯାଉଛନ୍ତି ସେତେବେଳେ ଜଟାୟୁ ଙ୍କୁ କିଏ ବା କେମିତି ଭୁଲି ପାରିବେ । ଯେଉଁ ପକ୍ଷୀ ରାମ ଙ୍କ ନିକଟତର ଥିଲା ଭଗବାନ ରାମ ଙ୍କ ଗୁଣ ଓ ଜ୍ଞାନ ଦେଖି ପ୍ରେମରେ ପଡିଥିଲା ।

ଏମିତିକି ସୀତା ଙ୍କୁ ଯେବେ ଲଙ୍କାପୁରୀ ରାବଣ ଅପହରଣ କରି ନେଇ ଯାଉଥିଲା ସହି ପାରି ନ ଥିଲା ଜଟାୟୁ ପକ୍ଷୀ । ଆଉ ମାତା ସୀତା ଙ୍କୁ ବଞ୍ଚାଇବାକୁ ଯାଇ ଜଟାୟୁ ଜୀବନ ଦେଇଥିଲା । ଆଉ ରାବଣ ର ଖଣ୍ଡା ଚୋଟ ରେ କ୍ଷତ ବିକ୍ଷତ ହୋଇ ପ୍ରଭୁ ରାମଙ୍କ ପାଦ ତଳେ ପଡି ସୀତା ମା ଙ୍କ ଅପହରଣ ବିଷୟରେ କହିଥିଲେ ଜଟାୟୁ । ଆଉ ଏହା ପରେ ମା ସୀତା ଙ୍କ ଠିକଣା ପାଇଥିଲେ ପ୍ରଭୁ ରାମ ଓ ଭାଇ ଲକ୍ଷ୍ମଣ ।

ସେହି ପକ୍ଷୀ ହେଉଛି ଜଟାୟୁ ଯାହାକୁ ମୋଦୀ ଏବେ ବି ଭୁଲି ନାହାନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଜଟାୟୁ ଙ୍କ ଦର୍ଶନ କରିଛନ୍ତି ମୋଦୀ । ରାମାୟଣ ରେ ଗରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ଜଟାୟୁ ବା ଗରୁଡ ପକ୍ଷୀ ଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆନ୍ଧ୍ର ପ୍ରଦେଶର ଲେପାଖି ରେ ଜଟାୟୁ ଙ୍କ ମନ୍ଦିର ରହିଛି ଯାହା ବିରଭଦ୍ର ମନ୍ଦିର ନାମରେ ସୁପ୍ରସିଦ୍ଧ ରହିଛି ।

ତେବେ ଲେପାଖି ସେହି ସ୍ଥାନ ବୋଲି ବିଶ୍ଵାସ କରାଯାଏ ଯେଉଁ ଠାରେ ରାବଣ ମାତା ସୀତା ଙ୍କୁ ଅପହରଣ କୃ ନେଇ ଯାଉଥିବା ସମୟରେ ଜଟାୟୁ ତାଙ୍କୁ ପିଛା କରି ଯାଇଥିଲା । ଆଉ ଯେବେ ପ୍ରଭୁ ରାମ ମା ସୀତା ଙ୍କୁ ଖୋଜି ଖୋଜି ସେହି ସ୍ଥାନରେ ପହଞ୍ଚିଥିଲେ ସେତେବେଳେ ଜଟାୟୁ ପକ୍ଷୀ ଅପହରଣ ବିଷୟରେ ସୂଚନା ଦେଇଥିଲେ । ଉକ୍ତ ସ୍ଥାନ ବିଷୟରେ ପ୍ରଭୁ ରାମ ଜଟାୟୁ ଙ୍କୁ ମୋକ୍ଷ ପ୍ରଦାନ କରିଥିଲେ ବୋଲି କୁହାଯାଏ ।

ଜଟାୟୁ ଙ୍କ ମନ୍ଦିର ସେହି ଠାରେ ହିଁ ସ୍ଥାପନ କରା ଯାଇଛି । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବା ବେଳେ ମୋଦୀ ଜଟାୟୁଙ୍କର ଦର୍ଶନ କରିବାକୁ ଯାଉଛନ୍ତି । ମୋଦୀ ଦୁଇ ଦିନିଆ ଗସ୍ତରେ ଯାଇ ଅନେକ ବିକାଶମୂଳକ ଶୁଭାରମ୍ଭ କରିବେ ବୋଲି ଜଣା ପଡିଛି ।  ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।