ଆଜିଙ୍କ୍ୟ ରାହାଣେ ଶେୟାର କଲେ ନିଜ ଝିଅର ପ୍ରଥମ ଫଟୋ, ତେନ୍ଦୁଲକର, ହରଭଜନ କହିଲେ କିଛି ଏମିତି, ଦେଖନ୍ତୁ

ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରହାଣେଙ୍କ ଘରେ ବର୍ତ୍ତମାନ ହିଁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । ସେ ସୋମବାର ଦିନ ସୋସିଆଲ ମିଡିଆରେ ନିଜ ଝିଅ ଓ ପତ୍ନୀଙ୍କର ଫଟୋ ଶେୟାର କରି ଛନ୍ତି । ଏହି ଫଟୋରେ ରାହାଣେ କ୍ୟାପଶନ ଦେଇ ଛନ୍ତି – ‘ହେଲୋ’ । ଏହି ଫଟୋରେ ରହାଣେ ଓ ତାଙ୍କର ପତ୍ନୀ ରାଧିକା ନିଜ ଝିଅକୁ ଧରି ହସୁଥିବାର ନଜର ଆସୁ ଛନ୍ତି ।

ଯେତେବେଳେ ରହାଣେ ଓ ତାଙ୍କର ପତ୍ନୀ ରାଧିକା ଧୋପୱକରଙ୍କ ଘରେ ଝିଅ ଜନ୍ମ ହେଲା ସେତେବେଳେ ଅଜିଙ୍କ୍ୟ ସାଉଥ ଆଫ୍ରିକା ବିରୁଦ୍ଧରେ ଟେସ୍ଟ ମ୍ୟାଚ ଖେଳୁଥିଲେ । ବିଶାଖାପାଟଣାରେ ଖେଳା ଯାଉଥିବା ଏହି ଟେସ୍ଟ ମ୍ୟାଚରେ ଭାରତ ସାଉଥ ଆଫ୍ରିକା ବିରୁଦ୍ଧରେ ୨୦୩ ରନରେ ବିଜୟ ହାସଲ କରିଥିଲା ।

ମୁମ୍ବାଇର ଏହି ଷ୍ଟାଇଲ୍ସ ବ୍ୟାଟ୍ସମ୍ୟାନ ନିଜର ପିଲାବେଳର ବନ୍ଧୁ ରାଧିକା ସହ ୨୦୧୪ରେ ବିବାହ କରିଥିଲେ । ଏହି ବର୍ଷ ଜୁଲାଇରେ ଏହି ଦମ୍ପତି ଗର୍ଭବତୀ ହେବା ଖବରରୁ ପରଦା ଉଠାଇ ଥିଲେ ।

ରହାଣେଙ୍କର ପିତା ହେବାର ଖବର ସର୍ବ ପ୍ରଥମେ ତାଙ୍କର ଟିମ ଇଣ୍ଡିଆର ସାଥି ହରଭଜନ ସିଂହ ଟ୍ୱୀଟ କରି ଦେଇଥିଲେ । ହରଭଜନ ସିଂହ ରହାଣେଙ୍କୁ ପରିବାରରେ ନୂଆ ସଦସ୍ୟ ଆଗମନର ଶୁଭେଛା ଦେଇଥିଲେ ।

ହରଭଜନ ଟ୍ୱୀଟ କରିଥଲେ, ‘ପିତା ହେବା ଉପରେ ଅଜିଙ୍କ୍ୟ ରହାଣେଙ୍କୁ ଶୁଭେଚ୍ଛା । ଆଶା କରୁଛି କି ମା’ ଓ ଛୋଟ ପରି ଠିକ ଥିବେ…. ଜୀବନର ମଜା ବର୍ତ୍ତମାନ ଆରମ୍ଭ ହେବ ।’

 

ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏହି ସମୟରେ ରହାଣେଙ୍କୁ ଶୁଭେଛା ଦେଲେ । ସଚିନ ଟ୍ୱୀଟ କରିଲେ, ରାଧିକା ଓ ଅଜିଙ୍କ୍ୟଙ୍କୁ ବହୁତ ଶୁଭେଚ୍ଛା । ପ୍ରଥମ ଥର ମାତା – ପିତା ହେବାରେ ଯେଉଁ ଆନନ୍ଦ ଅଛି ତାହାର ତୁଳନା କରାଯାଇ ପାରିବ ନାହିଁ । ଆପଣ ଏହି ସମୟର ପୁରା ଆନନ୍ଦ ନିଅନ୍ତୁ । ଡାଇପର ବଦଳାଇବାର ରାତିର ଚୌକିଦାରୀର ଭୂମିକାର ଆନନ୍ଦ ନିଅନ୍ତୁ ।‘

ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦ୍ଵିତୀୟ ମ୍ୟାଚ ୧୦ ଅକ୍ଟୋବରକୁ ପୁନେ ରେ ଖେଳାଯିବ । ବର୍ତ୍ତମାନ ଟିମ ଇଣ୍ଡିଆର ଭାଇସ କ୍ୟାପଟେନ ରହାଣେ ନିଜ ପରିବାର ସହିତ ସମୟ ବିତାଉଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।