ଆର୍ମୀର ଏହି ସିପାହୀ କଲା ଏମିତି କାମ, ସୋସିଆଲ ମିଡିଆରେ ସବୁଆଡେ ତାର ପ୍ରଶଂସା

ଆର୍ମୀରେ ଜବାନ ଛଡା କୁକୁରମାନଙ୍କୁ ବି ସାମିଲ କରାଯାଏ । ଏହି କୁକୁରମାନଙ୍କର ଭାରତୀୟ ସେନାରେ ମୁଖ୍ୟ ଭୂମିକା ଥାଏ । ଏହି କୁକୁରମାନଙ୍କୁ ଏକ ଖାସ ପ୍ରକାରର ଟ୍ରେନିଙ୍ଗ ଦିଆଯାଇଥାଏ ଯାହା ଦ୍ଵାରା ଆର୍ମୀର ଅପରେସନଙ୍କୁ ସେମାନେ ସଫଳ କରି ପାରିବେ । ବର୍ତ୍ତମାନ ହିଁ ସୋସିଆଲ ମିଡିଆରେ “ଜାରୀ” ନାମକ ଏକ ଭାରତୀୟ ସେନାର କୁକୁରର ଫଟୋ ବହୁତ ଭାଇରାଲ ହେଉଛି । ଲୋକମାନେ ଏହି କୁକୁରର ବହୁତ ପ୍ରଶଂସା କରୁଛନ୍ତି ।

କାରଣ ଏହି କୁକୁରଟି କିଛି ଏମିତି କାମ କରି ଦେଖାଇଛି ଯାହା ଦ୍ଵାରା ଶହ ଶହ ଲୋକମାନଙ୍କର ଜୀବନ ବଞ୍ଚି ଯାଇଛି ।

ଜାରୀ ଆସାମରେ ଅସ୍ତ୍ରଶସ୍ତ୍ରର ଏକ ବଡ ଆଡ୍ଡା ଖୋଜି ବାହାର କରିଛି । ଏହି କୁକୁରଟି NDFB ମେମ୍ବରଙ୍କ ଦ୍ଵାରା ଲୁଚାଯାଇଥିବା ହତିଆର ଖୋଜିବାର ଭୟାନକ କାମ କରି ଦେଖାଇଛି । ବୋଡୋଲ୍ୟାଣ୍ଡ ଟେରିଟୋରିୟଲ ଏରିୟା ଡିସ୍ଟ୍ରିକ୍ସ (BTAD ) ର ପନବାରୀ ରିଜର୍ବ ଫରେସ୍ଟରେ ଚାଲୁଥିବା ଏକ ଅପରେସନରେ ଏହି କୁକୁର ସାହାର୍ଯ୍ୟରେ ସୁରକ୍ଷା ବଳକୁ ଭାରି ମାତ୍ରାରେ ହତିଆର ଗୁଳି ବାରୁଦ ଓ ଅନ୍ୟ ବିସ୍ଫୋଟକ ସାମଗ୍ରୀ ମିଳିଛି ।

ଗୁୱାହାଟୀ ରକ୍ଷା ବିଭାଗର ଜନସମ୍ପର୍କ ଅଧିକାରୀ ପୀ ଖୋଂଗସାଈ କହିଲେ କି ତାଙ୍କୁ ଗୁପ୍ତ ସୂତ୍ର ଦ୍ଵାରା ସୂଚନା ମିଳିଥିଲା କି ଏଠାରେ ହତିଆର ଲୁଚା ଯାଇଛି । ଏମିତିରେ ଆସାମ ପୋଲିସ ଓ ସେନାର ବଟାଲିୟନ ୫୪ ଜଣ ଏକା ସହିତ ମିଶି ଅପରେସନ ସ୍ଟାର୍ଟ କରିଲେ ଓ ଏହି ଅପରେସନକୁ ସଠିକ ରାସ୍ତା ଦେଖାଇବାର କାମ ଜାରୀ କରିଲା । ଜାରୀ ଦ୍ଵାରା କୁହାଯାଇଥିବା ଜାଗାକୁ ଖୋଲିବା ଦ୍ଵାରା ଭାରିମାତ୍ରାରେ ଗୋଳା ବାରୁଦ ଓ ଟଙ୍କା ମିଳିଲା । ଏହି ଅପରେସନ ୨୫ ସେପ୍ଟେମ୍ବର ରେ କରାଯାଇଥିଲା ।

ଏହି ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଜାରୀ ନାମକ ଏକ କୁକୁର ବର୍ତ୍ତମାନ ସୋସିଆଲ ମିଡିଆରେ ଷ୍ଟାର ହୋଇ ଯାଇଛି । ଲୋକମାନେ ଏହି କୁକୁରକୁ ବହୁତ ଶୁଭେଚ୍ଛା ଦେଉଛନ୍ତି ଓ ସମସ୍ତେ ତାହାର ପ୍ରଶଂସା କରୁଛନ୍ତି । ଏହା ଛଡା ଭାରତୀୟ ସେନାର ପୂର୍ବ କମାଣ୍ଡୋ ବି ଜାରୀର ପ୍ରଶଂସା କରିଛନ୍ତି । ସେ ଇଣ୍ଡିଆନ ଆର୍ମୀକୁ ଏହି ଅପରେସନର ସଫଳ ହେବା ପଛରେ ଜାରୀର ମୁଖ୍ୟ ଭୂମିକା ଅଛି ବୋଲି କହିଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।