ଜ୍ୟାକଲୀନ ଫର୍ନାଂଡିସ ଶରୀରର ଏହି ସ୍ଥାନରେ କରିଲେ ନିଜର ପ୍ରଥମ ଟାଟୁ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ, ଦେଖନ୍ତୁ

ଟାଟୁ କରିବା ଆଜିକାଲି ଫ୍ୟାସନ ହୋଇଗଲାଣି । ବହୁତ ସଂଖ୍ୟାରେ ଲୋକମାନେ ନିଜ ଶରୀରରେ ଟାଟୁ କରୁଛନ୍ତି । ପର୍ମନେଂଟ ଟାଟୁ ବହୁତ ଭାବି ଚିନ୍ତି କରିବା ଉଚିତ କାରଣ ଯଦି ଆପଣ ଥରେ ଟାଟୁ କରି ନେବେ ତ ଏହାକୁ ହଟାଇବା ବହୁତ କଷ୍ଟ ଅଟେ । ଏହାକୁ ହଟାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରିବାକୁ ପଡିଥାଏ । ଟାଟୁ ସୁନ୍ଦର ଓ ଷ୍ଟାଇଲିଶ ଦେଖା ଯିବାରେ ଲୋକମାନଙ୍କୁ ସାହାର୍ଯ୍ୟ କରିଥାଏ ।

ଆଜିକାଲି ଅଧିକ ଝିଅମାନେ ନିଜ ଶରୀରରେ ଟାଟୁ କରୁଛନ୍ତି । ସାଧାରଣ ଝିଅ ଛଡା ବଲୀଉଡ ଅଭିନେତ୍ରୀମାନେ ବି ଟାଟୁ କରିବାକୁ ପଛାନ୍ତି ନାହିଁ ।

ସୁଷ୍ମିତା, ଦୀପିକା, ମଲାଇକା ସମେତ ଏମିତି ଅନେକ ଅଭିନେତ୍ରୀମାନେ ଅଛନ୍ତି ଯେଉଁମାନେ ନିଜ ଶରୀରର କୌଣସି ଅଂଶରେ କିଛି ନା କିଛି ଟାଟୁ କରିଛନ୍ତି । ଏହା ମଧ୍ୟରେ ବର୍ତ୍ତମାନ ଅନ୍ୟ ଏକ ନାମ ଯୋଡି ହୋଇ ଯାଇଛି । ଯାହାଙ୍କର ନାମ ଜ୍ୟାକଲୀନ ଫର୍ନାଂଡିସ ଅଟେ ।

ସୋସିଆଲ ମିଡିଆରେ ଅଭିନେତ୍ରୀ ଜ୍ୟାକଲୀନ ଫର୍ନାଂଡିସଙ୍କର ଏକ ଭିଡିଓ ବହୁତ ଜଲ୍ଦି ଭାଇରାଲ ହେଉଛି ଓ ଯେଉଁଥିରେ ସେ ଟାଟୁ କରୁଥିବାର ନଜର ଆସୁଛନ୍ତି । କହିଦେଉଛୁ କି ପ୍ରଥମ ଥର ଜ୍ୟାକଲୀନ ନିଜ ଶରୀରରେ କୌଣସି ଟାଟୁ କରିଛନ୍ତି । ଜ୍ୟାକଲୀନ ଏହି ଭିଡିଓ ଶେୟାର କରି କହିଲେ କି ସେ ତାଙ୍କର ଅଣ୍ଟାର ଉପର ଭାଗରେ ଟାଟୁ କରିଛନ୍ତି ।

ବର୍ତ୍ତମାନ ହିଁ ଜ୍ୟାକଲୀନ ନିଜର ୟୁ – ଟ୍ୟୁବ ଚ୍ୟାନେଲରେ ନିଜର ଜନ୍ମଦିନ ସହ ଜଡିତ ତୃତୀୟ ବ୍ଲଗ ଶେୟାର କରିଛନ୍ତି । ଏହି ଭିଡିଓରେ ସେ ନିଜର ବନ୍ଧୁମାନଙ୍କ ସହିତ ମସ୍ତି କରୁଥିବାର ନଜର ଆସୁଛନ୍ତି । ଭିଡିଓର ଏକ ଟିଜର ସେ ନିଜର ଇଂସ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ଭିଡିଓରେ ସେ କ୍ୟାପଶନ ଦେଇଛନ୍ତି କି ସେ ନିଜର ପ୍ରଥମ ଟାଟୁ କରିଲେ ।

ଭିଡିଓରେ ଆପଣ ଦେଖି ପାରିବେ କି ଜ୍ୟାକଲୀନ ପ୍ରଥମେ ନିଜର ବନ୍ଧୁମାନଙ୍କ ସହିତ ଦୋକାନରେ ପହଞ୍ଚି ଟାଟୁ ଡିସାଇଡ କରୁଛନ୍ତି । ଟାଟୁ ଫାଇନାଲ ହେବା ପରେ ତାଙ୍କର ବନ୍ଧୁ ଟାଟୁ କରୁଛି ଓ ପୁଣି ଜୈକଲୀନଙ୍କର ବାରି ଆସୁଛି । ଏହି ଭିଡିଓରେ ଆପଣ ଦେଖି ପାରିବେ କି ଜୈକଲୀନ ଏହି କଥାକୁ ନେଇ ଅଳ୍ପ କଂଫ୍ଯୂଜ ରହୁଛନ୍ତି କି ଟାଟୁ କେଉଁଠି କରିବେ । ଶେଷରେ ସେ ବାଛି ନେଉଛନ୍ତି ।

କହିଦେଉଛୁ ଯେ ଜୈକଲୀନ ଟାଟୁ କରିବା ପାଇଁ ଯେଉଁ ଶବ୍ଦର ବାଛିଛନ୍ତି ‘Magic’ । ଭିଡିଓରେ ଜୈକଲୀନ ନିଜର ଟାଟୁକୁ ଫ୍ଲନ୍ଟ କରୁଥିବାର ନଜର ଆସୁଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।