କେବେ ଭାରି କଷ୍ଟରେ ମିଳୁଥିଲା ୨ ବେଳାର ରୁଟି, ଆଜି IAS ହେଲେ ଗରିବ ଚାଷୀର ପୁଅ – ପ୍ରଧାନମନ୍ତ୍ରୀଙ୍କ ଠାରୁ ମିଳିଲା ସମ୍ମାନ

ଆଜି ଆମେ ଆପଣଙ୍କୁ କହିବୁ କି କେମିତି ଗୋଟିଏ ଗରିବ ଚାଷୀର ପୁଅ ଆଜି IAS ଅଫିସର ହୋଇଯାଇଛି । IAS ସୁରେନ୍ଦ୍ର ସିଂହ ମଥୁରା ଜିଲ୍ଲାର ସୈଦପୁର ଗ୍ରାମର ନିବାସୀ ଅଟନ୍ତି । ତାଙ୍କର ପିତା ଚାଷ କରନ୍ତି । ପିଲାବେଳୁ ହିଁ ସୁରେନ୍ଦ୍ର ନିଜ ଜୀବନରେ ବହୁତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସୁରେନ୍ଦ୍ରଙ୍କର ଜଣେ ବଡ ଭାଇ ବି ଅଛନ୍ତି । ଗୋଟିଏ ଘରେ ଚାରି ଜଣ ଲୋକମାନଙ୍କ ପାଇଁ ଗୋଟିଏ ବେଳାର ଖାଇବା ଯୋଗାଡ କରିବା ତାଙ୍କର ପିତାଙ୍କ ପାଇଁ ବହୁତ କଠିନ ଥିଲା ।

ପିଲାବେଳେ ହିଁ ସୁରେନ୍ଦ୍ର ଏକ ବଡ ମଣିଷ ହେବା ପାଇଁ ଇଚ୍ଛା ରଖିଥିଲେ ଓ ତାଙ୍କର ମାତା ପିତା ବି ନିଜର କ୍ଷମତାରୁ ଅଧିକ ନିଜର ପୁଅମାନଙ୍କୁ ପଢାଇବା ପାଇଁ ବହୁତ ଚେଷ୍ଟା ମଧ୍ୟ କରିଥିଲେ । ପ୍ରାୟତଃ ସୁରେନ୍ଦ୍ର ସ୍କୁଲରୁ ଆସିବା ପରେ ନିଜ ପିତାଙ୍କୁ କାମରେ ସାହାର୍ଯ୍ୟ କରୁଥିଲେ । ଅଷ୍ଟମ ପର୍ଯ୍ୟନ୍ତ ସେମାନେ ନିଜ ଗ୍ରାମରେ ହିଁ ପଢିଲେ । ଏହା ପରେ ତାଙ୍କର ବଡ ଭାଇ ଦିଲ୍ଲୀ ଚାଲିଗଲେ ଓ ମାଷ୍ଟର ହୋଇଗଲେ ।

ସୁରେନ୍ଦ୍ର ବି ନିଜ ବଡ ଭାଇ ପାଖକୁ ଯାଇ +୨ ପର୍ଯ୍ୟନ୍ତ ପଢିଲେ । ଦିଲ୍ଲୀ ଯିବା ପରେ ସୁରେନ୍ଦ୍ର ବିଏସସି ଓ ଏମଏସସି କରିବା ପାଇଁ ରାଜସ୍ଥାନ ଚାଲି ଗଲେ ।

ଏହା ପରେ ସୁରେନ୍ଦ୍ର ଏମଏସସିରେ ଟପ କରିଲେ ଓ ଗୋଲ୍ଡ ମେଡାଲ ହାସଲ କରିଲେ । ପଢିବା ସମୟରୁ ହିଁ ସୁରେନ୍ଦ୍ର ସରକାରୀ ଚାକିରି ପାଇଁ ମଧ୍ୟ ପରୀକ୍ଷା ଦେଉଥିଲେ । ଏହା ମଧ୍ୟରେ ତାଙ୍କର ସିଲେକ୍ସନ ଏୟାରଫୋର୍ସରେ ମଧ୍ୟ ହୋଇଥିଲା । କିନ୍ତୁ ସେଠି ସେ ଜଏନ କଲେ ନାହିଁ । ଏହା ପୂର୍ବରୁ ବି ତାଙ୍କର ସିଲେକ୍ସନ ONGCରେ ଜିୟୋଲୋଜିଷ୍ଟ ପଦରେ ବି ହୋଇଥିଲା । ସୁରେନ୍ଦ୍ର ONGC ଜଏନ କଲେ ।

କିନ୍ତୁ ଏହା ପରେ ସେ ପୁଣି ୩ ଥର ପିସିଏସ ର ପରୀକ୍ଷା କ୍ୱାଲିଫାଏ କରିଲେ । ତଥାପି ସେ ସେଥିରେ ବି ଜଏନ କରିଲେ ନାହିଁ । କାରଣ ତାଙ୍କୁ IAS ହେବାର ଥିଲା । ଏହା ପରେ ସେ ୨୦୦୫ରେ IASରେ କ୍ୱାଲିଫାଏ କଲେ ଓ ଅଲ ଇଣ୍ଡିଆରେ ୨୧ ତମ ପୋଜିସନ ହାସଲ କଲେ ।

ଆଇଏଏସ ଅଫିସର ସୁରେନ୍ଦ୍ର ୨୦୧୨ରେ ବିଧାନସଭା ନିର୍ବାଚନ ପାଇଁ ଫିରୋଜାବାଦରେ ଥିଲେ । ଏହି ସମୟରେ ନିର୍ବାଚନ ଆୟୋଗ ତରଫରୁ ତାଙ୍କୁ ବେଷ୍ଟ ଇଲେକ୍ସନ ପ୍ରାକ୍ଟିସ ପୁରସ୍କାର ବି ମିଳିଥିଲା ଏବଂ ତାଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ଵାରା ବି ସମ୍ମାନିତ କରାଯାଇଥିଲା ।

ଆଶାକରୁଛୁ ସୁରେନ୍ଦ୍ରଙ୍କ ବିଷୟରେ ଏହି ଘଟଣା ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ତାଙ୍କ ପାଇଁ ଗୋଟେ ସେଆର କରନ୍ତୁ । ଆଗକୁ ଏମିତି ଅନେକ ପ୍ରେରଣାଦାୟକ ଲେଖାଗୁଡିକ ପାଇଁ ଓଡିଆ ଫାଷ୍ଟ ପେଜକୁ ଏବେହିଁ ଲାଇକ କରନ୍ତୁ । ଧନ୍ୟବାଦ ।