JIO ପରେ ମୁକେଶ ଅମ୍ବାନୀଙ୍କର ନୂଆ ଧମାକା, ଏତିକି ଟଙ୍କାରେ ଏକା ସହିତ ମିଳିବ ବ୍ରଡବ୍ଯାନ୍ଡ – ଲ୍ୟାନ୍ଡଲାଇନ – TVର ମଜା, ଜାଣନ୍ତୁ କେମିତି

ଜିଓ ପରେ ମୁକେଶ ଅମ୍ବାନୀ ଆଉ ଏକ ନୂଆ ଉପହାର ନେଇ ଆସୁଛନ୍ତି । ବର୍ତ୍ତମାନ ଆପଣଙ୍କୁ ଏକା ସହିତ ବ୍ରଡବ୍ଯାନ୍ଡ, ଲ୍ଯନ୍ଡଲାଇନ ଫୋନ ଏବଂ ଡୀଟୀଏଚ କନେକ୍ଶନର ମଜା ମିଳିବ । ଏହି ସବୁ ପାଇଁ ଆପଣଙ୍କୁ ସବୁ ମାସରେ ମାତ୍ର ୬୦୦ ଟଙ୍କା ଦେବାକୁ ପଡିବ ।

ମୁକେଶ ଅମ୍ବାନୀଙ୍କର ନେତୃତ୍ଵରେ ଥିବା ରିଲାୟ୍ଯାନ୍ସ ଇଣ୍ଡଷ୍ଟ୍ରି ର ଦୁରାସଞ୍ଚାର କମ୍ପାନୀ ରିଲାୟ୍ଯାନ୍ସ ଜିଓ ର GigaFiber କନେକ୍ଶନ ଅନ୍ତରଗତ ୬୦୦ ଟଙ୍କାରେ ଏହି ସବୁ ସୁବିଧା ନେଇ ଆସୁଛି । ଏତିକି ନୁହେଁ ଅତିରିକ୍ତ ୧୦୦୦ ଟଙ୍କାରେ ହୋମ ନେଟୱର୍କରେ GigaFiber କନେକ୍ଶନ ଅନ୍ତରଗତ ୪୦ଟି ଡିଭାଇସ କନେକ୍ଟ କରି ପାରିବ ।

ଜିଓ ତରଫରୁ ବର୍ତ୍ତମାନ GigaFiber ପାଇଲଟ ପରୀକ୍ଷଣ ନୂଆ ଦିଲ୍ଲୀ ଏବଂ ମୁମ୍ବାଇରେ ଚାଲିଛି । ୟୁଜରକୁ ପ୍ରଥମେ ୪୫୦୦ ଟଙ୍କା ଜମା କରିବାକୁ ପଡିବ । ଗ୍ରାହକମାନଙ୍କୁ ୧୦୦ ମେଗାବାଇଟ ପ୍ରତି ସେକନ୍ଡ (mbps)ରେ ୧୦୦ ଗୀଗାବାଇଟ (GB) ଡେଟା ଉପଲବ୍ଧ କରାଯିବ । କମ୍ପାନୀର ଜଣେ ଅଧିକାରୀ ନିଜର ନାମକୁ ପ୍ରକାଶିତ ନ କରିବା ପାଇଁ ଶର୍ତ ରଖି କହିଛନ୍ତି କି କନେକ୍ଶନ ଅନୁସାରେ ଆସନ୍ତା ତିନି ମାସ ମଧ୍ୟରେ ଏଥିରେ ଟେଲିଫୋନ ଏବଂ ଟିଭିର ସେବା ବି ଯୋଡା ଯିବ ।

ଏବଂ ୩ ଟି ସେବାକୁ ପାଖାପାଖି ୧ ବର୍ଷ ପର୍ଯ୍ୟନ୍ତ ଫ୍ରୀରେ ଦିଆଯିବ । ଯେତେବେଳ ସେବାକୁ ବ୍ୟାବସାୟିକ ରୂପରେ ରୋଲରେ ଆଉଟ କରାଯିବ । ଏହା ସହିତ ଲ୍ଯନ୍ଡଲାଇନ ଉପରେ ଅନଲିମିଟେଡ କଲିଙ୍ଗର ସୁବିଧା ଦିଆଯିବ ଏବଂ ଟିଭି ଚ୍ୟାନଲ ଗୁଡିକୁ ଇଣ୍ଟର୍ନେଟ (ଇଣ୍ଟର୍ନେଟ ପ୍ରୋଟୋକଲ ଟେଲିବିଜନ) ଉପରେ ପ୍ରସାରିତ କରାଯିବ ।

ଟ୍ରିପଲ କମ୍ବୋ ପ୍ୟାକ ଅନୁସାରେ ଲ୍ଯନ୍ଡଲାଇନ ଏବଂ ୧୦୦ mbps ବ୍ରଡବ୍ଯାନ୍ଡ ସହିତ ୬୦୦ ଚ୍ୟାନେଲ ପ୍ରକାଶିତ କରାଯିବ । ଏଥିପାଇଁ ଆପଣଙ୍କୁ ୬୦୦ ଟଙ୍କା ସବୁ ମାସରେ ଦେବାକୁ ପଡିବ । ଆପଣଙ୍କୁ କହିଦେଉଛୁ ଯେ jio GigaFiber ବି CCTVର ଫୁଟେଜ ଏବଂ କ୍ଲାଉଡର ଅନ୍ୟ ଡାଟା ସଙ୍ଗରୁହିତ କରିବାରେ ବି ସକ୍ଷମ ରହିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।