୧୪-୧୫ ଅଗଷ୍ଟ ୧୯୪୭ ରାତିର ପୁରା ସତ, ଜାଣନ୍ତୁ

ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ୧୪ ଅଗଷ୍ଟ ରାତିର ସେହି ସତ୍ୟତାକୁ ଯାହାକୁ ସମସ୍ତ ଭାରତୀୟ ଜାଣିବାକୁ ଚାହିଁବେ । ଏହା ସେହି ରାତି ଯାହା ଭାରତର ଇତିହାସ, ଭୂଗୋଳ, ଭବିଷ୍ୟତ ଓ ଭାବନାକୁ ବଦଳାଇଦେଲା । ସେହି ରାତି ଥିଲା ସ୍ଵତନ୍ତ୍ର ର ରାତି । ଦିଲ୍ଲୀ ରେ ୧୪ ଅଗଷ୍ଟର ସନ୍ଧ୍ୟା ସମୟରୁ ହିଁ ବହୁତ ଜୋରରେ ବର୍ଷା ହେଉଥିଲା ।

ରାତି ୯ ତା ସମୟରେ ରାୟସିନା ହିଲ୍ସରେ ପାଖାପାଖି ୫ ଲକ୍ଷ ଲୋକମାନେ ଏକତ୍ରିତ ହୋଇଥିଲେ । ଏହା ପରେ ପାଖାପାଖି ରାତି ୧୦ ଟା ବେଳେ ସର୍ଦ୍ଦାର ବଲ୍ହଭ ଭାଇ ପଟେଲ, ଜବାହରଲାଲ ନେହେରୁ, ଡ. ରାଜେନ୍ଦ୍ର ପ୍ରସାଦ ଓ ମାଉଣ୍ଟ ବେଟନ ଭାଇସରୟ ହାଉସ ରେ ପହଞ୍ଚିଲେ । ୧୪ ଅଗଷ୍ଟ ୧୯୪୭ରେ ୧୨ ଟା ସମୟରେ ଜବାହାରଲାଲ ନେହେରୁ ନିଜର ବକ୍ତବ୍ୟରେ ଭାରତ ସ୍ଵାଧୀନ ହୋଇ ଗଲା ବୋଲି କହିଲେ ।

୧୫ ଅଗଷ୍ଟ ଦିନ ସମସ୍ତ ଭାରତୀୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା । ୧୯୦ ବର୍ଷ ପରେ ଦେଶ ବ୍ରିଟିଶ ଶାସନରୁ ଦେଶ ସ୍ଵତନ୍ତ୍ର ହୋଇଥିଲା । କିନ୍ତୁ ଭାରତ ନିଜର 1046737 ବର୍ଗ କି.ମି ର ଅଞ୍ଚଳକୁ  ଓ ପାଖାପାଖି ୮ କୋଟି ଲୋକମାନଙ୍କୁ ଗୋଟିଏ ରାତିରେ ହିଁ ହରାଇ ଦେଲା । ଦେଶ ଦୁଇ ଭାଗରେ ବିଭାଜିତ ହୋଇଗଲା । ଭାରତ ଓ ପାକିସ୍ତାନ ।

ଭରାତ ଏମିତି ହିଁ ସ୍ଵତନ୍ତ୍ର ହୋଇ ନ ଥିଲା । ମହାତ୍ମା ଗାନ୍ଧୀଙ୍କର ଜନ ଆନ୍ଦୋଳନ ଦ୍ଵାରା ଦେଶରେ ନୂଆ କ୍ରାନ୍ତି ଆରମ୍ଭ ହୋଇଥିଲା ଓ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜଦ ହିନ୍ଦ ଫୌଜ ଇଂରେଜ ମାନଙ୍କୁ ଅସୁବିଧାରେ ପକାଇଥିଲା । ଅନ୍ୟ ପଟେ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ବ୍ରିଟିଶମାନଙ୍କର ଆଉ ଶକ୍ତି ନ ଥିଲା କି ସେମାନେ ଭାରତ ଉପରେ ରାଜ କରି ପାରିବେ ।

ସେଥିପାଇଁ ମାଉଣ୍ଟ ବେଟେନଙ୍କୁ ଦେଶର ଶେଷ ଭାଇସରୟ କରାଯାଇଥିଲା । ବ୍ରିଟିଶ ମାନେ ପ୍ରଥମେ ଭାରତକୁ ୩ ଜୁନ ୧୯୪୮ ରେ ସ୍ଵତନ୍ତ୍ର କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ମହମ୍ମଦ ଅଲୀ ଜିନ୍ନା ପାକିସ୍ତାନ କୁ ଅଲଗା କରିବା ପାଇଁ ଭାବି ନେଇଥିଲେ । ଯେଉଁ କାରଣରୁ ଦେଶର ବିଭିନ୍ନ ଜାଗାରେ ହିଂସା ଆରମ୍ଭ ହୋଇଗଲା ।

କିନ୍ତୁ କାହିଁକି ୧୫ ଅଗଷ୍ଟ ଦିନ ଭାରତକୁ ସ୍ଵାଧୀନ କରାଗଲା

୧୫ ଅଗଷ୍ଟ ୧୯୪୫ ଦିନରେ ହିଁ ଜାପାନ ଆତ୍ମ ସମର୍ପଣ କରିଥିଲା । ସେଥିପାଇଁ ବେଟେନଙ୍କ ଅନୁସାରେ ୧୫ ଅଗଷ୍ଟ ବହୁତ ଶୁଭ ଦିନ ବୋଲି ଭାବି ରାତି ୧୨ ଟାରେ ଦେଶକୁ ସ୍ଵତନ୍ତ୍ର କରାଗଲା ।

୧୫ ଅଗଷ୍ଟ ସକାଳେ ପଣ୍ଡିତ ଜବାହରଲାଲ ନେହେରୁ ଓ ତାଙ୍କର କ୍ୟାବିନେଟ ପଦ ଓ ଗୋପନୀୟତାର ଶପଥ ନେଲେ । ଦେଶର ସମସ୍ତ ଲୋକମାନେ ଅପେକ୍ଷା କରିଥିଲେ ଦେଶର ସ୍ଵତନ୍ତ୍ର ଭାରତର ତ୍ରିରଙ୍ଗା କୁ ଦେଖିବା ପାଇଁ । ଜବାହାର ଲାଲ ନେହେରୁ ପ୍ରଥମେ ରାତି ୧୨ ଟାରେ ପାର୍ଲ୍ଯାମେଣ୍ଟରେ ପତାକା ଉଡାଇ ଥିଲେ ଓ ଏହା ପରେ ସକାଳେ ୮.୩୦ ରେ ପୁଣି ଥରେ ସମସ୍ତଙ୍କ ସାମ୍ନାରେ ପତାକା ଉଡାଇ ଥିଲେ ।

ଆପଣଙ୍କୁ ଆମର ଏଇ ଖବର ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।