ଆଜିଠୁ ଆଉ ବସିବନି 200Kg ମଟନ୍ ର ହଣ୍ଡା କି ଜମିବନି ଗ୍ରାହକଙ୍କ ଭିଡ, କିଶୋର ହୋଟେଲ ଉପରେ BMC କମିଶନର ଆଜି ନେବେ ବଡ ପଦକ୍ଷେପ !

ଆଉ ହଣ୍ଡା ବସିବନି କି ଏଥିରେ ୨୦୦କେଜି ଖାସୀ ମାଂସ ଫୁଟିବନି । ସେଠି ଆଉ ଗ୍ରାହକଙ୍କ ଭିଡ ଜମିବନି କି କିଶୋର ବାବୁଙ୍କ ପକେଟ ଗରମ ହେବନି । କାରଣ ଆଜି ସଂପୂର୍ଣ୍ଣ ଭାବେ ସିଲ୍ ହେବାକୁ ଯାଉଛି କିଶୋର ମଟନ୍ । ବିଏମସି ର ଏନଫୋର୍ସମେଣ୍ଟ ଟିମ୍ ଆଜି କିଶୋର ବାବୁଙ୍କ ମଟନ ଦୋକାନରେ ପହଞ୍ଚିବ । ଆଉ ସରକାରୀ ଜମିକୁ ମାଡି ବସି ସେଥିରେ ହୋଟେଲ କରିଥିବା କିଶୋର ବାବୁଙ୍କ ଦୋକାନକୁ ବିଏମସି ଦଖଲ କରିବ । ବିଏମସି ର କଥାକୁ ଖାତିର ନକରି କିଶୋର ବାବୁ ଗତକାଲି ପୁଣି ଥରେ ମଟନ ରାନ୍ଧିଥିଲେ ।

ଏହା ପୂର୍ବରୁ ଦୋକାନ ଲାଇସେନ୍ସ ମାତ୍ର ୧୦୦ ଟଙ୍କିଆ ଥିଲା ଓ ଅସ୍ଵାସ୍ଥ୍ୟକର ପରିବେଶ ଭିତରେ ହୋଟେଲ ଚାଲିଥିଲା । ଯେଉଁଥି ପାଇଁ ବିଏମସି କିଶୋର ମଟନ ଦୋକାନକୁ ସିଲ୍ କଲା ବୋଲି ଟ୍ବିଟ ମାଧ୍ୟମରେ ଜଣାଇଥିଲା । ହେଲେ ସିଲ୍ ହେବାର ୨୪ ଘଣ୍ଟା ନପୁରୁଣୁ ସବୁକିଛି ବଦଳିଗଲା । ସକାଳୁ ଚିରାଚରିତ ଢଙ୍ଗରେ ପସରା ମେଲାଇ ବସିଗଲେ କିଶୋର ଭାଇନା । ଆଉ ପ୍ଳେଟ ପରେ ପ୍ଳେଟ ବାଢି ଚାଲିଲେ ମଟନ ।

ଗୁରୁବାର ଦିନ ହୋଟେଲରେ ଲୋକଙ୍କ ଭିଡ ମଧ୍ୟ ଥିଲା, ସେଥିରେ କୌଣସି ପରିବର୍ତ୍ତନ ନଥିଲା । ସେହି ଅସ୍ଵାସ୍ଥ୍ୟକର ପରିବେଶରେ ପୁଣି ଥରେ ଚାଲିଥିଲା ରନ୍ଧାବଢା । ଆଉ ତା’ପରେ ଏହାକୁ ନେଇ ଚାରିଆଡୁ ଉଠିଥିଲା ପ୍ରଶ୍ନ । ବିଏମସି ରେଡ୍ କୁ ୨୪ ଘଣ୍ଟା ନପୁରୁଣୁ କିଶୋର ଭାଇନା କେମିତି ପସରା ମେଲାଇଲା ବୋଲି ପ୍ରଶ୍ନ ଉଠୁଥିଲା ।

ପୁଣି ଦୋକାନ ଖୋଲିବାକୁ ତାଙ୍କୁ କିଏ ଅନୁମତି ଦେଲା ? ସବୁଆଡେ ଦୋକାନ ଉଚ୍ଛେଦ ହେଉଥିବା ବେଳେ କିଶୋର ଭାଇଆନା ମଟନ ଦୋକାନ ଉପରେ ବିଏମସି ର ନଜର ପଡୁନି କେମିତି ବୋଲି ମଧ୍ୟ ପ୍ରଶ୍ନ ଉଠିଥିଲା । ଏନେଇ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରଶ୍ନ ଉଙ୍କି ମାରିବା ପରେ ଚିହିଙ୍କି ଉଠିଥିଲେ ବିଏମସି ର ବର୍ତ୍ତମାନ କମିଶନର ବିଜୟ ଅମୃତ କୁଲାଙ୍ଗେ । ଗଞ୍ଜାମରେ ଭଲ କାମ କରି ଲୋକଙ୍କ ମନ ଜିଣିଥିବା ସେତେବେଳେ ଜିଲ୍ଲାପାଳ ଭାବେ ବହୁତ ନାଁ କମାଇଥିଲେ ।

ଆଉ ଏବେ ସେ ବିଏମସି ର କମିଶନର ଥିବାବେଳେ ବିଏମସି ଉପରେ ମାଲମାଳ ପ୍ରଶ୍ନ ଉଠିବା ଦେଖି ବିଏମସି ର ଏନଫୋର୍ସମେଣ୍ଟ ଟିମ୍ କୁ ଜଗାଇବା ସହ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।