BMC କୁ ବଳ ଦେଖାଇଲେ କିଶୋର ଭାଇନା, ଦେଖନ୍ତୁ ଭିଡିଓ ସେ କଣ କହିଲେ…

ପୁଣି ଲାଗିଥିଲା ଚୁଲି ଆଉ ହଣ୍ଡାରେ ପ୍ରସ୍ତୁତ ହୋଇଥିଲା ମଟନ । ଅସ୍ଵାସ୍ଥ୍ୟକର ପରିବେଶରେ ଗ୍ରାହକଙ୍କୁ ଖାଦ୍ଯ ପରଷୁ ଥିବାରୁ  କିଶୋର ମଟନ ହୋଟେଲ ଉପରେ ବିଏମସି ର ଖାଦ୍ଯ ସୁରକ୍ଷା ଦଳ ଚଢାଉ କରିଥିଲେ । ଯାଞ୍ଚରେ ଜଣା ପଡିଥିଲା କି ବିନା ଖାଦ୍ଯ ପଞ୍ଜୀକରଣ, ଏକ୍ସପାରି ଡେଟ୍ ସାରିଥିବା ସସ୍ ଓ ଖାଇବା ରଙ୍ଗ ମିଶାଉଥିଲେ କିଶୋର । ଯାହା ଖାଇବା ପାଇଁ ସିନା ସ୍ଵାଦିଷ୍ଟ ହେଲେ ଶରୀର ପାଇଁ କ୍ଷତିକାରକ । ହେଲେ ବିଏମସି ର ଚଢାଉ ପରେ ପୁଣି ଗତକାଲି ରନ୍ଧା ହୋଇଥିଲା ମଟନ ତରକାରୀ ।

ମଟନ ତରକାରୀର ରଙ୍ଗ ହୁଏତ ଆପଣଙ୍କୁ ଆକ୍ରୁଷ୍ଟ କରିପାରେ, ହେଲେ ପାଟିକୁ ଶ୍ଵାସ ଲାଗୁଥିବା ଏହି ମଟନ ତରକାରୀ କିଭଳି ପରିବେଶରେ ତିଆରି ହେଉଛି ବିଏମସିର ଖାଦ୍ଯ ସୁରକ୍ଷା ଦଳ ତା’ର ଖୁଲାସା କରିଥିଲା । ବିନା ଖାଦ୍ୟ ପଞ୍ଜୀକରଣରେ ପ୍ରସ୍ତୁତ ହେଉଥିଲା ମଟନ ତରକାରୀ । କେବଳ ସେତିକି ନୁହେଁ ବରଂ ଏକ୍ସପାରି ଡେଟ୍ ଯାଇଥିବା ସସ୍ ସହ ଖାଦ୍ଯରେ ରଙ୍ଗ ମଧ୍ୟ ମିଶା ଯାଉଥିଲା । ସବୁଠୁ ବଡ କଥା ହେଉଛି ଅସ୍ଵାସ୍ଥ୍ୟକର ପରିବେଶରେ କାମ କରୁଥିଲେ ହୋଟେଲ କର୍ମଚାରୀ ।

ତେବେ ଏହି ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ଗତକାଲି ସକାଳୁ ସକାଳୁ ପୁଣି ଥରେ ଆରମ୍ଭ ହୋଇଥିଲା ମଟନ ରନ୍ଧା । କିଶୋର ହୋଟେଲରେ ଚଢାଉ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ପୋଷ୍ଟ ମଧ୍ୟ କରିଥିଲା ବିଏମସି । ଏଥିରେ ମଟନ ତରକାରୀ ରଙ୍ଗ ସହ ଏକ୍ସପାରି ଡେଟ୍ ଯାଇଥିବା ସସ୍ କଥା ସ୍ପଷ୍ଟ ଭାବେ ଲେଖାଥିଲା ।

କିନ୍ତୁ ହୋଟେଲ ମାଲିକ କିଶୋର ଏକତାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି । ସୋସିଆଲ ମିଡିଆ ପୋଷ୍ଟରେ କିଶୋର ହୋଟେଲ ଉପରେ ଜୋରିମାନା ପଡିଥିବା କଥା ମଧ୍ୟ ଉଲ୍ଲେଖ ରହିଛି । କିନ୍ତୁ ମାଲିକ କହୁଛନ୍ତି ସେ କୌଣସି ଜୋରିମାନା ଦେଇ ନାହାନ୍ତି । ତେବେ କିଏ ସତ କହୁଛି କିଏ ମିଛ କହୁଛି ଏଠି କିଛି ଠିକଠିକଣା ନାହିଁ । କାହାର କଥା କାହା ସହ ମେଲ ଖାଉନାହିଁ ।

ଚଢାଉ ହେବାର ଠିକ ପରଦିନ ପୁଣି ଥରେ ସବୁଦିନ ଭଳି ହୋଟେଲ ଖୋଲିବା ସହ ମଟନ ରାନ୍ଧିଛନ୍ତି କିଶୋର ଭାଇନା । ତେବେ ଦେଖାଯାଉ ଆଗକୁ ଏନେଇ କଣ ପଦକ୍ଷେପ ନେଉଛି ବିଏମସି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।