Health Tips: କିଡନୀ ଖରାପ ହେବାର ସବୁଠୁ ବଡ ସଙ୍କେତ, ଆପଣଙ୍କ ଶରୀରରେ ଏହି ଲକ୍ଷଣ ଦେଖା ଯାଉଥିଲେ ହୋଇଯାନ୍ତୁ ସାବଧାନ !

କିଡନୀ ଆମ ଶରୀରର ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଙ୍ଗମାନଙ୍କ ଭିତରୁ ଗୋଟିଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେପର୍ଯ୍ୟନ୍ତ କିଡନୀ ବହୁତ ମାତ୍ରାରେ ଖରାପ ନ ହୋଇଛି ସେଯାଏଁ ତାହା ଆମ ଶରୀରକୁ ଜଣା ପଡି ନଥାଏ । ପ୍ରତିବର୍ଷ କିଡନୀ ଫେଲ ହେବା ଯୋଗୁଁ ହଜାର ହଜାର ଲୋକ ମୃତ୍ୟୁବରଣ କରିଥାନ୍ତି ଓ ହଜାର ହଜାର ଲୋକଙ୍କୁ କିଡନୀ ଡାଲିଲିସିସ ତଥା ଟ୍ରାନ୍ସପ୍ଳାଣ୍ଟ ମଧ୍ୟ କରିବାକୁ ପଡିଥାଏ । ୫ଟି ଏହିଭଳି ଲକ୍ଷଣ ରହିଛି ଯାହା ଜାଣିଲେ ଆରମ୍ଭରୁ ହିଁ କିଡନୀର ଚିକିତ୍ସା କରିହେବ ।

କୌଣସିବ ବି ରୋଗର ସବୁ ଲକ୍ଷଣ ଗୁଡିକ ଏକା ସାଙ୍ଗରେ ଦେଖା ଯାଏନାହିଁ । କିନ୍ତୁ ଯଦି କୌଣସି ବି ଲକ୍ଷଣ ଆପଣଙ୍କ ଠାରେ ଦେଖାଯାଉଛି ତେବେ ଆପଣ ବାକି ଲକ୍ଷଣ ଗୁଡିକ ପ୍ରତି ଧ୍ୟାନ ଦେବା ଉଚିତ । କିଡନୀ ଖରାପ ହେବାର ପ୍ରଥମ ଲକ୍ଷଣ ହେଉଛି ବହୁତ ଥକା ଲାଗିବା । କିଡନୀ ଠିକ ଭାବେ କାର୍ଯ୍ୟ କରି ନପାରିଲେ ଆପଣଙ୍କ ରକ୍ତରେ ଅଲଗା ଅଲଗା ପ୍ରକାରର ଟକ୍ସିନ ସବୁ ସୃଷ୍ଟି ହୁଏ ।

ଯାହା ଦ୍ୱାରା ଆପଣଙ୍କୁ ସବୁବେଳେ ଥକା ଲାଗିବା ସହ ଦୁର୍ବଳ ମଧ୍ୟ ଲାଗିଥାଏ । ଆଉ କୌଣସି କାମରେ ଆମ ଧ୍ୟାନ ସହଜରେ ଲାଗେ ନାହିଁ । ରକ୍ତରେ ଧୀରେ ଧୀରେ ଆଇରନର ମାତ୍ରା ମଧ୍ୟ କମିବାକୁ ଲାଗେ । ଏହି କାରଣରୁ ଆପଣ ଏନିମିଆ ବା ରକ୍ତହୀନତା ଭଳି ରୋଗର ମଧ୍ୟ ଶିକାର ହୋଇପାରନ୍ତି । କିଡନୀ ଖରାପ ହେବାର ଦ୍ଵିତୀୟ ଲକ୍ଷଣ ହେଉଛି ପରିସ୍ରାରେ ପରିବର୍ତ୍ତନ ।

କିଡନୀ ଖରାପ ହେଲେ ତା’ ଉପରେ ବହୁତ ଚାପ ପଡିଥାଏ ଓ କିଡନୀ ନିଜ କାମ ଠିକ ଭାବେ କରିପାରେ ନାହିଁ । ଏହି କାରଣରୁ ପରିସ୍ରାର ରଙ୍ଗ ଗାଢ ହଳଦିଆ ହୋଇଯାଏ ଏବଂ ପରିସ୍ରା କରିବା ପ୍ରକ୍ରିୟାରେ ମଧ୍ୟ ବହୁ ପରିବର୍ତ୍ତନ ଦେଖାଯାଏ । ପୂର୍ବାପେକ୍ଷା ଅଧିକ ପରିସ୍ରା ଲାଗେ କିମ୍ବା ବହୁତ କମ୍ ପରିସ୍ରା ହୁଏ । ଯଦି ଆପଣଙ୍କ ପରିସ୍ରା ଦୁର୍ଗନ୍ଧ ହେଉଛି, ପରିସ୍ରା କରିବାରେ କଷ୍ଟ ହେଉଛି ଏବଂ ରକ୍ତ ମଧ୍ୟ ପଡୁଛି ତା’ହେଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ତୃତୀୟ ଲକ୍ଷଣ ହେଉଛି ଅଣ୍ଟାରେ ଯନ୍ତ୍ରଣା ହେବ । ଅନ୍ୟକିଛି କାରଣରୁ ମଧ୍ୟ ଅଣ୍ଟାରେ ଯନ୍ତ୍ରଣା ହୋଇଥାଏ, କିନ୍ତୁ କିଡନୀ ଖରାପ ଯୋଗୁଁ ଅଣ୍ଟାରେ ଯେଉଁ କଷ୍ଟ ହୁଏ ତାହା ଅସହ୍ୟ ହୋଇଥାଏ । ଅଣ୍ଟାବିନ୍ଧା ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟିକରିବା ସହ ନିଦରେ ମଧ୍ୟ ସମସ୍ଯା ସୃଷ୍ଟି କରିଥାଏ । ଅଣ୍ଟାର କୌଣସି ଭାଗରୁ ଏହି ଯନ୍ତ୍ରଣା ଆରମ୍ଭ ହୋଇ ସଂପୂର୍ଣ୍ଣ ଅଣ୍ଟାକୁ ବ୍ୟାପିଥାଏ । କିଡନୀ ଆମ ଶରୀରରୁ ଅଦରକାରୀ ଓ ଅତିରିକ୍ତ ପାଣିକୁ ବାହାର କରିବା ସହ ରିଡ ସେଲ ମଧ୍ୟ ତିଆରି କରେ, ଯାହା ଆମ ହାଡଗଣ୍ଠିକୁ ମଜବୁତ ରଖେ ।

ଚତୁର୍ଥ ଲକ୍ଷଣ ହେଉଛି ଦେହସାରା ଲାଲ ଲାଲ ହୋଇ ଫଳିବା । କିଡନୀ ଖରାପ ହେଲେ ଶରୀରର ଅନେକ ଜାଗାରେ ଲାଲ ଦାଗ ପଡିଥାଏ ଓ ଶରୀର ଲଗାତାର ଭାବେ କୁଣ୍ଡାଇ ହୋଇଥାଏ । ଅନେକ ସମୟରେ ଏହା ଏତେ ବଢିଯାଏ ଯେ ଭଲ ହେବା ବଦଳରେ ଆହୁରି ବଢିଥାଏ ।

ପଞ୍ଚମ ଲକ୍ଷଣଟି ହେଉଛି ଶରୀର ଫୁଲିଯିବା । କିଡନୀ ଖରାପ ହେଲେ ଆମ ଶରୀରରେ ପ୍ରୋଟିନର ମାତ୍ରା କମିଯାଏ । କାରଣ ଆମ ଶରୀରରୁ ଅଧିକାଂଶ ପ୍ରୋଟିନ ପରିସ୍ରା ଦେଇ ବାହାରିଯାଏ । ଯେଉଁ କାରଣରୁ ଆମ ଆଖି ଫୁଲିଯାଏ । କିଡନୀ ଖରାପ ଯୋଗୁ ଶରୀରରେ ସୋଡିୟମର ମାତ୍ରା ମଧ୍ୟ କମିଯାଏ । ଏହି କାରଣରୁ ପାଦ, ଗୋଇଠି ଏବଂ ଗୋଡ ମଧ୍ୟ ଫୁଲିଯାଏ । ଏମିତି କିଛି ଲକ୍ଷଣ ଥିଲେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।