“କିଶୋର ଭାଇନାଙ୍କ ମଟନ ଖାଇବାକୁ କେବଳ ଆମେ ବ୍ରହ୍ମପୁରରୁ ଆସିଛୁ” କିଶୋର ମଟନ ହୋଟେଲର ଖାଦ୍ୟମାନକୁ ପ୍ରତିକ୍ରିୟା ରଖିଲେ ଗ୍ରାହକମାନେ, ଦେଖନ୍ତୁ video

ରାଜଧାନୀର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଭୁବନେଶ୍ବର ମ୍ଯୁନିସିପାଲିଟି କର୍ପୋରେସନ ତରଫରୁ ଖାଦ୍ଯ ମାନ ଯାଞ୍ଚ ଏବଂ ଜବରଦଖଲ ଦୋକାନ ଉଛେଦ କରାଯାଉଛି । ଷ୍ଟ୍ରିଟ ଫୁଡ୍ ଠାରୁ ଆରମ୍ଭ କରି ବିଭିନ୍ନ ହୋଟେଲ ମାନଙ୍କରେ ଯାଇ ଖାଦ୍ୟ ପଞ୍ଜୀକରଣ ସାର୍ଟିଫିକେଟ ଯାଞ୍ଚ କରିବା ସହ ଖାଦ୍ଯ ମାନ ଏବଂ କେଉଁ ପରିବେଶରେ ଖାଦ୍ଯ ପ୍ରସ୍ତୁତ ହେଉଛି ସେସବୁର ତଦାରଖ କରୁଛନ୍ତି ବିଏମସିର ଖାଦ୍ଯ ସୁରକ୍ଷା ଦଳ (Food Safety Team) ।

ଏହାରି ମଧ୍ୟରେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର ନିକଟସ୍ଥ ଆପୋଲୋ ହସ୍ପିଟାଲ ପଛରେ ଥିବା କିଶୋର ମଟନ ହୋଟେଲକୁ ନେଇ । ବିଏମସି ତରଫରୁ କିଶୋର ମଟନର ମାନକୁ ଏକ ଟ୍ବିଟ ପ୍ରକାଶ ପାଇବା ପରେ ଲୋକଙ୍କ ମଧ୍ୟରେ କିଶୋର ମଟନକୁ ନେଇ ଚର୍ଚ୍ଚା ବଢିଯାଇଛି । କାରଣ କେବଳ ରାଜଧାନୀରେ ନୁହେଁ ବରଂ ବିଭିନ୍ନ ଜିଲ୍ଲାର ଲୋକେ କିଶୋର ମଟନର ସ୍ଵାଦ ନେବାକୁ ଆସନ୍ତି ।

ବର୍ଷ ବର୍ଷ ଧରି ସୁସ୍ଵାଦୁ ମଟନ ଲୋକଙ୍କୁ ଖୁଆଇ ଆସୁଥିବା କିଶୋର ହୋଟେଲର ଖାଦ୍ୟ ମାନକୁ ନେଇ ବିଏମସି ଖୁଲାସା କରିବା ପରେ ଏକ ଗଣମାଧ୍ୟମ ତରଫରୁ ଏନେଇ ଲୋକଙ୍କ ପ୍ରତିକ୍ରିୟା ନିଆ ଯାଇଥିଲା । ବୁଧବାର ଦିନ ହୋଟେଲ ସିଲ୍ ହେବା ଖବର ଆସିବା ପରେ ଗୁରୁବାର ଦିନ ପୁଣି ଥରେ ଖୋଲିଥିଲା କିଶୋର ମଟନ ଆଉ ଲୋକଙ୍କ ଭିଡ ମଧ୍ୟ ଜମିଥିଲା । କିଛି ଲୋକ ସବୁ ପ୍ରକାର ଖବରକୁ ବେଖାତିର କରି କିଶୋର ଭାଇନାଅଙ୍କ ମଟନ ଖାଉଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ ।

ଜଣେ ଗ୍ରାହକ କହିଥିଲେ ସେମାନେ ବର୍ଷ ବର୍ଷ ଧରି କିଶୋର ମଟନ ଖାଇ ଆସୁଛନ୍ତି । ଏହା ସୁସ୍ଵାଦୁ ସାଙ୍ଗକୁ କେବେ ସେମାନଙ୍କ ଦେହ ଖରାପ ମଧ୍ୟ ହୋଇନାହିଁ । ଯଦି ନିମ୍ନମାନର ଖାଦ୍ୟ ଓ ଅସ୍ଵାସ୍ଥ୍ୟକର ପରିବେଶ ଥାଆନ୍ତା ତେବେ ସେମାନେ କେବେଠୁ ରୋଗରେ ପଡି ସାରନ୍ତେଣି । ସେହିପରି ଆଉ ଜଣେ ଗ୍ରାହକ କହିଥିଲେ, ସେ କିଶୋର ଭାଇନାଙ୍କ ମଟନ ଖାଇବା ପାଇଁ ମୟୂରଭଞ୍ଜରୁ ଆସିଛନ୍ତି । ସେମିତି ଆଉ ଜଣେ ଗ୍ରାହକ କେବଳ କିଶୋର ମଟନ ଖାଇବାକୁ ବ୍ରହ୍ମପୁରରୁ ଆସିଥିବା କଥା ମଧ୍ୟ କହିଥିଲେ ।

ସେମାନେ ବର୍ଷ ବର୍ଷ ଧରି କିଶୋର ଭାଇନାଙ୍କ ମଟନ ଖାଇବାକୁ ସମୟ ସମୟରେ ଆସନ୍ତି । ଆଜି ଯାଏଁ କେବେ ସ୍ଵାଦ କିମ୍ବା ଖାଦ୍ଯର ମାନ ଖରାପ ଥିବା ସେମାନେ ଜାଣିବାକୁ ପାଇ ନାହାନ୍ତି । ତେଣୁ ଖବର ସବୁ ଫାଲ୍ତୁ ମଟନ ବହୁତ ବଢିଆ କହି ଲୋକମାନେ ମଟନ ଖାଉଥିବା ଦେଖିବାକୁ ମିଳିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।