ଅଜଗର ପେଟରୁ ବାହାରିଲା ଶବ, 16 ଫୁଟିଆ ଅଜଗର ପେଟ ଭିତରୁ ମୃତଦେହ କାଢିଲେ ଗ୍ରାମବାସୀ, ପୁରା ଘଟଣା ଜାଣିଲେ ଲୋମ ଟାଙ୍କୁରି ଉଠିବ

ନନ୍ଦ ମଉସା ଲୁଗା ବ୍ୟବସାୟ କରିବା ପାଇଁ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କୁ ଅଜଗର ଗିଳି ଦେଇଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ । ହେଲେ ବନବିଭାଗ ଏହାକୁ ଖଣ୍ଡନ କରିବା ସହ ଏହି ପ୍ରଜାତିର ଅଜଗର ମଣିଷ ଗିଳି ପାରିବ ନାହିଁ ବୋଲି କହିଥିଲା । ଏହି ଖବରକୁ ବହୁ ଚର୍ଚ୍ଚା ଆଲୋଚନା ହୋଇଥିଲେ ଏପର୍ଯ୍ୟନ୍ତ ନନ୍ଦା ମଉସାଙ୍କ ଖୋଜ ଖବର ମିଳିପାରିଲା ନାହିଁ । ଆଉ ଗତକାଲି ଏକ ୧୬ ଫୁଟିଆ ଅଜଗର ସାପର ପେଟରୁ ଏକ ଶବ ଉଦ୍ଧାର କରାଯାଇଛି ।

ଯାହାକି ସ୍ଥାନୀୟ ଲୋକଙ୍କୁ ବେଶ ଭୟଭୀତ କରିଛି । ତେବେ ଏହି ଶବଟି ନନ୍ଦ ମଉସାଙ୍କର ନୁହେଁ ବରଂ ଇଏ ଜଣେ ମହିଳା ବୋଲି ଜଣାପଡିଛି । ଏକ ୧୬ ଫୁଟିଆ ଅଜଗରର ପେଟ ଚିରି ଜଣେ ମହିଳାଙ୍କ ଶବକୁ ବାହାର କରିଛନ୍ତି ସ୍ଥାନୀୟ ଲୋକେ । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଣ୍ଡୋନେସିଆର ଜାମ୍ବି ପ୍ରଦେଶରେ । ତେବେ କହିରଖୁଛୁ ଯେ, ଘର ନିକଟରେ ଥିବା ରବର ବାଗାନ୍ ରୁ ରବର ସଂଗ୍ରହ କରିବା ପାଇଁ ମହିଳାଜଣକ ଯାଇଥିଲେ ।

ଉକ୍ତ ମହିଳାଙ୍କ ନାମ ହେଉଛି ହଜାର୍ ନାମୀ ଓ ତାଙ୍କ ବୟସ ୫୨ ବର୍ଷ । ହେଲେ ହଠାତ ମହିଳାଜଣକ ନିଖୋଜ ହୋଇ ଯାଇଥିଲେ । ଯେମିତି ନନ୍ଦ ମଉସା ନିଖୋଜ ହୋଇଥିଲେ । ଏହାପରେ ପାଖରେ ଥିବା ଅଜଗର ସାପକୁ ଦେଖିବା ସହ ତା’ ପେଟ ଫୁଲିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରିବାର ଲୋକେ ତୁରନ୍ତ ଏ ସମ୍ପର୍କରେ ଜରୁରୀ ସେବା ବିଭାଗକୁ ସୂଚନା ଦେଇଥିଲେ ।

ଏହାପରେ ଅନୁସନ୍ଧାନ ଆରମ୍ଭ ହୋଇଥିଲା ଓ ଏତିକି ବେଳେ ଅନୁସନ୍ଧାନକାରୀ ମାନେ ପେଟ ଫୁଲିଥିବା ଗୋଟିଏ ଅଜଗରକୁ ପାଇଥିଲେ । ଯାହାପରେ ତାଙ୍କ ପେଟରେ ମଣିଷ ଥିବା ସ୍ପଷ୍ଟ ହୋଇଥିଲା । ତେଣୁ ସେହି ୧୬ ଫୁଟିଆ ଅଜଗରକୁ ମାରି ତା’ ପେଟ ଭିତରୁ ନିଖୋଜ ମହିଳାଙ୍କ ଶବକୁ ଉଦ୍ଧାର କରା ଯାଇଥିଲା । ଗାଁ ମୁଖିଆଙ୍କ କହିବା କଥା, ସାପକୁ ଦେଖି ସନ୍ଦେହ ହେବାରୁ ତା’ ପେଟ ଭିତରେ କଣ ଅଛି ଜାଣିବାକୁ ସେମାନେ ସାପକୁ କାଟି ପକାଇଥିଲେ ।

ଆଉ ସାପ ପେଟରୁ ହିଁ ନିଖୋଜ ମହିଳା ବାହାରିଲେ । ଯାହାକୁ ଦେଖିବା ପରେ ପୁଣି ଥରେ ତାଜା ହୋଇ ଉଠିଛି ନନ୍ଦ ମଉସାଙ୍କ ଘଟଣା । ନନ୍ଦ ମଉସା ଏବେ ଯାଏଁ କୁଆଡେ ଗଲେ ସମସ୍ତେ ପ୍ରଶ୍ନ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।