ଗଣମାଧ୍ୟମକୁ ନାଲି ଆଖି ଦେଖାଇଲେ ଲେଡି ବ୍ଲାକମେଲର Archana Nag, କଣ ସତରେ ମିଛ ଖବର ପ୍ରସାରଣ କରୁଛି ଗଣମାଧ୍ୟମ ?

ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଗିରଫ ହେବା ପରେ ପ୍ରଥମ ଥର ପାଇଁ ମିଡିଆ ଆଗରେ ମୁହଁ ଖୋଲିଛନ୍ତି ଅର୍ଚ୍ଚନା । କୋର୍ଟରେ ହାଜର ହେବାକୁ ନିଆ ଯାଉଥିବା ବେଳେ ଗଣମାଧ୍ୟମକୁ ନାଲି ଆଖି ଦେଖାଇଲେ ଅର୍ଚ୍ଚନା । ସିଧା ସିଧା କହିଦେଲେ କି ମିଡିଆ ବୀନା ତଥ୍ୟ ପ୍ରମାଣରେ ଖବର ପରିବେଷଣ କରୁଛି । ଦୟାକରି ମୋ ନାଁରେ କୌଣସି ଅପପ୍ରଚାର କରନ୍ତୁ ନାହିଁ ମଧ୍ୟ କହିଥିଲେ ଅର୍ଚ୍ଚନା । ଆହୁରି ଅଧିକ କିଛି କହିବାକୁ ଚାହୁଁଥିଲେ ବି ପୋଲିସ ତାଙ୍କୁ ସୁଯୋଗ ଦେଇ ନଥିଲା ।

ଗିରଫ ହେବାର ତିନି ସପ୍ତାହ ପରେ ଭିଡିଓ କନ୍ଫରେନ୍ସରେ ନୁହେଁ ବରଂ ସିଧାସଳଖ କୋର୍ଟରେ ହଜାର ହୋଇଥିଲେ ଅର୍ଚ୍ଚନା । ପ୍ରାୟ ଏକ ମାସ ଧରି ଯାହା ପାଇଁ ଓଡିଶା ଉଠୁଛି ପଡୁଛି ତଥା ଯେଉଁ ଲେଡି ବ୍ଲାକମେଲର ରାଜ୍ୟ ରାଜନୀତିକୁ ଦୋହଲାଇ ରଖି ଦେଇଛନ୍ତି ସେହି ଅର୍ଚ୍ଚନା ଗତ ବୁଧବାର ଦିନ ଏସଡ଼ିଜେଏମ କୋର୍ଟରେ ପହଞ୍ଚିଥିଲେ । ଏହା ପୂର୍ବରୁ ଜୋରଦାର ପ୍ରସ୍ତୁତି କରିଥିଲା ପୋଲିସ । ଝାରପଡା ଜେଲରୁ ନେଇ ଭୁବନେଶ୍ବର କୋର୍ଟ ଯାଏଁ କଡା ସୁରକ୍ଷା ବ୍ୟବସ୍ଥା କରିଥିଲା ପୋଲିସ ।

କୋର୍ଟ ଭ୍ୟାନକୁ ବି ପୋଲିସ ଏମିତି କଳା ପାଲରେ ଢାଙ୍କିଥିଲା ଯେ ସେଥିରେ ଅର୍ଚ୍ଚନା ଥିଲା କି ଆଉ କିଏ ଥିଲା ତାହା ମଧ୍ୟ ଜାଣିବା ସମ୍ଭବ ନଥିଲା । ହେଲେ ଗାଡିକୁ ଘେରି ରହିଥିଲେ ମାଳ ମାଳ ଲେଡି ପୋଲିସ । ଭିଡ ଭିତରେ କୋର୍ଟକୁ ନିଆଯିବା ବେଳେ ଅର୍ଚ୍ଚନା କହିଥିଲେ ତଥ୍ୟ ପ୍ରମାଣ ନ ଥାଇ କୌଣସି ମିଛ ଖବର ପ୍ରସାରିତ କରନ୍ତୁ ନାହିଁ । ଅର୍ଚ୍ଚନା ସେକ୍ସ କ୍ୟାଣ୍ଡେଲରେ ସମ୍ପୃକ୍ତ ଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି ।

ଆଉ ପୋଲିସ ଗିରଫଦାରୀ ଆଧାରରେ ଗଣମାଧ୍ୟମ ଖବର ପ୍ରସାରଣ କରୁଥିଲା । ହେଲେ ହନିଟ୍ରାପ କୁଇନ ଏହାକୁ ସହଜରେ ଗ୍ରହଣ କରିନାହାନ୍ତି । ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଳାକମେଲିଂ କରି ତିନି କୋଟି ଟଙ୍କା ମାଗିବା ଅଭିଯୋଗରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଗିରଫ ହେବାର ଅନେକ ଦିନ ବିତିଥିଲେ ମଧ୍ୟ ତାଙ୍କୁ ଏଯାଏଁ ପୋଲିସ ରିମାଣ୍ଡରେ ନେଇନି । ତେଣୁ ଏନେଇ ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଲାଣି ।

ସ୍ଵାମୀ, ସ୍ତ୍ରୀ ଓ ସହଯୋଗୀଙ୍କୁ ସାମ୍ନାସାମ୍ନି କାହିଁକି ଜେରା କରା ଯାଉନାହିଁ ? ପୋଲିସ ଠିକ ଦିଗରେ ଆଗଉନି କି ? ନା ପୋଲିସ ଉପରେ କୌଣସି ଚାପ ରହିଛି ? ସହଯୋଗୀ ଖଗେଶ୍ଵର ପାତ୍ରଙ୍କୁ ପୋଲିସ କାହିଁକି ଗିରଫ କରୁନି ? ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।