70 ବର୍ଷ ପର୍ଯ୍ୟନ୍ତ କଳା ରହିବ କେଶ, 100 ବର୍ଷ ପର୍ଯ୍ୟନ୍ତ ସୁସ୍ଥ ରହିବେ, ପ୍ରୟୋଗ କରି ଦେଖନ୍ତୁ ଏହି ଚମତ୍କାରୀ ଘରୋଇ ଉପଚାର (Hibiscus Benefits)

ବନ୍ଧୁଗଣ ଆମ ଦେଶରେ ବିଭିନ୍ନ ପ୍ରକାରର ଫୁଲ ଗଛ ଦେଖିବାକୁ ମିଳିଥାଏ । ସେଥି ମଧ୍ୟରୁ ମନ୍ଦାର ଫୁଲ ହେଉଛି ଅନ୍ୟତମ । ଅଧିକାଂଶ ଲୋକ ଠାକୁର ପଜାରେ ମନ୍ଦାର ଫୁଲ ବ୍ୟବହାର କରିଥାନ୍ତି । ଏହି ଗଛର ଚେର ଠାରୁ ଆରମ୍ଭ କରି ପାତ୍ର ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହି ଗଛର ପ୍ରୟୋଗ କରି କେଶ  ଝଡିବା, କେଶ ପାଚିଲା ଭଳି ସମସ୍ୟାକୁ ଠିକ କରିପାରିବେ । ଏହା ସହ ଏନିମିଆ, ଜଏଣ୍ଟ ପେନ, ଅର୍ଶ ଭଳି ସମସ୍ଯା କୁ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ଯେଉଁ ମାନଙ୍କର ସ୍ମରଣ ଶକ୍ତି କମ ହୋଇ ଯାଇଛି ସେମାନଙ୍କ ପାଇଁ ମନ୍ଦାର ଫୁଲ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହାର ସମୁର୍ଣ୍ଣ ଫାଇଦା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଏଥିପାଇଁ ଆପଣଙ୍କୁ ନାଲି ରଙ୍ଗର ମନ୍ଦାର ଫୁଲ ଓ ତାର ପତ୍ର ନିଅନ୍ତୁ । ଏହାକୁ ଆପଣ ସଫା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ । ଯଦି ଆପଣଙ୍କ ପାଟି ରେ ଶିତୁଳିଆ ହୋଇ ଆଉ ଆପଣ ଖାଇପାରୁ ନାହାନ୍ତି ତେବେ ଏହାର ପତ୍ର ଚୋବାଇଲେ ଏହା ଠିକ ହୋଇଯାଏ ।

କିଛି ପତ୍ର କୁ ବାଟି ଏହାର ପେଷ୍ଟ ରେଡି କରନ୍ତୁ । ଯଦି ଆପଣଙ୍କର କେଶ ଅଧିକ ଝଡୁଛି ତେବେ ମନ୍ଦାର ଗଛର ପତ୍ରର ପେଷ୍ଟ ରେଡି କରି ନଡିଆ ତେଲ ମିଶାଇ ଲଗାଇ ପାରିବେ । ନଚେତ ଖାଲି ପେଷ୍ଟ ବି ଲଗାଇ ପାରିବେ । ଏହାକୁ ଆପଣ ସପ୍ତାହ କୁ ୩ ଦିନ ଲଗାନ୍ତୁ ।   ଏହାର ପ୍ରୟୋଗ କରିବା ଦ୍ଵାରା ହେୟାର ଫଲ ବନ୍ଦ ହେବ ସହ କେଶ ପାଚିବା ମଧ୍ୟ ବନ୍ଦ ହୋଇଥାଏ ।

ଏହା ଛଡା କାହାର ପେଟରେ ଅଧିକ ଯନ୍ତ୍ରଣା ହେଉଛି ତେବେ ଏହି ପେଷ୍ଟ ର ରସ ବାହାର କରି ସେବନ କରିଲେ ପେଟ ବ୍ୟଥା ଭଳି ସମସ୍ଯା ଜଲ୍ଦି ଠିକ ହୋଇଥାଏ । ଯଦି ଆପଣଙ୍କର ଜଏଣ୍ଟ ପେନ ଭଳି ସମସ୍ଯା ଅଛି ତେବେ ମନ୍ଦାର ଫୁଲର ପେଷ୍ଟ ରେଡି କରନ୍ତୁ । ଯେଉଁ ଠାରେ ଆପଣଙ୍କର ଜଏଣ୍ଟ ପେନ ସମସ୍ୟା ଅଛି ସେଠାରେ ଏହାର ଲେପ ଦିଅନ୍ତୁ । ଦେଖିବେ ଆଁଠୁ ଗଣ୍ଠି ବିନ୍ଧା ସମସ୍ଯା ଠିକ ହେବା ସହ ଫୁଲା ମଧ୍ୟ କମିଯିବ ।

ମନ୍ଦାର ଫୁଲର ପାଖୁଡା କୁ ନେଇ କାଢା ତିଆରି କରି ସେବନ କରିଲେ ଥଣ୍ଡା, କାଶ, କଫ ଦୂର ହୋଇଥାଏ । ଯେଉଁ ମାନଙ୍କର ରକ୍ତ ହୀନତା ଭଳି ସମସ୍ଯା ଅଛି ସେମାନେ ମନ୍ଦାର ଫୁଲର ପାଉଡର ପ୍ରସ୍ତୁତ କରି ସେବନ କରି ପାରିବେ । ଏହାର ଫୁଲକୁ ଶୁଖାଇ ଗୁଣ୍ଡ ପ୍ରସ୍ତୁତ କରିପାରିବେ । ଏକ କପ କ୍ଷୀର ସହ ପାଉଡର ମିଶାଇ ସେବନ କରିଲେ କିଛି ମାତ୍ରାରେ ଶରୀରରୁ ଏନିମିଆ ଦୂର ହୋଇଯିବ ।

ମନ୍ଦାର ଫୁଲର କଢକୁ ନେଇ ଘିଅରେ ଭାଜି ମିଶ୍ରି ମିଶାଇ ଏହାକୁ କେସର ସହ ସେବନ କରିଲେ ଅର୍ଶ ଭଳି ସମସ୍ଯା ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି  ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।