Chandra Grahan 2022: ଲାଗିବାକୁ ଯାଉଛି ଭୟଙ୍କର ଚନ୍ଦ୍ରଗ୍ରହଣ, ଗର୍ଭବତୀ ମହିଳା ଓ ଏହି ରାଶି ହୋଇଯାନ୍ତୁ ସାବଧାନ, ଜାଣନ୍ତୁ ଗ୍ରହଣ ତିଥି ଓ ହାଣ୍ଡିଛାଡ ସମୟ

ଆସନ୍ତା ନଭେମ୍ବର ମାସ ୮ ତାରିଖ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା ଦିନ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଏହା ଏକ ପୂର୍ଣ୍ଣ ଗ୍ରହଣ ହେବ ଏବଂ ଲମ୍ବା ସମୟ ଯାଏଁ ଲାଗିବ । ଭାରତ ସମେତ ଓଡିଶାରେ ସଂପୂର୍ଣ୍ଣ ଭାବେ ଦୃଶ୍ୟମାନ ହେବ । ସୂର୍ଯ୍ୟ ଓ ଚନ୍ଦ୍ରମାଙ୍କ ମଧ୍ୟରେ ପୃଥିବୀ ଫଳରେ ପୃଥିବୀର ପରିଛାୟା ଯେତେବେଳେ ଚନ୍ଦ୍ର ଉପରେ ପଡେ, ତାହାକୁ ଆମେ ଚନ୍ଦ୍ରଗ୍ରହଣ ବୋଲି କହିଥାଉ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣର କିଛି କଥା ଆସନ୍ତୁ ଜାଣିବା ।

ଗ୍ରହଣ ଲାଗିବାର ୯ଘଣ୍ଟା ଅର୍ଥାତ ତିନି ପ୍ରହର ପୂର୍ବରୁ ସୂତକକାଳ ଆରମ୍ଭ ହୋଇଯାଏ । କାରଣ ଗ୍ରହଣ ଲାଗିବା ବେଳକୁ ପେଟରେ କିଛି ଖାଦ୍ୟପଦାର୍ଥ ନରହିବା ଉଚିତ । ଆସନ୍ତା ଚନ୍ଦ୍ରଗ୍ରହଣର ହାଣ୍ଡିଛାଡ ସମୟ ହେଉଛି ୮ ନଭେମ୍ବର ମଙ୍ଗଳବାର ସକାଳ ୮:୨୯ ମିନିଟରୁ ସନ୍ଧ୍ୟା ୬:୧୮ ମିନିଟ ପର୍ଯ୍ୟନ୍ତ । ପଞ୍ଚାଙ୍ଗ ଅନୁଯାୟୀ ସେଦିନ ଅପରାହ୍ନ ୨:୩୮ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ । ମଧ୍ୟକାଳ ହେଉଛି ୪:୨୮ ମିନିଟ ୧୭ ସେକେଣ୍ଡ ଏବଂ ସର୍ବମୋକ୍ଷ ହେଉଛି ୬:୧୮ ମିନିଟ ୪୭ ସେକେଣ୍ଡ ।

ଗର୍ଭବତୀ ମହିଳାଙ୍କ ପାଇଁ ଏହି ସମୟ ଅଶୁଭ ମାନାଯାଏ, ତେଣୁ ସେମାନେ ଏହି ସମୟରେ ସତର୍କ ରହିବା ସହ ଗ୍ରହଣ ନଦେଖିବା ଉଚିତ । ଏହି ସମୟରେ ଗର୍ଭବତୀ ମହିଳାମାନେ କୌଣସି ଜିନିଷ ନକାଟିବା ଏବଂ ସିଲେଇ ନକରିବା ଉଚିତ । ଛୁରି, ପନିକି ଆଦି ଧାରୁଆ ଜିନିଷ ଠାରୁ ଗ୍ରହଣ ସମୟରେ ଦୂରେଇ ରୁହନ୍ତି । ନଚେତ ଗର୍ଭରେ ଥିବା ଶିଶୁ ଉପରେ ଏହାର କୁପ୍ରଭାବ ପଡିଥାଏ ।

ଗ୍ରହଣ ସମୟରେ ବାହାରକୁ ବାହାରନ୍ତୁ ନାହିଁ, ଶୁଅନ୍ତୁ ନାହିଁ କି କଳାରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ । ଗ୍ରହଣ ଲାଗିବା ସମୟରେ ପାଣିଭର୍ତ୍ତି ଏକ ନଡିଆକୁ ଧରି ବସିବା ଦ୍ଵାରା ଗ୍ରହଣର କୁପ୍ରଭାବକୁ ନଡିଆ ଶୋଷଣ କରିନିଏ । ଏହି ସମୟରେ ଗାୟତ୍ରୀ ମନ୍ତ୍ର, ମହାମୃତ୍ୟୁଞ୍ଜୟ ମନ୍ତ୍ର କିମ୍ବା ଚନ୍ଦ୍ରଙ୍କ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । ଗ୍ରହଣ ସରିବା ପରେ ଉକ୍ତ ନଡିଆକୁ ନେଇ ଜଳରେ ପ୍ରବାହିତ କରି ଦିଅନ୍ତୁ ।

ଗ୍ରହଣ ସମୟରେ ଖାଦ୍ୟ ରାନ୍ଧନ୍ତୁ ନାହିଁ କି ରନ୍ଧାଖାଦ୍ୟ ଖାଆନ୍ତୁ ନାହିଁ । ଜ୍ଯୋତିଷ ଅନୁସାରେ ଏହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଶୁଖିଲା ଖାଦ୍ୟ ଏବଂ ଫଳମୂଳ ଇତ୍ୟାଦି ଖାଇପାରିବେ । ଚନ୍ଦ୍ରଗ୍ରହଣ ସମୟରେ ଠାକୁର ପୂଜା କରନ୍ତୁ ନାହିଁ କି ଅନ୍ୟ କୌଣସି ଶୁଭକାର୍ଯ୍ୟ କରନ୍ତୁ ନାହିଁ । ଏହି ସମୟରେ ଶୁଭକାର୍ଯ୍ୟର ଆଲୋଚନା କରିବା ଅମଧ୍ୟ ଅଶୁଭ ହୋଇଥାଏ ।

ଚନ୍ଦ୍ରଗ୍ରହଣ ସମୟରେ ଠାକୁର ଘରକୁ ବନ୍ଦ କରି ରଖନ୍ତୁ ଓ କୌଣସି ବୃକ୍ଷ ଏହି ସମୟରେ ସ୍ପର୍ଶ କରନ୍ତୁ ନାହିଁ । ଗ୍ରହଣ ସମୟରେ ଅନ୍ନଦାନ କରିବା ଦ୍ଵାରା ଶରୀରରେ କୌଣସି ରୋଗ ହୋଇ ନଥାଏ । ଗ୍ରହଣ ଶେଷ ହେବା ପରେ ସ୍ନାନ କରି ପିନ୍ଧିଥିବା ବସ୍ତ୍ର ଧୋଇ ଦିଅନ୍ତୁ । ଏହାପରେ ଘରେ ଏବଂ ଠାକୁର ଘରେ ଗଙ୍ଗାଜଳ ସିଂଚନ କରି ପବିତ୍ର କରିନିଅନ୍ତୁ ।

ଗ୍ରହଣ ସମୟରେ କାହାସହ କଥା ହୁଅନ୍ତୁ ନାହିଁ କି କଳିଝଗଡା କରନ୍ତୁ ନାହିଁ । ଚନ୍ଦ୍ରଙ୍କ କିରଣ ଯେପରି ଆପଣଙ୍କ ଉପରେ ନପଡିବ ସେଥିପାଇଁ ଘରର କବାଟ ଝରକା ଏହି ସମୟରେ ବନ୍ଦ ରଖନ୍ତୁ । ଗ୍ରହଣ ସମୟରେ କେବେ ହେଲେ ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ । ଏହାର କୁପ୍ରଭାବ ବୈବାହିକ ଜୀବନରେ ଓ ସନ୍ତାନ ମାନଙ୍କ ଉପରେ ପଡିଥାଏ ।

ତେବେ ଏଥର ଗ୍ରହଣର ଶୁଭ ପ୍ରଭାବ ମିଥୁନ ରାଶି, କର୍କଟ ରାଶି, ବିଛା ରାଶି ଓ କୁମ୍ଭ ରାଶି ଉପରେ ପଡିବାକୁ ଯାଉଛି । ସିଂହ ରାଶି, ତୁଳା ରାଶି, ଧନୁ ରାଶି ଏବଂ ମୀନ ରାହି ଉପରେ ଗ୍ରହଣର ସାମାନ୍ଯ ପ୍ରଭାବ ପଡିବ । କିନ୍ତୁ ମେଷ ରାଶି, ବୃଷ ରାଶି, କନ୍ୟା ରାଶି ଓ ମକର ରାଶି ଉପରେ ଏହି ଗ୍ରହଣର ଅଶୁଭ ପ୍ରଭାବ ପଡିବ । ତେଣୁ ସାବଧାନ ରହିବା ଆବଶ୍ୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।