ଏୟାର ଶୋ’ ଦେଖିବାକୁ ପୁରୀରେ ଜନସମୁଦ୍ର ! ଦେଖନ୍ତୁ ବାୟୁସେନାର ଚିତ୍ତହର୍ଷକ ସୂର୍ଯ୍ୟକିରଣ ଏୟାର ଶୋ’ ର ଏକ ଝଲକ, ଦେଖନ୍ତୁ video

ଗତକାଲି ପୁରୀର ରାଜଭବନ ପଛପାର୍ଶ୍ଵ ବେଳାଭୂମିରେ ବାୟୁସେନା ପକ୍ଷରୁ ଅନୁଷ୍ଠିତ ହୋଇଥିଲା ସୂର୍ଯ୍ୟକିରଣ ଏୟାର ଶୋ’ । ଗତକାଲି ଏହି ଏୟାର ଶୋ କରାଯିବା ପୂର୍ବରୁ କିଛିଦିନ ଧରି ବାୟୁସେନାର ପାଇଲଟ ମାନେ ସେଠାରେ ଅଭ୍ଯାସ ମଧ୍ୟ କରିଥିଲେ । ସମୁଦ୍ର ପତନ ଠାରୁ ପ୍ରାୟ ୫୦୦ ଫୁଟ୍ ଉଚ୍ଚରେ ଅଭ୍ଯାସ କରୁଥିଲେ ବାୟୁସେନାର କିଛି ବିମାନ । ସେତେବେଳେ ଏହି ଦୃଶ୍ୟ ଲୋକଙ୍କୁ ବେଶ ଅଭିଭୂତ କରିଥିଲା ।

ତେବେ ୧୭ ତାରିଖ ଦିନ ବାୟୁସେନା ସଂପୂର୍ଣ୍ଣ ଭାବେ ଅଭ୍ଯାସ କରିବା ପରେ ୧୮ ତାରିଖ ଅର୍ଥାତ ଗତକାଲି ଆକାଶମାର୍ଗରେ ନିଜ କଳା କୌଶଳ ପ୍ରଦର୍ଶନ କରି ଦେଖାଇଛି । ବାୟୁସେନାର ପ୍ରାୟ ୮ ରୁ ଉର୍ଦ୍ଧ୍ଵ ବିମାନକୁ ନେଇ ଏହି ଏୟାର ଶୋ ପ୍ରସ୍ତୁତ କରା ଯାଇଥିଲା । ପ୍ରଥମ ଥର ପାଇଁ ପୁରୀରେ ଏଭଳି ଏକ ଏୟାର ଶୋ’ର ଆୟୋଜନ ହୋଇଥିଲା । ଯାହାକୁ ନେଇ ସରକାର, ବାୟୁସେନାର ଅଧିକାରୀ, ପାଇଲଟ ଓ ସହଯୋଗୀ କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକମାନେ ମଧ୍ୟ ବେଶ ଉତ୍ସାହିତ ଥିଲେ ।

ତେବେ ପୁରୀରେ ଅନେକ ପର୍ଯ୍ୟଟକ ମଧ୍ୟ ଏହି ଦୃଶ୍ୟ ଦେଖିବା ପାଇଁ ଭିଡ ଜମାଇଥିଲେ । ଏୟାର ଶୋ’ ପ୍ରଦର୍ଶନ ବେଳେ ବିରାଟ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଶହ ଶହ ସଂଖ୍ଯାରେ ଲୋକେ ପୁରୀ ବେଳାଭୂମି ନିକଟରେ ଭିଡ ଜମାଇଥିଲେ ଓ ବାୟୁସେନା ପକ୍ଷରୁ ଆୟୋଜିତ ଏହି ଏୟାର ଶୋ’କୁ ବେଶ ଉପଭୋଗ କରିଥିଲେ ।

ତେବେ ରାଜ୍ୟରେ ବର୍ତ୍ତମାନ ପୁଣି ଥରେ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଛି । ଯେଉଁଥି ପାଇଁ ପୁରୀ ବେଳାଭୂମି ଉପରେ ହେବାକୁ ଥିବ ଏହି ଏୟାର ଶୋ’ ହୋଇପାରିବ କି ନାହିଁ ହାକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ରହିଥିଲା । ପାଗ ସାମାନ୍ଯ ପ୍ରତିକୂଳ ଥିବା ସତ୍ତ୍ୱେ ବାୟୁସେନାର ଦକ୍ଷ ପାଇଲଟ ମାନେ ଏହି ଏୟାର ଶୋ। କାର୍ଯ୍ୟକ୍ରମକୁ ସଫଳ କରିବାରେ ସଫଳ ହୋଇଥିଲେ । ବାୟୁସେନାର ବିମାନ ଗୁଡିକ ଆକାଶମାର୍ଗରେ ଚିତ୍ତହର୍ଷକ କଳାକୌଶଳ ପ୍ରଦର୍ଶନ କରିଥିଲା ।

ଯାହା ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ବେଶ ବେଶ ଚକିତ କରିବା ସହ ଆନନ୍ଦ ମଧ୍ୟ ଦେଇଥିଲା । କାରଣ ଏହି ସମୟକୁ ସମସ୍ତେ ଅପେକ୍ଷା କରି ରହିଥିଲେ । ଏୟାର ଶୋ’ ଦେଖିବାକୁ ଲୋକଙ୍କ ମନରେ ଉତ୍ସାହ ଯେଉଁ ଉତ୍ସାହ ଥିଲା ତାହା ସ୍ପଷ୍ଟ ଜଣା ପଡିଥିଲା । ଯେଉଁଥି ପାଇଁ ପୁରୀ ବେଳାଭୂମିରେ ଏକ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।