ନନାଙ୍କ ଅଜବ ଗାଡି ପୂଜା, ରାସ୍ତାରେ ନୂଆ ଗାଡି ପୂଜା ବେଳେ ନନା ଯାହା ଶ୍ଳୋକ ଗାଇଲେ ନା… ଦେଖନ୍ତୁ video

ହିନ୍ଦୁ ଧର୍ମ ନିୟମାନୁସାରେ ନୂଆ ଘର କିମ୍ବା ଗାଡି କିଣିଲେ ପ୍ରଥମେ ପୂଜା କରିବା ପରେ ହିଁ ବ୍ୟବହାର କରାଯାଏ । ଆପଣ ବି ଯେବେ ନୂଆ ଗାଡି କିଣିଥିବେ ଆପଣଙ୍କ ଘରେ ପ୍ରଥମେ ପୂଜା କରିବା ପାଇଁ କହିଥିବେ । ପୂଜା କରିବା ପରେ ଯାଇ ଆପଣ ଗାଡି ଚଲାଇଥିବେ । ତେବେ ଏହିପରି ଏକ ପୂଜାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ଦେଖିଲେ ଆପଣ ହସି ହସି ଗଡିବେ । ରାସ୍ତାରେ ଏକ ନୀଳ ରଙ୍ଗର କାର୍ ପୂଜା ହେଉଛି ।

ଗାଡି ସାମ୍ନାରେ ପୂଜା ଥାଳି, ଧୂପଦୀପ ଧରି ବସିଛନ୍ତି ନନା । ଆଉ ଗାଡି ସାମ୍ନାରେ ପୂଜା କରୁଛନ୍ତି । ତେବେ ଆପଣ ଭାବୁଥିବେ ଏଥିରେ ହସିବାର କଣ ରହିଛି ! ଆଜ୍ଞା ହଁ, ନନାଙ୍କ ପୂଜା କରିବା ଷ୍ଟାଇଲ ଦେଖିଲେ ଆଉ ତାଙ୍କ ମନ୍ତ୍ର ଶୁଣିଲେ ଆପଣ ବି କାବା ହୋଇଯିବେ । ପୂଜା କରିବା ବେଳେ ଆମେ ସାଧାରଣତଃ ଭଗବାନଙ୍କ ଉଦ୍ଦେଶ୍ୟରେ ସଂସ୍କୃତ ଶ୍ଳୋକ ବୋଲିଥାଉ । କିନ୍ତୁ ନନାଙ୍କ ଶ୍ଳୋକ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବ ।

ନନା ପୂଜା ଆରମ୍ଭ କରିବା ସହ ଗାଉଛନ୍ତି, “ପୂଜା ପାଠ କରବାଣୀ, ପୂଜା ପାଠ କରବାଣୀ, ରାସ୍ତାରେ ପୂଜା ହେଉଅଛି, ରାସ୍ତାରେ ପୂଜା ପାଉଥିବେ, ଗାଡି ପୂଜା ଗାଡି ପୂଜା ଗାଡି ପୂଜା ଗାଡି ପୂଜା, ଚକା ପୂଜା ଚାରିଚକା, ଚାରିଚକା ଚାରିଚକା…” । ଖାଲି ଏତିକି ନୁହେଁ ଆହୁରି ନନା କହୁଛନ୍ତି, “ପୂଜା ପାଠ କରବାଣୀ, ପ୍ରଭୁ ପିଲାର ମଙ୍ଗଳ କରିବେ ପ୍ରଭୁ… ।

ଏମିତି ମନଇଛା କଣ କଣ ଗାଇ ଯାଉଛନ୍ତି ନନା । ଅଜବ ଢଙ୍ଗରେ ଶ୍ଳୋକ ବୋଲିବା ସହ ସେପଟେ ଫୁଲ ଚନ୍ଦନ ଚଢେଇ ପୂଜା ମଧ୍ୟ କରି ଚାଲିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଏହାକୁ ନେଇ ଅନେକ ଲୋକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ନନା ଏଭଳି ଶ୍ଳୋକ ଗାଇ ଗାଇ ପୂଜା କରିବା ସମୟରେ କେହି ଜଣେ ପଛପଟୁ ତାଙ୍କର ଭିଡିଓ ଶୁଟ କରିଥିବାର ଜଣାପଡୁଛି ।

ଶେଷରେ ଠିକ ସେହିଭଳି ଅଜବ ଢଙ୍ଗରେ ଶ୍ଳୋକ କହି ମୁଣ୍ଡିଆ ମାରି ପୂଜା ଶେଷ କରି ନନା ଉଠି ଯାଉଛନ୍ତି । ତେବେ ବ୍ରାହ୍ମଣଙ୍କ ଶ୍ଳୋକକୁ କେହି କେହି ମଜାରେ ନେଉଥିବା ବେଳେ ଆଉ କିଛି ଲୋକ ସନତାନ ଧର୍ମ ପ୍ରତି ଏହା ଅପମାନ ବୋଲି କମେଣ୍ଟରେ କହୁଛନ୍ତି । ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।