ପୁଣି ବସିବ ହଣ୍ଡା ଆଉ ଗ୍ରାହକଙ୍କୁ ପରଷାଯିବ ମଟନ୍, ଆଉ ଥରେ ହୋଟେଲ ଠିଆ କରିବାକୁ ଯାଉଛନ୍ତି କିଶୋର ଭାଇନା, ଦେଖନ୍ତୁ କେଉଁଠି ?

ପୁଣି ହଣ୍ଡା ବସିବ ଆଉ କ୍ଵିଣ୍ଟାଲ କ୍ଵିଣ୍ଟାଲ ମଟନ ରନ୍ଧା ହେବ । ପୁଣି ଥରେ କିଶୋର ଭାଇନାଙ୍କ କାଠ ଚୂଲିରେ ଗମଗମ୍ ହୋଇ ଫୁଟିବ ମଟନ । ପୁଣି ତାଙ୍କ ହାତ ରନ୍ଧା ମଟନ ଖାଇବା ପାଇଁ ଲୋକଙ୍କ ଭିଡ ଜମିବ ଓ ଟୁଲ୍ ଉପରେ ବସି ପ୍ଳେଟ ପରେ ପ୍ଳେଟ ମଟନ ବାଢିବେ କିଶୋର ଭାଇ । ହଁ ଆଜ୍ଞା, ଏବେ ପୁଣି ଥରେ ଖାସୀ ମାଂସ ବାଢିବେ କିଶୋର ଭାଇନା । ଯେଉଁମାନେ କିଶୋର ମଟନକୁ ମିସ୍ କରୁଥିଲେ କିମ୍ବା କିଶୋର ଭାଇନା ଗାଁକୁ ପଳେଇବେ ଶୁଣି ମନ ଦୁଃଖ କରୁଥିଲେ ଏବେ ଆଉ ଦୁଃଖ କରିବାର ନାହିଁ ।

କାରଣ ପୁଣି ଥରେ ଖୋଲିବାକୁ ଯାଉଛି କିଶୋର ମଟନ ହୋଟେଲ । ତେବେ ଆପଣ ଭାବୁଥିବେ ଏବେ କେଉଁଠି ହୋଟେଲ କରିବେ କିଶୋର ଭାଇନା । ଶୁଣିବାକୁ ମିଳୁଛି କି, ଯେଉଁ ଦୂରଦର୍ଶନ ଅଫିସ ପାଖରେ କିଶୋରଙ୍କ ମଟନ ହୋଟେଲ ଥିଲା ସେହି ଆଖପାଖରେ ହିଁ କେଉଁଠି ହୋଟେଲ କରିବେ କିଶୋର । ସେହି ଦୂରଦର୍ଶନ ଅଫିସ ପାଖ ତଥା ଆପୋଲୋ ହସ୍ପିଟାଲ ପାଖରେ ହିଁ ଜାଗା ଠିକ କରି ସାରିଲେଣି କିଶୋର ଭାଇନା ।

ଖୁବ କମ୍ ଦିନ ଭିତରେ ସେ ପୁଣି ଥରେ ହଣ୍ଡା ବସାଇବାକୁ ଯାଉଛନ୍ତି । ନୂଆ ଲାଇସେନ୍ସ ଓ ପରିଷ୍କାର ପରିଚ୍ଛନ୍ନତା ସହ ଏଥର ପୁଣି ବସିବ କିଶୋରଙ୍କ ମଟନ ହଣ୍ଡା । କ୍ଵିଣ୍ଟାଲ କ୍ଵିଣ୍ଟାଲ ମଟନ ରୋଷେଇ ହେବ ଆଉ ପୂର୍ବ ଭଳି ତାଙ୍କ ମଟନ ଖାଇବାକୁ ଲୋକଙ୍କ ଭିଡ ମଧ୍ୟ ଜମିବ । ବିଶେଷ ଦୂତରରୁ ମିଳିଥିବା ଖବର ଅନୁସାରେ ଅନ୍ୟ କେଉଁଠି ବି ହୋଟେଲ କରିବେ ନାହିଁ କିଶୋର ।

ବରଂ ଯେଉଁଠି ତାଙ୍କ ହୋଟେଲ ଥିଲା ସେହି ଆଖପାଖରେ ହିଁ ଖୁବ ଶୀଘ୍ର ଖୋଲିବାକୁ ଯାଉଛି କିଶୋର ଭାଇନାଙ୍କ ସ୍ଵାଦିଷ୍ଟ ହାତରନ୍ଧା ମଟନ ହୋଟେଲ । ଯାହାକୁ କିଶୋରଙ୍କ ମଟନ ତରକାରୀକୁ ଭଲ ପାଉଥିବା ଗ୍ରାହକମାନେ ଅପେକ୍ଷା କରି ରହିଛନ୍ତି । ଗତ କିଛିଦିନ ତଳେ ବିଏମସି କିଶୋର ମଟନରେ ଏକ୍ସପାରି ସସ୍ ଓ ରଙ୍ଗ ମିଶୁଥିବା ନେଇ ଟ୍ବିଟ କରି ଜଣାଇବା ସହ କିଶୋରଙ୍କ ହୋଟେଲକୁ ଭାଙ୍ଗି ଦେଇଥିଲେ । ଯାହାପରେ କିଶୋରଙ୍କ ମଟନ ତରକାରୀକୁ ନେଇ ତାଙ୍କ ସପକ୍ଷରେ ବାହାରିଥିଲେ ଅନେକ ଗ୍ରାହକ ।

ତେବେ ପୂର୍ବେ ଗାଁକୁ ପଳେଇବେ ବୋଲି ଗଣମାଧ୍ୟମରେ କହିଥିବା କିଶୋର ଭାଇ କିନ୍ତୁ ହାର୍ ମାନି ନାହାନ୍ତି । ସେ ପୁଣି ଥରେ ମଟନ ରାନ୍ଧି ଗ୍ରାହକଙ୍କୁ ଖୁସି କରିବା ସହ ନିଜ ଜୀବିକା ଅର୍ଜନ କରିବାର ବାଟ କଥା ଚିନ୍ତା କରୁଥିବା ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।