4 ଫୁଟର ଅଜଗର ସାପକୁ ଗିଳିଦେଲା 11 ଫୁଟ ଲମ୍ବର ଅହିରାଜ (King Cobra), ସୋସିଆଲ ମିଡିଆରେ ଭାଇରାଲ ହେଲା Video, ଦେଖିଲେ ଆପଣଙ୍କ ହୋସ ଉଡିଯିବ !

ଆଜିକାଲି ବନ ଜଙ୍ଗଲ ନଷ୍ଟ ହେବା କାରଣରୁ ପ୍ରାୟତଃ ବନ୍ୟ ପଶୁ ପକ୍ଷୀମାନେ ସହର ଓ ଗାଁ ଆଡକୁ ମାଡି ଆସୁଛନ୍ତି । ଏହି କାରଣରୁ କେତେକ ଧନଜୀବନ ମଧ୍ୟ ନଷ୍ଟ ହେଉଛି । ଯଦି ସାପମାନଙ୍କ ବିଷୟରେ କହିବା ତେବେ ସେମାନେ ପ୍ରାୟତଃ ଖାଦ୍ୟ ସନ୍ଧାନରେ କେତେକ ଘର ଭିତରକୁ ପଶି ଯାଆନ୍ତି । ସାପମାନେ ପ୍ରାୟତଃ ମୂଷାମାନଙ୍କୁ ଖାଇବା ପାଇଁ ଘର ଭିତରକୁ ପଶି ଯାଆନ୍ତି । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଗୋଟିଏ ସାପ ଅନ୍ୟ ଏକ ସାପକୁ ଖାଇ ଦେଇଛି ।

କିନ୍ତୁ କହିଦେଉଛୁ କି ସାପ ଯେତେବେଳେ ନିଜ ଠାରୁ ବଡ କୌଣସି ପଶୁକୁ ଗିଳି ଦେଉଛି ତେବେ ତାକୁ ହଜମ କରିବା ପାଇଁ ଅଳ୍ପ ସମୟ ଲାଗିଥାଏ । ସେ ଗୋଟିଏ ସ୍ଥାନରେ ରାହିଯାଏ କାରଣ ଶରୀର ଅଧିକ ଓଜନ ହେବା କାରଣରୁ ସେ ଦୂର ସ୍ଥାନକୁ ଯାଇ ପରେ ନାହିଁ ।

କିନ୍ତୁ ଯଦି ସେ ସେହି ପଶୁକୁ ହଜମ କରି ପାରେ ନାହିଁ ତେବେ ସେ ପୁଣି ଥରେ ସେହି ପଶୁକୁ ନିଜ ମୁହଁ ଦ୍ଵାରା ବାହାରକୁ ବାହାର କରିଦିଏ । ଏହିଭଳି ଏକ ଘଟଣା ଓଡିଶାର ଅନୁଗୁଳ ଜିଲ୍ଲାରେ ଘଟିଛି । ଯେଉଁଠି ଗୋଟିଏ ଅହିରାଜ ଅଜଗର ସାପକୁ ଗିଳି ଦେଇଛି । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ କରଡପଡା ଗାଁରେ ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ସୋମବାର ଦିନ ଗୋଟିଏ ୧୧ ଫୁଟର ଅହିରାଜ ସାପ ୪ ଫୁଟର ଗୋଟିଏ ଅଜଗର ସାପକୁ ଗିଳି ଦେଇଥିଲା ।

ସେ ଖାଦ୍ୟ ହଜମ କରିବା ପାଇଁ ସେହି ଗାଁର ଗୋଟିଏ ବ୍ୟକ୍ତିର ରୋଷେଇ ଘରକୁ ପଶି ଯାଇ ଥିଲା । ପରିବାର ଲୋକମାନେ ଯେତେବେଳେ ୧୧ ଫୁଟ ଅହିରାଜକୁ ଦେଖିଲେ ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସମସ୍ତେ ବନ ବିଭାଗକୁ ଏହି ସାପ ବିଷୟରେ ଖବର ଦେଲେ । ବନ ବିଭାଗ କର୍ମଚାର ଓ ସାପ ଧରାଳି ଘଟଣା ସ୍ଥାନକୁ ପହଞ୍ଚି ଅହିରାଜ ସାପକୁ ଘର ଭିତରୁ ଉଦ୍ଧାର କରିଥିଲେ ।

ଏହା ପୂର୍ବରୁ ଗିଳିଥିବା ଅଜଗର ସାପକୁ ଅହିରାଜ ସାପ ବାହାର କରି ଦେଇ ଥିଲା । ଏହା ମଧ୍ୟରେ ଅଜଗର ସାପଟି ମରି ଯାଇ ଥିଲା । ଅହିରାଜ ସାପକୁ ବନ ବିଭାଗ କର୍ମଚାରୀ ଟିକରପଡା କାର୍ଯ୍ୟଲୟକୁ ନେବା ପରେ କିଛି ସମୟର ବ୍ୟବଧାନ ପରେ ତାକୁ ଏକ ଘନ ଜଙ୍ଗଲ ମଧ୍ୟକୁ ଛାଡି ଦିଆ ଗଲା ।