ନିଜର ପୁରୁଣା ବାଥଟବ ରେ ହିଁ ମୋତି ଚାଷ କଲେ ଏହି ମହିଳା, ପ୍ରଥମ ଥରରେ ହିଁ ଏତେ ଟଙ୍କା ରୋଜଗାର କଲେ କି ଶୁଣି ଚମକି ପଡିବେ ଆପଣ !

ବର୍ତ୍ତମାନ ସମୟରେ ମହିଳାମାନେ ପୁରୁଷଙ୍କ ଭଳି ପ୍ରତ୍ଯେକ କାର୍ଯ୍ୟରେ ନିଜର କୁଶଳତା ଦେଖାଉଛନ୍ତି । ମହିଳାମାନେ ଭଲ ରକମର ରୋଜଗାର କରିବା ସହ ଦୁନିଆରେ ନିଜର ଲଗା ପରିଚୟ ମଧ୍ୟ ସୃଷ୍ଟି କରୁଛନ୍ତି । କିଛି ମହିଳା ଘରେ ରହି ନୂଆ ନୂଆ ବ୍ୟବସାୟ ବିଷୟରେ ଚିନ୍ତା କରି ନିଜ ଆମଦାନୀ ବଢାଉଛନ୍ତି । ଉତ୍ତରପ୍ରଦେଶର ଆଗ୍ରାରେ ଏମିତି ଜଣେ ନିଜ ଘରେ ବାଥ୍ ଟବ୍ ରେ ମୋତି ଚାଷ କରି ପ୍ରଥମ ଥରରେ ହିଁ ପ୍ରାୟ ୮୦ ହଜାର ଟଙ୍କା ଆମଦାନୀ କରିଛନ୍ତି ।

ଏହି ମହିଳାଙ୍କ ନାମ ହେଉଛି ରଞ୍ଜନା ଯାଦବ । ସେ ନିଜ ଦୁଇ ପିଲାଙ୍କ ଯତ୍ନ ନେବା ସହ ବ୍ୟବସାୟ କରିବାରେ ମଧ୍ୟ ଖୁବ ମାହିର ଅଟନ୍ତି । ରଞ୍ଜନା ଯେତେବେଳେ ମୋତି ଚାଷ କରିବା ଆରମ୍ଭ କରିଥିଲେ ତାଙ୍କ ପରିବାର ଏହା ନାପସନ୍ଦ କରିଥିଲେ । ତାଙ୍କ ପୂର୍ବରୁ ଘରେ କେହି ମଧ୍ୟ ବ୍ୟବସାୟ କରି ନଥିଲେ । ସମସ୍ତେ ତାଙ୍କୁ କହୁଥିଲେ କି ଏହି ବିଜନେସ ସଫଳ ହେବ ନାହିଁ । କିନ୍ତୁ ରଞ୍ଜନା ଏହା ସଫଳ କରି ଦେଖାଇବା ପରେ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି । ୨୭ ବର୍ଷୀୟ ରଞ୍ଜନା ଫରେଷ୍ଟ୍ରିରେ ଏମଏସସି କରିଛନ୍ତି ।

ସେ ନିଜେ ମନ ବଳାଇବା ପରେ ତାଙ୍କ ପରିବାର ସହଯୋଗ ନ କରିବାରୁ ତାଙ୍କୁ ସାମାନ୍ୟ ଅସୁବିଧାର ସମୁଖୀନ ହେବାକୁ ପଡିଥିଲା । ଏହା ମଧ୍ୟରେ ତାଙ୍କର ଜଣେ ବାନ୍ଧବୀ ତାଙ୍କୁ କେନ୍ଦ୍ରର ମୋଦି ସରକାରଙ୍କ ଷ୍ଟାର୍ଟଅଫ୍ ଯୋଜନା ବିଷୟରେ କହିଲେ, ଯାହା ଦ୍ଵାରା ରଞ୍ଜନାଙ୍କ ମୋତି ଚାଷ ବ୍ୟବସାୟକୁ ସାହାଯ୍ୟ ମିଳିପାରିବ । ପ୍ରଥମେ ସେ ଘରେ ପଡିଥିବ ପୁରୁଣା ବାଥ୍ ଟବ୍ କୁ ଏଥିପାଇଁ ବ୍ୟବହାର କରିଥିଲେ । ପ୍ରଥମେ ସେ ମାତ୍ର ୨୦ଟି ମୋତି ଲଗାଇଥିଲେ । ସେଗୁଡିକର ଭଲ ଭାବେ ଯତ୍ନ ନେଇଥିଲେ ।

୧୨ ମାସ ମଧ୍ୟରେ ତାଙ୍କୁ ଭଲ ରେଜଲ୍ଟ ମଧ୍ୟ ମିଳିଲା । କିନ୍ତୁ ମୋତିର ଉଚିତ ଦାମ୍ ତାଙ୍କୁ ମିଳି ପାରୁ ନଥିଲା । ଏହାପରେ ସେ ହାଇଦ୍ରାବାଦର ବଜାରରେ ଏଗୁଡିକର ମୂଲ୍ୟ ଭଲ ଥିବା ଜାଣି ସେଠାରେ ସେ ଏହାକୁ ବିକ୍ରି କରିଥିଲେ । ପ୍ରଥମ ଥରରେ ତାଙ୍କୁ ପ୍ରାୟ ୮୦ ହଜାରର ଲାଭ ହେଇଥିଲା । ଏହାପରେ ତାଙ୍କ ପରିବାର ଖୁସି ହୋଇଥିଲେ ଓ ସେ ଏହି ମୋତି ଚାଷକୁ ବିସ୍ତୃତ ଭାବେ କରିବାକୁ ଠାଣି ନେଇଥିଲେ ।

ପିତାଙ୍କ ସାହାଯ୍ୟରେ ରଞ୍ଜନା ଘର ଅଗଣାରେ ୧୪*୧୪ ର ଏକ ବଡ କ୍ଷେତ ପ୍ରସ୍ତୁତ କାଲେ ସେଠାରେ ପ୍ରାୟ ଦୁଇ ହଜାରରୁ ଅଧିକ ମୋତି ଲଗାଇଛନ୍ତି । ଏହାର ମୂଲ୍ୟ ଖୁବ ଶୀଘ୍ର ତାଙ୍କୁ ମିଳିବାକୁ ଯାଉଛି । ତେବେ ଏହି ମୋତି ଶାମୁକା ଗୁଡିକର ଭଲ ଭାବେ ଧ୍ୟାନ ନେବାକୁ ପଡେ । ନଚେତ ଭାରି ମାତ୍ରାରେ କ୍ଷତି ହେବାର ମଧ୍ୟ ଆଶଙ୍କା ଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।