ଏଥର ବଜାରକୁ ଆସିଗଲା ଫ୍ଲାଇଙ୍ଗ ବାଇକ୍ ! ଏହାର ଫାର୍ଷ୍ଟ ଲୁକ୍ ଦେଖିଲେ ଆପଣ ମଧ୍ୟ ଦିୱାନା ହୋଇଯିବେ, ଦେଖି ନିଅନ୍ତୁ କଣ ରହିଛି ଏହାର ବଜାର ମୂଲ୍ୟ, ଦେଖନ୍ତୁ video

ଆପଣ ଅନେକ ପ୍ରକାରର ବାଇକ ଦେଖିଥିବେ । କିନ୍ତୁ କେବେ କଣ ଆକାଶରେ ଉଡୁଥିବା ବାଇକ ଦେଖିଛନ୍ତି ? ଆପଣ ଭି-ଡି-ଓ-ରେ ଦେଖୁଥିବା ବ୍ୟକ୍ତି ଜଣକ ଯେଉଁ ମେସିନ ଉପରେ ବସି ଉଡୁଛନ୍ତି ତାହା କୌଣସି ପ୍ଳେନ ନୁହେଁ ବରଂ ଏକ ବାଇକ ଅଟେ । ଆଜ୍ଞା ହଁ, ଜାପାନର ଏକ କମ୍ପାନୀ ଏକ ଉଡନ୍ତା ବାଇକ ତିଆରି କରିଛି । ଟୋକିଓର ଡ୍ରୋନ ବେସ୍ ଏକ ଷ୍ଟାର୍ଟଅଫ ALI ଟେକ୍ନୋଲୋଜି ଏହି ହୋଭର ବାଇକ ପ୍ରସ୍ତୁତ କରିଛି । ଏହାର ନାମ XTurismo ଲିମିଟେଡ ଏଡିସନ ରଖାଯାଇଛି ।

ବାଇକର ସଫଳ ଟେଷ୍ଟି॰ ପରେ କମ୍ପାନୀ ୨୬ ଅକ୍ଟୋବରରୁ ଏହାର ବୁକିଂ ଆରମ୍ଭ କରି ଦେଇଛି । ଏହି କମ୍ପାନୀ କେବଳ ୨୦୦ଟି ଏଭଳି ଉଡନ୍ତା ବାଇକ ତିଆରି କରିବ । କମ୍ପାନୀର ଚିଫ୍ ଏକ୍ସିକ୍ୟୁଟିଭ ଡାଇସୁକୋ କଟାନୋଙ୍କ କହିବା ଅନୁଯାୟୀ ସେ ଯାତାୟାତ ପାଇଁ ନୂଆ ପ୍ରକ୍ରିୟା ଆରମ୍ଭ କରୁଛନ୍ତି । ଟେଷ୍ଟି॰ ସମୟରେ ବାଇକକୁ ଆକାଶରେ ଉଡା ଯାଇଥିଲା । କମ୍ପାନୀ ଦାବି କରିଛି ଏହି ହୋଭର ବାଇକକୁ ଥରକେ ୪୦ ମିନିଟ ପର୍ଯ୍ୟନ୍ତ ଉଡାଇ ହେବ । ଆଉ ଏହାର ଫ୍ଲାଇଙ୍ଗ ସ୍ପିଡ ୧୦୦ କିମି ପ୍ରତି ଘଣ୍ଟା ମଧ୍ୟ ଯିବ ।

ଏଥିରେ ପେଟ୍ରୋଲରେ ଚାଲୁଥିବା ଏକ କନଭେନ୍ସନାଲ ଇଞ୍ଜିନ ବ୍ୟବହାର କରାଯାଇଛି । ବାଇକର ମୋଟରକୁ ପାୱାର ଦେବା ପାଇଁ ଚାରୋଟି ବ୍ଯାଟେରୀ ଲଗାଯାଇଛି । ଏହି ବାଇକର ମୂଲ୍ୟ ୧୭.୭ ମିଲିୟନ ୟେନ ଅର୍ଥାତ ପ୍ରାୟ ୫.୦୯ କୋଟି ଟଙ୍କା ରହିଛି । ଡୁଆଲ କଲର୍ ର ଏହି ହୋଭର ବାଇକର ବଡି ଦେଖିବାକୁ ଠିକ ଏକ ବାଇକ ପରି । କିନ୍ତୁ ଏହାର ଟପ୍ ରେ ପ୍ରୋପେଲର୍ସ ଦିଆଯାଇଛି । ଯାହାଫଳରେ ବାଇକ ଏବଂ ଡ୍ରୋନ ବାୟୁରେ ନିଜ ସନ୍ତୁଳନ ରକ୍ଷା କରିପାରେ ।

ଆଉ ମେସିନ ସ୍ଥିର ହେବା ପରେ ଏହା ଲ୍ୟାଣ୍ଡିଂ ସ୍କିଟ ଉପରେ ଠିଆ ହୋଇଥାଏ । ଏହି ବାଇକର ଓଜନ ପ୍ରାୟ ୩୦୦କିଲୋ ରହିଛି । ଏହାର ଲମ୍ବା ୩.୦୭ ମିଟର, ଚଉଡା ୨.୦୪ ମିଟର ଓ ଉଚ୍ଚତା ୧.୦୫ ମିଟର ରହିଛି । ଏଥିରେ ବର୍ତ୍ତମାନ କେବଳ ଜଣେ ପାଇଲଟ ହିଁ ବସି ପାରିବେ । ୨୦୨୫ ମସିହା ବେଳକୁ ଏହି ଫ୍ଲାଇଙ୍ଗ ବାଇକର ସଂପୂର୍ଣ୍ଣ ଭାବେ ଇଲେକ୍ଟ୍ରିକ ଭର୍ଜନ ଆଣିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।