ବାର୍ଦ୍ଧକ୍ୟରେ ବେସାହାରା କରିଦେଲେ 2 ପୁଅ, ସବୁ ମୋହାମାୟା ତୁଟାଇ ଶେଷରେ ଜିଲ୍ଲାପାଳଙ୍କ ନାଁରେ ବୃଦ୍ଧ ଲେଖିଦେଲେ ସବୁ ସମ୍ପତ୍ତି ! ସମ୍ପତ୍ତି ର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ଆଜି ଆମେ ଆପଣଙ୍କୁ ଏମିତି ଜଣେ ବାପାଙ୍କ ଯ-ନ୍ତ୍ର-ଣା କାହାଣୀ ବିଷୟରେ କହିବୁ ଯାହା ଶୁଣିଲେ ଆପଣଙ୍କ ହୃଦୟ ମଧ୍ୟ ତରଳିଯିବ । ଏହା ଶୁଣିଲେ ଆପଣ ବି ଭାବିବେ ସତରେ କଣ ପୁଅ ଜନ୍ମ କରିବା ପାପ ? ଯେଉଁ ସମୟରେ ପୁଅମାନେ ସାହାରା ଦେବା କଥା ସେତିକି ବେଳେ ହିଁ ବାପାଙ୍କୁ ବେସାହାରା କରିଦେଲେ । ଏପରିକି ଭଲରେ ଗଣ୍ଡେ ଖାଇବାକୁ ମଧ୍ୟ ଦେଲେନି କି ସମ୍ପର୍କ ରଖିବାକୁ ବି ଚାହିଁଲେନି ।

ବୃଦ୍ଧ ବାପାଙ୍କ ପାଇଁ ଦିନକୁ ଦିନ ପରିସ୍ଥିତି ଏତେ ଜଟିଳ ଓ ଅସହ୍ୟ ହୋଇ ପଡିଲା ଯେ ଶେଷରେ ସବୁ ମୋହମାୟା ତୁଟାଇ ଜିଲ୍ଲାପାଳଙ୍କ ନାଁରେ ଲେଖିଦେଲେ ନିଜର ସବୁ ସମ୍ପତ୍ତି । ଏହିଭଳି ଏକ ଦୟନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ । ସେଠାକାର ବାସିନ୍ଦା ହେଉଛନ୍ତି ଗଣେଶ ଶଙ୍କର ପାଣ୍ଡେୟ । ବୟସ ତାଙ୍କର ୮୮ ବର୍ଷ ଓ ପତ୍ନୀ ବହୁତ ଆଗରୁ ଦୁନିଆ ଛାଡି ଚାଲି ଯାଇଛନ୍ତି ।

ଗଣେଶ ୧୯୮୩ରେ ନିଜ ତିନି ଭାଇଙ୍କ ସହ ମିଶି କିଛି ଜମି କିଣିଥିଲେ । ପରବର୍ତ୍ତୀ ସମୟରେ ସେହି ଜମିକୁ ତିନି ଭାଇ ଭାଗ ବାଣ୍ଟି ନେଇଥିଲେ । କିନ୍ତୁ ଗଣେଶ ଶଙ୍କରଙ୍କ ଭାଗରେ ଯେଉଁ ଜମି ପଡିଥିଲା ସେଥିରେ ସେ ଭଲ ଘରଟିଏ ନିର୍ମାଣ କରିଥିଲେ । ଘର ଓ ଜମିକୁ ମିଶାଇଲେ ପ୍ରାୟ ୩ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ହେବ । ପତ୍ନୀ ଯିବା ପରେ ଗଣେଶ ଶଙ୍କର ଭାବିଥିଲେ ଦୁଇ ପୁଅ ଓ ନାତିନାତୁଣୀଙ୍କ ମୁହଁକୁ ଚାହିଁ ଦିନ କଟାଇଦେବେ ।

କିନ୍ତୁ ଭାଗ୍ୟରେ ବୋଧହୁଏ ଅନ୍ୟ କିଛି ଲେଖାଥିଲା । ସମୟ ସ୍ରୋତରେ ପରିବର୍ତନ ହୋଇଗଲା ପୁଅମାନଙ୍କ ମନୋଭାବ ଓ ଭଲପାଇବା । ମା’ ଚାଲିଗଲା ପରେ ସତେ ଯେମିତି ବାପା ଠାରୁ ମନ ଛାଡିଗଲା ଦୁଇ ପୁଅଙ୍କର । ଯେଉଁ ବୟସରେ ବାପାକୁ ସାହାରା ଦେବା କଥା ସେତିକି ବେଳେ ଗଣେଶ ଶଙ୍କରଙ୍କୁ ବେସାହାରା କରିଦେଲେ ଦୁଇଟି ଯାକ ପୁଅ । ବାପାଙ୍କୁ ଗଣ୍ଡେ ଖାଇବାକୁ ବି ଦିଅନ୍ତି ନାହିଁ ।

ସେଥିପାଇଁ ଅସହାୟ ଗଣେଶ ବାଧ୍ୟ ହୋଇ ଖାଇବା ପାଇଁ ଭିନ୍ନ ହୋଇ ଯାଇଥିବା ଭାଇମାନଙ୍କ ଉପରେ ନିର୍ଭର କରନ୍ତି । ପୁଅମାନଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ବି ସେ ବିଫଳ ହୋଇଥିଲେ । ତାଙ୍କ କଥା ବୁଝିବା ତ ଦୂର ତାଙ୍କ ମୁହଁ ଦେଖିବାକୁ ଚାହିଁଲେନି ଦୁଇ ପୁଅ । ଶେଷରେ ପରିସ୍ଥିତି ଜଟିଳ ହେବାରୁ ଗଣେଶ ଶଙ୍କର ପୁଅମାନଙ୍କ ଠାରୁ ସବୁ ସମ୍ପର୍କ ତୁଟାଇ ନିଜର ତିନି କୋଟି ମୂଲ୍ୟ ସମ୍ପତ୍ତିକୁ ଜିଲ୍ଲାପାଳଙ୍କ ନାଁରେ ଲେଖିଦେଲେ ।

ଅନେକ ଅନୁରୋଧ କରିବା ପରେ ଶେଷରେ ଗଣେଶ ଶଙ୍କରଙ୍କ ଇଚ୍ଛାପତ୍ରକୁ ଗ୍ରହଣ କରିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ । ଏହି ଘଟଣାଟି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବୃଦ୍ଧ ବାପାଙ୍କର ଏହିଭଳି ନିର୍ଣ୍ଣୟ ଠିକ ଥିଲା ନା ଭୁଲ୍ ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।