14 ବର୍ଷର ଭାଇ, 9 ବର୍ଷର ଭଉଣୀ, କ୍ରିପ୍ଟୋକରେନ୍ସି ରେ ନିବେଶ କରି ମାତ୍ର 1 ବର୍ଷରେ ହେଇଗଲେ କୋଟିପତି, ଜାଣନ୍ତୁ ତାଙ୍କ ସଫଳତାର ରହସ୍ୟ ! 

ବନ୍ଧୁଗଣ ଏହି କିଛି ଦିନ ହେବ କ୍ରିପ୍ଟୋକରେନ୍ସି ଟ୍ରେଣ୍ଡରେ ଅଛି । ବିଟ କୋଏନ ଭି ଏକ କ୍ରିପ୍ଟୋକରେନ୍ସି ଅଟେ ଯାହା ସବୁଠାରୁ ମହଙ୍ଗା ଅଟେ । ଗତ କିଛି ଦିନ ହେବ ଦୁଇ ଭାଇ ଭଉଣୀ କ୍ରିପ୍ଟୋକରେନ୍ସି ଦ୍ଵାରା କୋଟିପତି ହୋଇ ବହୁତ ଚର୍ଚାରେ ଅଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଦୁଇ ଭାଇ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ଦୁଇ ଭାଇ ଭଉଣୀ ହେଉଛନ୍ତି ଇଶାନ ଠାକୁର ଓ ଅନନ୍ୟା ଠାକୁର ।

ଏହି ଦୁଇ ଭାଇ ଭଉଣୀ ଆମେରିକାରେ ରହୁଛନ୍ତି । ଇଶାନଙ୍କୁ ୧୪ ବର୍ଷ ହୋଇଥିବା ବେଳେ ଅନନ୍ୟାଙ୍କୁ ମାତ୍ର ୯ ବର୍ଷ ହେଇଛି । ଅନନ୍ୟା ଓ ଇଶା ଗତ ସାତ ମାସ ମଧ୍ୟରେ କ୍ରିପ୍ଟୋକରେନ୍ସି ଦ୍ଵାରା ବହୁତ ଟଙ୍କା ଅର୍ଜନ କରିଛନ୍ତି । ଏହି ସାପ ମାସ ମଧ୍ୟରେ ଏହି ଦୁଇ ଭାଇ ଭଉଣୀ ପୁରା ୧ କୋଟି ୧୯ ଲକ୍ଷ ଟଙ୍କା କମାଇ ଛନ୍ତି । ଆମେରିକାର ଟେକ୍ସାସରେ ରହୁଥିବା ଇଶାନ ବର୍ତ୍ତମାନ ହାଇ ସ୍କୁଲରେ ପାଠ ପଢୁଛନ୍ତି ଓ ତାଙ୍କ ଭଉଣୀ ଚତୁର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି ।

ଇଶାନ ଭବିଷ୍ୟତରେ ୟୁପିଏନରେ ମେଡ଼ିସିନ ପାଠ ପଢିବା ପାଇଁ ଚାହୁଁ ଛନ୍ତି । ଅନ୍ୟ ପକ୍ଷରେ ଅନନ୍ୟା ନିଉ ୱାର୍କରେ ମେଡିକାଲ ପାଠ ପଢିବାକୁ ଚାହୁଁ ଛନ୍ତି । ଏହି ଦୁଇ ଭାଇ ଭଉଣୀ ସ୍କୁଲ ଛୁଟି ଥିବା ବେଳେ କ୍ରିପ୍ଟୋକରେନ୍ସିରେ ନିବେଶ କରିଥିଲେ । ପ୍ରଥମ ଦିନରେ ଏହି ଦୁଇଜଣ ୩ ଡଲାର ତଥା ୨୨୫ ଟଙ୍କା କମାଇ ଥିଲେ । ଏହା ପରେ ସେ ଦିନକୁ ଦିନ କିଛି ନା କିଛି ଟଙ୍କା କମାଇବାରେ ଲାଗିଲେ ।

ହେଲେ ହଠାତ ତାଙ୍କ ଭାଗ୍ୟ ବଦଳିବାକୁ ଲାଗିଲା ଓ ଧୀରେ ଧୀରେ ସେ ଅଧିକ ଟଙ୍କା ଅର୍ଜନ କରିଲେ । ପ୍ରଥମ ମାସରେ ଏହି ଦୁଇଜଣ ପାଖାପାଖି ୭୪ ହଜାର ଟଙ୍କା କମାଇ ଥିଲେ । ଏଭଳି ଭାବରେ ଦୁଇ ଭାଇ ଭଉଣୀ କୋଟିପତି ହେଇଗଲେ । ଇଶାନ ଏକ ଇଣ୍ଟର୍ବ୍ୟୁରେ କହିଛନ୍ତି-‘ଅବଶ୍ୟ ମୁ ଏହି ସମୟରେ ଭଲ ଟଙ୍କା ଅର୍ଜନ କରୁଛି ହେଲେ ମୋତେ କୋଟି କୋଟି ଟଙ୍କା ଅର୍ଜନ କରିବାରେ ସେତିକି ଗର୍ବ ହେବ ନାହିଁ ଯେତିକି ମୁ ୨୨୫ ଟଙ୍କା ଅର୍ଜନ କରି କରୁଥିଲି’ ।

ଇଶାନ ୨୦୨୧ ଏପ୍ରିଲ ମାସରେ ନିଜ କମ୍ପାନୀ ଫ୍ଲିପର ଟେକ୍ନୋଲୋଜି ଆରମ୍ଭ କରିଥିଲେ । ସେ କ୍ରିପ୍ଟୋକରେନ୍ସି ସହ ଜଡିତ ସମସ୍ତ ତଥ୍ୟା ସୋ-ସି-ଆ-ଲ ମି-ଡି-ଆ ଜରିଆରେ ନେଇଥିଲେ । ସୋ-ସି-ଆ-ଲ ମି-ଡି-ଆ ଦ୍ଵାରା ସେ କ୍ରିପ୍ଟୋକରେନ୍ସିରେ ଟଙ୍କା ନିବେଶ କରିବା ଶିଖିଥିଲେ । ବର୍ତ୍ତମାନ ଦୁଇ ଭାଇ ଭଉଣୀ ଏହି କ୍ରିପ୍ଟୋକରେନ୍ସିରେ ବହୁତ ଟଙ୍କା ଅର୍ଜନ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।