‘ବାପା ବହି କିଣି ଦେଉ ନାହାନ୍ତି ସବୁ ଟଙ୍କା ମଦ ପିଇ ଉଡେଇ ଦେଉଛନ୍ତି’- ଟିଚରଙ୍କ ସାମନାରେ କାନ୍ଦି କାନ୍ଦି ପିଲାଟି କହିଲା ଏମିତି…ଦେଖନ୍ତୁ video

ଶିକ୍ଷା ହିଁ ପିଲାଙ୍କ ଭବିଷ୍ୟତ ବନାଇଥାଏ । ପିଲାଙ୍କ ପାଇଁ ଶିକ୍ଷା ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଟେ । ସେଥିପାଇଁ ପିଲାଙ୍କୁ ଉତ୍ତମ ଶିକ୍ଷା ଏବଂ ସଂଶାଧନ ଯୋଗାଇ ଦେବା ସବୁ ପିତାମାତାଙ୍କ କର୍ତ୍ତବ୍ୟ ଅଟେ । କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ କି ପିତାମାତା ମାନେ ପିଲାଙ୍କ ଶିକ୍ଷାଠୁ ଅଧିକ ନିଜ ଫାଲ୍ତୁ ସଉକକୁ ଗୁରୁତ୍ଵ ଦିଅନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହିପରି ଏକ ମାମଲା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ କି ଗୋଟିଏ ଛୋଟ ପିଲାଟି କାନ୍ଦି କାନ୍ଦି ନିଜ ଶିକ୍ଷକଙ୍କୁ ସ୍କୁଲକୁ ବହି ନ ଆଣିବାର କାରଣ କହୁଛି । ଶିକ୍ଷକ ପିଲାଟିକୁ କହୁଛନ୍ତି କି, ‘ତୁମକୁ ୫ ଦିନରୁ କୁହାଯାଉଛି କି ବହି ଆଣ ବୋଲି କିନ୍ତୁ ଆଜି ଯାଏଁ ଆଣିନ । କାରଣ କ’ଣ ?’ ଏହି ପ୍ରଶ୍ନରେ ପିଲାଟି କାନ୍ଦି କାନ୍ଦି କହୁଛି, ‘ବାପା ସବୁ ପଇସା ମଅଦ ପିଇ ଉଡେଇ ଦେଉଛନ୍ତି । ବହି କିଣି ଦେଉ ନାହାନ୍ତି ।’

ପିଲାଟିର କଥାରୁ ସ୍ପଷ୍ଟ ହେଉଛି ଯେ ତାଙ୍କ ବାପା ପ୍ରତିଦିନ ମଅଦ ପିଇ ପଇସା ଉଡେଇ ଦେଉଛନ୍ତି, କିନ୍ତୁ ନିଜ ପିଲାର ଶିକ୍ଷା ପାଇଁ ଆବଶ୍ୟକୀୟ ଜିନିଷ ଉପରେ ପଇସା ଖର୍ଚ୍ଚ କରୁ ନାହାନ୍ତି । ପିଲାଟି କାନ୍ଦି କାନ୍ଦି ଶିକ୍ଷକଙ୍କୁ ଏହି କଥା କହିବ ବେଳେ ତାଙ୍କ ବାପା ତାଙ୍କ ପାଖରେ ଠିଆ ହୋଇ ଥିବାର ଆପଣ ଭିଡିଓରେ ଦେଖିପାରିବେ ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ପିଲାକୁ କାନ୍ଦି କାନ୍ଦି କମ୍ପ୍ଲେନ କରୁଥିବାର ଦେଖି ଲଜ୍ଜା କରିବା ପରିବର୍ତ୍ତେ ସେ ଠିଆ ହୋଇ ହସୁଛନ୍ତି । ଏହି ଘଟଣାଟି ବିହାରର ରୋହିତାସ ଜିଲ୍ଲାର ତିଲୌଥୁ ପ୍ରଖଣ୍ଡର ଏକ ସରକାରୀ ସ୍କୁଲର ବୋଲି କୁହାଯାଉଛି । ଭିଡିଓରେ ପିଲାଟି କ୍ଳାସରୁମ୍ ରେ ଟିଚରଙ୍କ ସାମନାରେ ଠିଆ ହୋଇ କାନ୍ଦି କାନ୍ଦି ସବୁ କଥା କହୁଛି ।

ଏହି ଭିଡିଓରେ ତା ସହ ତା ବାପା ଏବଂ ଭଉଣୀ ମଧ୍ୟ ଠିଆ ହୋଇଛନ୍ତି । ତାଙ୍କ ପରି ଭଉଣୀ ଅର୍ଥାତ କୁନି ଝିଅଟି ମଧ୍ୟ ସମାନ କଥା କହୁଛି କି ବାପା ସବୁ ପଇସା ମଅଦରେ ଉଡେଇ ଦେଉଛନ୍ତି । ପ୍ରଥମରୁ ପିଲାଙ୍କ କଥା ଶୁଣି ହସୁଥିବା ବେଳେ ସେ ପରେ କହୁଛନ୍ତି କି ତାଙ୍କ ପିଲାଙ୍କ ପାଇଁ ବହି କିଣିଦେବେ । ଏହି ଭିଡିଓ ଦେଖୁଥିବା ଲୋକଙ୍କ ଆଖି ଛଳଛଳ ହୋଇଯାଉଛି ।

ଯେଉଁଠାରେ ମଦୟପଆନ ଉପରେ ପ୍ରତିବନ୍ଧକ ଲଗାଯାଇଛି ସେଠାରେ ତାଙ୍କୁ ପ୍ରତିଦିନ ମଦ କେମିତି ମିଳୁଛି ବୋଲି ମଧ୍ୟ ସମସ୍ତେ ପ୍ରଶ୍ନ କରୁଛନ୍ତି । ଏହି ଭିଡିଓ ଦେଖିବା ପରେ ଲୋକମାନେ ଅନେକ କିଛି କମେଣ୍ଟ କରି ନିଜ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।