କୌଣସି ବ୍ୟକ୍ତି ର ମୃତ୍ୟୁ ପରେ ତାଙ୍କ Aadhaar ଓ PAN କାର୍ଡର କ’ଣ କରିବା ଉଚିତ୍ ? ଜାଣନ୍ତୁ କ’ଣ କହୁଛି ନିୟମ ?

ବହୁତ କମ୍ ଲୋକଙ୍କୁ ଏହା ଜଣାଥାଏ କି ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କର ସରକାରୀ ଆଧିକାରିକ ଦସ୍ତାବିଜ ଯେପରିକି PAN ଓ ଆଧାରକାର୍ଡ କଣ କରିବା ଉଚିତ୍ । ସେସବୁ କେତେ ପର୍ଯ୍ୟନ୍ତ ନିଜ ପାଖରେ ରଖିବା ଉଚିତ୍ ? ଏହା ବ୍ଯତୀତ ମୃତବ୍ୟକ୍ତିଙ୍କ ପରିଜନ ଏହି ଦସ୍ତାବିଜ ଜାରି କରୁଥିବା ସଂସ୍ଥାମାନଙ୍କୁ ଏହା ଫେରାଇ ପାରିବେ କି ନାହିଁ ? ଏହିପରି ଅଲଗା ଅଲଗା ସରକାରୀ ଦସ୍ତାବିଜ ସହ ଆପଣ କଣ କରିବେ ତାହା ଆଜି ଆମେ ଆପଣଙ୍କୁ ଜଣାଇ ଦେବୁ ।

ଆଧାରକାର୍ଡରେ ଥିବା ନମ୍ବର ହିଁ ବ୍ୟକ୍ତିଙ୍କ ପରିଚୟର ପ୍ରମାଣ ଅଟେ । ଏଲପିଜି ସବସିଡିର ଲାଭ ଉଠାଇବାକୁ ହେଉ, ସରକାରଙ୍କ ଛାତ୍ରବୃତ୍ତି ଲାଭ ଉଠାଇବା ହେଉ ଅବା ଇପିଏଫ ଖାତା ଆଦି ମାମଲା ହେଉ ଆଧାର ନମ୍ବର ଜରୁରୀ ହୋଇଥାଏ । ଏହା ଏକ ୟୁନିକ ଆଇଡେଣ୍ଟିଫିକେସନ ନମ୍ବର ହୋଇଥିବାରୁ ମୃତ୍ୟୁ ପରେ ମଧ୍ୟ ଏହି ନମ୍ବର ରହିଥାଏ । ଆଧାରକାର୍ଡକୁ ପରିଚାଳିତ କରୁଥିବା ସଂସ୍ଥା UIDAI ଏପର୍ଯ୍ୟନ୍ତ ରାଜ୍ୟ ମାନଙ୍କରେ ଥିବା ଡେଥ୍ ରେଜିଷ୍ଟ୍ରି ସହ ଜଡିତ ହୋଇନାହିଁ ।

ସେଥିପାଇଁ ଡେଥ୍ କୁ ଦର୍ଶାଇବା ପାଇଁ ଆଧାର ଅଟୋମାଟିକ ଭାବେ ଅପଡେଟ ହୁଏନାହିଁ । ବର୍ତ୍ତମାନ ମୃତ୍ୟୁ ପଞ୍ଜୀକରଣ କିମ୍ବା ମୃତ୍ୟୁ ପ୍ରମାଣପତ୍ର ପ୍ରାପ୍ତ କରିବା ପାଇଁ ମଧ୍ୟ ଆଧାର ଅନିବାର୍ଯ୍ୟ ହୋଇନାହିଁ । ସେଥିପାଇଁ ଏହାର ଯେପରି କୌଣସି ଦୂରୁପଯୋଗ ନହୁଏ ସେଥିପ୍ରତି ପରିବାର ଲୋକେ ଦୃଷ୍ଟି ଦେବା ଆବଶ୍ୟକ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ UIDAI ପାଖରେ ମୃତବ୍ୟକ୍ତିଙ୍କ ଆଧାର ଡିଆକ୍ଟିଭେଟ କରିବା କିମ୍ବା କ୍ୟାନସେଲ କରିବା ପାଇଁ କୌଣସି ପ୍ରୋସେସ ନାହିଁ ।

ଆଧାର ଡାଟାବେସ୍ ରେ ଧାରକଙ୍କ ମୃତ୍ୟୁ ବିଷୟରେ ତଥ୍ୟ ଅପଡେଟ କରିବାର ପ୍ରାବଧାନ ମଧ୍ୟ ନାହିଁ । କିନ୍ତୁ ବାୟୋମେଟ୍ରିକ ପ୍ରମାଣର ଦୁରୂପଯୋଗକୁ ରୋକିବା ପାଇଁ UIDAI ର ଆଧିକାରିକ ୱେବସାଇଟରେ ମୃତବ୍ୟକ୍ତିଙ୍କ ବୟୋମେଟ୍ରିକ ଲକ୍ କରିପାରିବେ ।

ସେହିଭଳି ବ୍ଯାଙ୍କ ଆକାଉଣ୍ଟ, ଡ଼ିମେଟ ଆକାଉଣ୍ଟ, ଆୟକର ରିଟର୍ଣ୍ଣ ଆଦି ଦାଖଲ ଭଳି କାର୍ଯ୍ୟ ପାଇଁ ପ୍ୟାନ କାର୍ଡର ବ୍ୟବହାର କରାଯାଏ । ସେଥିପାଇଁ ପ୍ୟାନକାର୍ଡ ଧାରକଙ୍କ ମୃତ୍ୟୁ ହେବା ପରେ ଯଦି ଆୟକର ଟ୍ଯାକ୍ସ ରିଟର୍ଣ୍ଣ ଫାଇଲ କରିବାକୁ ପଡେ ତେବେ ପରିବାରକୁ ଏହାର ଆବଶ୍ୟକତା ପଡିବ । ଯଦି ମୃତକଙ୍କ କୌଣସି ଇନକମ ଟ୍ଯାକ୍ସ ରିଟର୍ଣ୍ଣ ଡ୍ୟୁ ରହିଥାଏ ତେବେ ଏହା ତାଙ୍କର ବ୍ଯାଙ୍କ ଆକାଉଣ୍ଟରେ ରିଟର୍ଣ୍ଣ ଆସିଯିବ ।

ଏପରି କ୍ଷେତ୍ରରେ ବ୍ଯାଙ୍କ ଆକାଉଣ୍ଟ କ୍ଳୋଜ ହେବା ପରେ ଏବଂ ଇନକମ ଟ୍ଯାକ୍ସ ସମ୍ବନ୍ଧିତ କାମ ହେବା ପରେ ଆପଣ ମୃତବ୍ୟକ୍ତିଙ୍କ ପ୍ୟାନକାର୍ଡ ଇନକମ ଟ୍ଯାକ୍ସ ଡିପାର୍ଟମେଣ୍ଟକୁ ସରେଣ୍ଡର କରିପାରିବେ । ଏଥିପାଇଁ ଆଇନ ଉତ୍ତରାଧିକାରୀ ଆସେସିଂ ଅଫିସର (AO) ଙ୍କୁ ଏକ ଆବେଦନ ଲେଖିବାକୁ ପଡିବ । ପତ୍ରରେ ପ୍ୟାନକାର୍ଡ ସରେଣ୍ଡର କରିବାର କାରଣ ତଥା ଧାରକଙ୍କ ମୃତ୍ୟୁ, ନାମ, ପ୍ୟାନ, ମୃତକଙ୍କ ଜନ୍ମତିଥି ଓ ମୃତ୍ୟୁ ପ୍ରମାଣପତ୍ରର ଏକ କପି ସହ ଦେବାକୁ ହେବ ।

ଏହି ଆବେଦନ ଆପଣଙ୍କୁ କେଉଁ AO ପାଖେ ଜମା କରିବାକୁ ହେବ ଏହା ଆୟକର ବିଭାଗର ଇଫାଇଲିଙ୍ଗ ୱେବସାଇଟରେ ଆପଣ ଜାଣିଯିବେ । କିନ୍ତୁ ମୃତକଙ୍କ ପ୍ୟାନ ସରେଣ୍ଡର କରିବା ଅନିବାର୍ଯ୍ୟ ନୁହେଁ । ଯଦି ଆପଣଙ୍କୁ ଲାଗୁଛି କି ପରେ ଏହାର ଆବଶ୍ୟକତା ରହିଛି ତେବେ ଏହା ଆପଣ ନିଜ ପାଖରେ ରଖିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।